ପେଟିଏମ୍ ବ୍ୟାଙ୍କିଙ୍ଗ୍ ସେବା ରଦ୍ଦ, RBI ର କଡ଼ା କାର୍ଯ୍ୟାନୁଷ୍ଠାନ
ଓଡ଼ିଆ ଗସିପ୍ ବ୍ୟୁରୋ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପେଟିଏମର ବ୍ୟାଙ୍କିଙ୍ଗ୍ ସହଯୋଗୀ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଲିମିଟେଡ୍ (ପିପିବିଏଲ୍)ର ବ୍ୟାଙ୍କିଙ୍ଗ୍ ସେବାକୁ ତୁରନ୍ତ ପ୍ରଭାବ ସହିତ ରଦ୍ଦ କରିଛି। ଏହାପରେ ପେଟିଏମ ପେମେଣ୍ଟସ୍ ବ୍ୟାଙ୍କ ଏହାର ସେବାରେ ଆଉ ନୂଆ ଗ୍ରାହକ ଯୋଡିପାରିବନାହିଁ।
ଅଧିକ ପଢନ୍ତୁ :ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ
ନିୟମ ଅନୁପାଳନ ନ କରିବାରୁ ବ୍ୟାଙ୍କିଙ୍ଗ ନିୟାମକ ଆଇନ ଅନୁଯାୟୀ ପେଟିଏମ୍ ପେମେଣ୍ଟସ ବ୍ୟାଙ୍କ ବିରୋଧରେ କେନ୍ଦ୍ରୀୟ ବ୍ୟାଙ୍କ ଏହି ପଦକ୍ଷେପ ଗ୍ରହଣ କରିଛି। ଆରବିଆଇ ପକ୍ଷରୁ ବୁଧବାର ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି।
ଅଧିକ ପଢନ୍ତୁ :ବାଥରୁମରେ ଅଧିକ ହାର୍ଟ ଆଟାକ୍ ହେବାର ପ୍ରକୃତ କାରଣ କଣ? ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଉକ୍ତ ନିର୍ଦ୍ଦେଶ ପରେ ଆରବିଆଇ କମ୍ପାନୀକୁ ୨୯ ଫେବୃଆରୀ ପରେ ଅର୍ଥାତ୍ ମାର୍ଚ୍ଚ ପହିଲାଠାରୁ ଏହାର ବର୍ତ୍ତମାନର ଗ୍ରାହକଙ୍କ ଆକାଉଣ୍ଟରେ ଅର୍ଥ ରାଶି ପଇଠ କରିବା ଉପରେ ମଧ୍ୟ ରୋକ୍ ଲଗାଇଛି। ଏହାପରେ, ପେଟିଏମ୍ ପେମେଣ୍ଟସ ବ୍ୟାଙ୍କରେ କୌଣସି କ୍ରେଡିଟ୍/ଜମା କାରବାର ହୋଇପାରିବନାହିଁ।
ଅଧିକ ପଢନ୍ତୁ :ସୁସ୍ଥ ଶରୀର ପାଇଁ ସୁସ୍ଥ ଆହାର, ଏହି ୪ଟି ଜିନିଷ ସେବନ କଲେ ଦୂର ହେବ ମଧୁମେହ ସମସ୍ୟା!
ତେଣୁ ଫେବୃଆରୀ ୨୯ ପରେ, ପେମେଣ୍ଟ ବ୍ୟାଙ୍କ ବ୍ୟାଙ୍କିଙ୍ଗ୍ ସେବା ଯୋଗାଇବାରେ ମଧ୍ୟ ସକ୍ଷମ ହେବ ନାହିଁ। ତେବେ ଆରବିଆଇ ଏହା ସ୍ପଷ୍ଟ କରିଦେଇଛି ଯେ ପେଟିଏମ ପେମେଣ୍ଟସ ବ୍ୟାଙ୍କର ବର୍ତ୍ତମାନର ଗ୍ରାହକ ସେମାନଙ୍କ ଆକାଉଣ୍ଟରେ ରହିଥିବା ଅର୍ଥ ରାଶିକୁ ସମ୍ପୂର୍ଣ୍ଣ ଉପଯୋଗ କରିପାରିବେ।
ଅଧିକ ପଢନ୍ତୁ :ଅନ୍ୟ ଉପରେ ଭରସା କରି ହଇରାଣ ହେବା ସହ ଗୁରୁଜନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ! ପଢନ୍ତୁ ରାଶିଫଳ