ଏହି ସିଟି ହଲ୍‌ରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ, ୭୦ରୁ ଅଧିକ ମୃତ, ଶତାଧିକ ଆହତ!
 

Moscow concert hall attack updates
ମସ୍କୋରେ ବଡ଼ ଆତଙ୍କୀ ଆକ୍ରମଣ, ୭୦ରୁ ଅଧିକ ମୃତ
 

ଓଡ଼ିଆ ଗସିପ୍ ବ୍ୟୁରୋ:ରୁଷ୍‌ ରାଜଧାନୀ ମସ୍କୋର ପ୍ରସିଦ୍ଧ କ୍ରୋକସ୍‌ ସିଟି ହଲ୍‌ରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଗୁଳିବର୍ଷା ଓ ବୋମାମାଡ଼ରେ ମୃତ୍ୟୁ ସଂଖ୍ୟା ୭୦କୁ ବୃଦ୍ଧି ପାଇଛି। ଏଥିରେ ୧୪୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ମସ୍କୋର ଏକ ସଭା ସ୍ଥଳରେ ହୋଇଛି ଆକ୍ରମଣ ।

ଆଧିକ ପଢନ୍ତୁ: ସିଜରିଆନ୍ ଜନ୍ମର କେତେ ଦିନ ପରେ ଶାରୀରିକ ସମ୍ପର୍କ ରଖିବା ଉଚିତ୍ ? ଜାଣି ନାହାନ୍ତି ଯଦି ନିହାତି ଜାଣନ୍ତୁ 

ଏହି ଆତଙ୍କୀ ଆଟାକ ପରେ ଆତଙ୍କବାଦୀମାନେ ଖସି ପଳାଇଥିବା ସୂଚନା । ଆକ୍ରମଣ ସମୟରେ ଉପସ୍ଥିତ ଥିଲେ ୬ ହଜାରରୁ ଅଧିକ ଲୋକେ । ସ୍ଥିତି ଉପରେ ନଜର ରଖିବା ସହ ଅପଡେଟ୍ ନେଉଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ । ମସ୍କୋ ଆକ୍ରମଣ ପଛରେ ହାତ ନଥିବା କହିଛି ୟୁକ୍ରେନ୍ । ସେପଟେ ଆତଙ୍କୀ ଆକ୍ରମଣ ପରେ ମସ୍କୋରେ ଥିବା ପ୍ରବାସୀ ଆମେରିକୀୟଙ୍କୁ ଆଲର୍ଟ କରାଇଲା ଓ୍ବାଶିଂଟନ ।

ଆଧିକ ପଢନ୍ତୁ : ୧୨ ବର୍ଷ ପରେ ଏଭଳି ସଂଯୋଗ, ବୃଷ ରାଶିରେ ବୃହସ୍ପତି ଚଳନ! ଏହି ୪ ରାଶିକୁ ମିଳିବ ଶୁଭଫଳ 

ସ୍ଥାନୀୟ ମିଡିଆ ରିପୋର୍ଟ ମୁତାବକ ୫ ବନ୍ଧୁକଧାରୀ ଅଚାନକ ସଙ୍ଗୀତ ସମାରୋହ ଚାଲିଥିବା ସ୍ଥଳରେ ପହଞ୍ଚି କାର୍ଯ୍ୟକ୍ରମ ଆରମ୍ଭ ହେବାପୂର୍ବରୁ ଆଖିବୁଜା ଗୁଳିଚାଳନା କରିଥିଲେ । ଖାଲି ସେତିକି ନୁହେଁ ନିରୀହ ଲୋକଙ୍କ ଉପରେ ଗ୍ରେନେଡ୍‌ ଆଟାକ ମଧ୍ୟ କରିଥିଲେ । ପ୍ରସିଦ୍ଧ ରକ୍‌ ବ୍ୟାଣ୍ଡ୍‌ ସଙ୍ଗୀତ କାର୍ଯ୍ୟକ୍ରମରେ ସାମିଲ ହେବାକୁ ପହଞ୍ଚିଥିଲେ ଲୋକେ । ଆକ୍ରମଣ ବେଳେ ହଲ୍‌ରେ ପ୍ରାୟ ୬୦୦୦ ଲୋକ ଉପସ୍ଥିତ ଥିଲେ ।

ଆତଙ୍କ ମଚାଇଥିଲେ ବନ୍ଧୁକଧାରୀ ଆତଙ୍କବାଦୀ, ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ISIS ଆତଙ୍କୀ ସଙ୍ଗଠନ । ଏହି ଆତଙ୍କବାଦୀ ଆକ୍ରମଣରେ ଅତ୍ୟଧିକ ଗୁଳି ବିନିମୟ ହୋଇ ବୋମା ଫିଙ୍ଗା ଯାଇଥିଲା ଯେଉଁଥିରେ ୧୪୫ ଜଣ ଆହତ ହୋଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। 

ଆଧିକ ପଢନ୍ତୁ: ଏହି ୫ଟି ସଂକେତ ଦେଖାଦେଲେ ଭୁଲରେ କରନ୍ତୁ ନାହିଁ ଅଣଦେଖା! ହୋଇପାରେ କିଡନୀ ସମସ୍ୟା 

Share this story