ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ପୁରା ସହର; ବର୍ତ୍ତମାନ ସୁଦ୍ଧା ୩୦୦ ମୃତ, ୧୫୩ ଆହତ

Powerful earthquake strikes Morocco killing hundreds and damaging historic buildings in Marrakech
ଶକ୍ତିଶାଳୀ ଭୂକମ୍ପ ଝଟକାରେ ବର୍ତ୍ତମାନ ସୁଦ୍ଧା ୩୦୦ ମୃତ, ୧୫୩ ଆହତ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ମରକ୍କୋ । ଶୁକ୍ରବାର ରାତି ୧୧.୧୧ରେ ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ମୋରକୋ ଅନ୍ତର୍ଗତ ମାରକେସ୍‌ର ଦକ୍ଷିଣପଶ୍ଚିମକୁ ୭୧ କିଲୋମିଟର୍‌ ଦୂରବର୍ତ୍ତୀ ଭୂଗର୍ଭର ୧୮.୫ କିଲୋମିଟର୍‌ ଅଭ୍ୟନ୍ତରରେ ୬.୮ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିବା କଥା ‘ୟୁଏସ୍‌ ଜିଓଲୋଜିକାଲ୍‌ ସର୍ଭେ’ ରିପୋର୍ଟ କରିଛି।

ଅଧିକ ପଢ଼ନ୍ତୁ: ଏହି ରାଶି ବ୍ୟକ୍ତିଙ୍କ ପାଇଁ ଆଗାମୀ ୧୧୮ ଦିନ ରହିବ ବରଦାନ ଭଳି, ବୃହସ୍ପତି କରିଦେବେ ମାଲାମାଲ୍

ଏହ ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ଅନ୍ୟୂନ ୨୯୬ଜଣ ଲୋକ ପ୍ରାଣ ହରାଇଥିବା କଥା ଆଜି ସକାଳେ ମୋରକୋର ଗୃହମନ୍ତ୍ରାଳୟ କହିଛି। ବିଭିନ୍ନ ଖବର ମୁତାବକ ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା ୩୦୦ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଏହାଛଡ଼ା, ଭୂମିକମ୍ପ ଯୋଗୁଁ ଆହତ ହୋଇଥିବା ୧୫୩ଜଣଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ପଠାଯାଇଛି। ଅଧିକାଂଶ କ୍ଷୟକ୍ଷତି ସହର ଓ ନଗର ବାହାରେ ହୋଇଥିବା କଥା ମନ୍ତ୍ରାଳୟ ସୂଚନା ଦେଇଛି।

ଅଧିକ ପଢ଼ନ୍ତୁ: ମଙ୍ଗଳ ଗ୍ରହର ଗୋଚର ଫଳରେ ଏହି ତାରିଖରୁ ୩ ରାଶିଙ୍କ ଜୀବନରେ ଭରିଯିବ ସୁଖ-ଶାନ୍ତି ସହ ଧନ-ସମ୍ପତ୍ତି 

ଭୂକମ୍ପ ଯୋଗୁଁ ବହୁ ବଡ଼ କୋଠା ଭୁଶୁଡ଼ି ପଡ଼ିଛି । ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ସ୍ଥାନୀୟ ଲୋକେ ଭୟରେ ଘରୁ ବାହାରି ରାସ୍ତାରେ ବୁଲୁଛନ୍ତି । କିନ୍ତୁ, କେତେ ପରିମାଣର କ୍ଷୟକ୍ଷତି ହୋଇଛି ତାହା ସରକାରୀ କର୍ତ୍ତୃପକ୍ଷମାନେ ଏପର୍ଯ୍ୟନ୍ତ ଆକଳନ କରିପାରି ନାହାନ୍ତି। 

ଅଧିକ ପଢ଼ନ୍ତୁ: ଏମାନଙ୍କ ପାଇଁ ଆଜି ଦିନଟି ଖରାପ; ଜାଣନ୍ତୁ ଆପଣଙ୍କ ରାଶିଫଳ, କେମିତି କଟିବ ଆଜିର ଦିନ 

ସଂଗୃହୀତ ସୂଚନା ଅନୁସାରେ, ଭୂମିକମ୍ପ ଯୋଗୁଁ ମାରକେସ ଓ କ୍ବାର୍‌ଜାଜାଟେ ପ୍ରଦେଶରେ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ‘ଆଟ୍‌ଲାସ୍‌’ ପର୍ବତଶ୍ରେଣୀ ଅନ୍ତର୍ଗତ ୱୟୁକୈମେଦେନ୍‌ ସହରର ପଶ୍ଚିମ ପ୍ରାନ୍ତରେ ଉତ୍ପତ୍ତି ହୋଇଥିବା ଏହି ଭୂମିକମ୍ପଜନିତ କମ୍ପନ ଉପକୂଳବର୍ତ୍ତୀ ନଗରୀ ରବାଟ୍‌, କାସାବ୍ଲାଙ୍କା ଓ ଇସାଓୟୁରିଆରେ ଅନୁଭୂତ ହୋଇଥିଲା।

ଅଧିକ ପଢ଼ନ୍ତୁ: ମୃତ୍ୟୁ ପୂର୍ବରୁ ମିଳିଥାଏ ଏହି ଲକ୍ଷଣ; ୪୦ ସେକେଣ୍ଡ ପୂର୍ବରୁ ଘଟିଥାଏ ଏହି ଭୟାନକ ଓ କଷ୍ଟଦାୟକ ଘଟଣା!

ଭୂମିକମ୍ପ ଯୋଗୁଁ ପ୍ରାଣ ହରାଇଥିବା ଜନତା ପ୍ରତି ଶୋକବ୍ୟକ୍ତ କରି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଏକ୍ସ୍‌’ କରି ଲେଖିଛନ୍ତି; ମୋରକୋରେ ଭୂମିକମ୍ପଜନିତ ପ୍ରାଣହାନୀ ଯୋଗୁଁ ଖୁବ୍‌ ବ୍ୟଥିତ। ଏଭଳି ଦୁଃଖଦ ସମୟରେ ମୋରକୋବାସୀଙ୍କୁ ସହାନୁଭୂତି ଜଣାଉଛି। ପ୍ରିୟଜନଙ୍କୁ ହରାଇଥିବା ଲୋକମାନଙ୍କ ପ୍ରତି ମୋର ସମବେଦନା। ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରୁଛି। ଏଭଳି ଦୁର୍ଦ୍ଦିନରେ ମୋରକୋକୁ ଯଥାସମ୍ଭବ ସହାୟତା ଯୋଗାଇ ଦେବାକୁ ଭାରତ ପ୍ରସ୍ତୁତ।

ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ

Share this story