ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଶିଳାନ୍ୟାସ କଲେ PM ମୋଦୀ, ଅର୍ଦ୍ଧ ଚନ୍ଦ୍ରାକାର ଷ୍ଟାଡିୟମରେ ରହିଛି ତ୍ରିଶୂଳ, ଡମ୍ବରୁ ଓ ବେଲପତ୍ର
ଓଡ଼ିଆ ଗସିପ୍ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାରଣାସୀ ଗସ୍ତରେ ଯାଇ ସେଠାରେ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବହୁ ନେତା ସାମିଲ ହୋଇଥିଲେ ।
ଅଧିକ ପଢ଼ନ୍ତୁ: ଚାଣକ୍ୟ ନୀତି ଅନୁଯାୟୀ ଭୁଲ୍ରେ ବି ସ୍ତ୍ରୀଙ୍କୁ କୁହନ୍ତୁନି ଏହି ୪ ଟି କଥା, ଶାନ୍ତିରେ ବଞ୍ଚିବା ବି ହୋଇଯିବ କାଠିକର ପାଠ
ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଏହି ଆନ୍ତର୍ଜାତିକ ଷ୍ଟାଡିୟମର ଡିଜାଇନ ମହାଦେବଙ୍କ ଉଦ୍ଦେଶ୍ୟରେ ସମର୍ପିତ । ଆଖପାଖ ଅଞ୍ଚଳର ଖେଳାଳିଙ୍କୁ ଅନ୍ତରାଷ୍ଟ୍ରୀୟ ସ୍ତରର ଷ୍ଟାଡିୟମରେ ଟ୍ରେନିଂର ସୁଯୋଗ ମିଳିବ । ଏହାଦ୍ୱାରା ସବୁଠାରୁ ବେଶି ଲାଭ କାଶୀକୁ ହେବ ।
ୟୁପିର ଏହା ପ୍ରଥମ ଷ୍ଟାଡିୟମ ଯାହାର ନିର୍ମାଣରେ ବିସିସିଆଇର ଯୋଗଦାନ ରହିବ । ଯେତେବେଳେ ଏତେବଡ ଷ୍ଟାଡିୟମ ହେବ ଅର୍ଥ ବ୍ୟବସ୍ଥା ବି ସେହିପରି ହେବ । କାଶୀର ଯୁବ ଖେଳାଳି ସାରା ବିଶ୍ୱରେ ନିଜ ନାଁ ରଖନ୍ତୁ ଏହାର ମୋର ଆନ୍ତରିକ ଇଚ୍ଛା ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ଆଜି କ୍ରିକେଟକୁ ନେଇ ଭାରତ ବିଶ୍ୱ ସହ ଯୋଡି ହୋଇଛି ।
ଅଧିକ ପଢ଼ନ୍ତୁ: କାହା ପାଇଁ ଭଲ ତ କାହା ପାଇଁ ଖରାପ; କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ
ବିଶ୍ୱର ନୂଆ ନୂଆ ଦେଶ ଖେଳିବାକୁ ସାମ୍ନାକୁ ଆସୁଛନ୍ତି । ତେଣୁ ଆଗାମୀ ଦିନରେ କ୍ରିକେଟ ମ୍ୟାଚର ସଂଖ୍ୟା ବଢିବ ଏହା ସ୍ପଷ୍ଟ ହୋଇଛି । ମ୍ୟାଚ ବଢିଲେ ଷ୍ଟାଡିୟମ ବଢିବ ଏବଂ ବନାରସର ଏହି ଷ୍ଟାଡିୟମ ମଧ୍ୟ ଏହି ଆବଶ୍ୟକତାକୁ ପୂରଣ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
କାଶୀ ବିଶ୍ୱନାଥଙ୍କ ଘାଟ ଷ୍ଟାଇଲରେ ଏହି ଷ୍ଟାଡିୟମର ନିର୍ମାଣ କରାଯିବ। ଏଥିପାଇଁ ପ୍ରାୟ ୪୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ଷ୍ଟାଡିୟମ ପାଇଁ ୩୦ ଏକର ଜମି ଉତ୍ତର ପ୍ରଦେଶ ସରକାର ପ୍ରାୟ ୧୨୧ କୋଟି ଟଙ୍କାରେ ଯୋଗାଇ ଦେଇଛନ୍ତି। ଷ୍ଟାଡିୟମ ନିର୍ମାଣ ପାଇଁ ୩୩୦ କୋଟି ଟଙ୍କା ବିସିସିଆଇ ଦେବ। ଗଞ୍ଜାରୀ ଠାରେ ନିର୍ମାଣ ହେବାକୁ ଥିବା ଷ୍ଟାଡିୟମର ସୁନ୍ଦରତା ବୃଦ୍ଧି କରିବା ପାଇଁ ଡମ୍ବୁରୁ ଆକାରର କାଚ ଲାଗିବ।
ଅଧିକ ପଢ଼ନ୍ତୁ: ମଙ୍ଗଳ ଗ୍ରହର ଗୋଚର ଫଳରେ ଏହି ତାରିଖରୁ ୩ ରାଶିଙ୍କ ଜୀବନରେ ଭରିଯିବ ସୁଖ-ଶାନ୍ତି ସହ ଧନ-ସମ୍ପତ୍ତି
ଷ୍ଟାଡିୟମର ଛାତ ଅର୍ଦ୍ଧ ଚନ୍ଦ୍ରାକାର ହେବାକୁ ଥିବା ବେଳେ ଫ୍ଲଡଲାଇନ ତ୍ରିଶୁଳ ଭଳି ରହିବ। କାଶୀ ବିଶ୍ୱନାଥ ଘାଟରେ ଯେଉଁ ଭଳି ପାହାଚ ରହିଛି, ଠିକ ସେହିପରି ଷ୍ଟାଡିୟମ ଭିତରେ ଲୋକଙ୍କ ବସିବା ପାଇଁ ବ୍ୟବସ୍ଥା ହେବ।
ଷ୍ଟାଡିୟମରେ ବେଲ ପତ୍ର ଆକାରର ମେଟାଲିକ ଜିନିଷ ପତ୍ର ଲାଗିବ। କ୍ରିକେଟ ଷ୍ଟାଡିୟମର ଡିଜାଇନ କାଶୀର ପ୍ରତିଛବିକୁ ଦର୍ଶାଇବ। ଷ୍ଟାଡିୟମରେ ଏକାସାଙ୍ଗରେ ୩୦ ହଜାର ଲୋକ ବସି ପାରିବେ। ସେମାନଙ୍କ ପାଇଁ ସମସ୍ତ ପ୍ରକାରର ଆଧୁନିକ ବ୍ୟବସ୍ଥା ମଧ୍ୟ ଷ୍ଟାଡିୟମ ଭିତରେ କରାଯିବ। ଆଜି ଷ୍ଟାଡିୟମ ଶିଳାନ୍ୟାସ ଅବସରେ ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର, ରବି ଶାସ୍ତ୍ରୀ, ସୁନୀଲ ଗାଭାସ୍କର, ଦିଲୀପ ଭେଙ୍ଗସରକର, ବିସିସିଆଇ ସଭାପତି ରୋଜର ବିନ୍ନି ଓ ସମ୍ପାଦକ ଜୟ ଶାହ ପ୍ରମୁଖ ଉପସ୍ଥିତ ଥିଲେ।
ଅଧିକ ପଢ଼ନ୍ତୁ: ଏହି ରାଶି ବ୍ୟକ୍ତିଙ୍କ ପାଇଁ ଆଗାମୀ ୧୧୮ ଦିନ ରହିବ ବରଦାନ ଭଳି, ବୃହସ୍ପତି କରିଦେବେ ମାଲାମାଲ୍