ରାଜ୍ୟପାଳଙ୍କ ବଡ ଅଭିଯୋଗ, କହିଲେ ମୋତେ ଗୁଣ୍ଡା ଲାଗାଇ ମାରିବାକୁ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ!
 

Kerala Governors Big Claim Against CM After Convoy Attacked
ରାଜ୍ୟପାଳ କହିଲେ ମୋତେ ମାରିବାକୁ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ!
 

ଓଡ଼ିଆ ଗସିପ୍ ବ୍ୟୁରୋ: କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ବିରୋଧରେ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଗୁରୁତର ଅଭିଯୋଗ ଲଗାଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କୁ ମାରିବାକୁ ଚାହୁଁଥିବା କହିଛନ୍ତି। ଶାରୀରିକ କ୍ଷତି କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି। ଆକ୍ରମଣ ପାଇଁ ଲୋକଙ୍କୁ ପଠାଉଛନ୍ତି। ଏହି କାର୍ଯ୍ୟରେ ସରକାରଙ୍କୁ ପୁଲିସ ସହଯୋଗ କରୁଛି। ପୁଲିସ ରାଜ୍ୟ ସରକାରଙ୍କ ସହ ଅସାମ୍ବିଧାନିକ କାର୍ଯ୍ୟକଳାପରେ ଲିପ୍ତ ରହିଛି।

ଅଧିକ ପଢନ୍ତୁ :କର୍ମକ୍ଷେତ୍ରରେ ସମସ୍ୟା ଦେଖାଦେବା ସହ ଆର୍ଥିକ ଚାପ ପାଇଁ ଚିନ୍ତିତ ରହିବେ ଏହି ରାଶିର ଲୋକ, ପଢନ୍ତୁ ସପ୍ତାହିକ ରାଶିଫଳ

ସୂଚନାଯୋଗ୍ୟ ଯେ ରାଜ୍ୟପାଳ ସୋମବାର ଦିଲ୍ଲୀ ଯିବା ପାଇଁ ତିରୁଅନନ୍ତପୁରମ ବିମାନବନ୍ଦର ଅଭିମୁଖେ ବାହାରି ଥିଲେ। ତେବେ ବିମାନବନ୍ଦର ମାର୍ଗରେ ତାଙ୍କ କାର୍‌କେଡ ଉପରେ ଆକ୍ରମଣ ହୋଇଥିଲା। କ୍ଷମତାସୀନ ସିପିଆଇ (ଏମ)ର ଛାତ୍ର ଶାଖା ଷ୍ଟୁଡେଣ୍ଟ ୱିଙ୍ଗ ଅଫ୍‌ ଇଣ୍ଡିଆ (ଏସ୍‌ଏଫ୍‌ଆଇ) ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହି ଆକ୍ରମଣକୁ ନେଇ ରାଜ୍ୟପାଳ କ୍ଷୋଭ ପ୍ରକାଶ କରିଥିଲେ। ରାଜଧାନୀର ରାସ୍ତା ଗୁଣ୍ଡାଙ୍କ ନିୟନ୍ତ୍ରଣକୁ ଚାଲି ଯାଇଛି ବୋଲି କହିଥିଲେ।

ଅଧିକ ପଢନ୍ତୁ :ଶୀତଦିନେ ପୂରା ସମ୍ପୂର୍ଣ୍ଣ ସୁସ୍ଥ ରହିବା ପାଇଁ ଆପଣାନ୍ତୁ ଏହି ୫ଟି ସରଳ ଟିପ୍ସ 

ରାଜ୍ୟପାଳ ସୋମବାର ସନ୍ଧ୍ୟାରେ କହିଥିଲେ ଯେ ବିମାନବନ୍ଦର ଅଭିମୁଖେ ଯିବା ସମୟରେ ଲୋକେ କାର୍‌ ସାମ୍ନାକୁ ଆସି ଯାଇଥିଲେ। ସେମାନେ ଉଭୟ ପଟୁ କାର୍‌କୁ ଧକ୍କା ଦେଇଥିଲେ। ଫଳରେ ସେ କାର୍‌ରୁ ଓହ୍ଲାଇ ପଡ଼ି ଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍‌ ନିକଟକୁ ଆସିବା ପାଇଁ ପୁଲିସ ଲୋକଙ୍କୁ ଛାଡ଼ିଥାଏ କି ବୋଲି ରାଜ୍ୟପାଳ ପ୍ରଶ୍ନ କରିଥିଲେ। 

ଦେଖନ୍ତୁ EXCLUSIVE ଭିଡ଼ିଓ: ୩୫୦ କୋଟି ଜବତ ଘଟଣାରେ ଆସିଲା ସାଙ୍ଘାତିକ ତଥ୍ୟ, ଧୀରଜଙ୍କୁ ସୁରକ୍ଷା ଦେବା ପାଇଁ ଓଡ଼ିଆ କେନ୍ଦ୍ର ମନ୍ତ୍ରୀ ନେଇଥିଲେ ୭୫ କୋଟି !

ପୁଲିସ ସବୁ କିଛି ଜାଣିଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବାରୁ କିଛି କରିପାରି ନ ଥିଲା। କାର୍‌ରୁ ଓହ୍ଲାଇବା ପରେ ସମସ୍ତେ ଜିପ୍‌ରେ ବସି ପଳାଇ ଥିଲେ। ରାଜ୍ୟରେ ସାମ୍ବିଧାନିକ ବ୍ୟବସ୍ଥା ଶେଷ ହେବାରେ ଲାଗିଛି। ସାମ୍ବିଧାନିକ ବ୍ୟବସ୍ଥାକୁ ଧ୍ବସ୍ତ ହେବାକୁ ଦେବୁ ନାହିଁ। ଗୁଣ୍ଡାଙ୍କ ଆଗରେ ନଉଁ ନ ଥିବାରୁ ସେମାନେ ଆକ୍ରମଣ କରିବାକୁ ପ୍ରୟାସ କରୁଛନ୍ତି। ଧମକାଇବାକୁ ଚାହୁଁଛନ୍ତି। କିନ୍ତୁ ସବୁକିଛିକୁ ହାଲକା ଭାବେ ନେଇପାରିବି ନାହିଁ ବୋଲି ରାଜ୍ୟପାଳ କହିଛନ୍ତି। 

ଅଧିକ ପଢନ୍ତୁ :ଡିସେମ୍ବର ୩୧ରେ ମାର୍ଗି ଦେବଗୁରୁ ବୃହସ୍ପତି ଚଳନ, ଏହି ୩ଟି ରାଶି ପାଇଁ ପାଲଟିବ ବରଦାନ

ବାମ ଦଳର ଛାତ୍ର ଶାଖା ଏସ୍‌ଏଫ୍‌ଆଇ ଅଭିଯୋଗ ଲଗାଇଛି ଯେ ରାଜ୍ୟ ବିଶ୍ବବିଦ୍ୟାଳୟର କୁଳପତି ଏବଂ ଅନ୍ୟ ଗୁରୁତ୍ବପୂର୍ଣ୍ଣ ପଦରେ ରାଷ୍ଟ୍ରୀୟ ସ୍ବୟଂ ସେବକ (ଆରଏସ୍‌ଏସ୍‌) ସମ୍ବନ୍ଧିତ ଲୋକଙ୍କୁ ନିଯୁକ୍ତି ଦିଆଯାଉଛି। ରାଜ୍ୟପାଳ ଏପରି କରୁଛନ୍ତି। ଏହା ବିରୋଧରେ ଏସ୍‌ଏଫ୍‌ଆଇ ବିକ୍ଷୋଭ ପ୍ରଦର୍ଶନ କରୁଛି।

ଅଧିକ ପଢନ୍ତୁ :ସାଥୀଙ୍କୁ ଖୁସି କରିବାକୁ ଚାହୁଁ ଥିଲେ ପ୍ରତିଦିନ ରାତିରେ ଖାଆନ୍ତୁ...,ବୃଦ୍ଧି ପାଇବ ଯୌନ ଶକ୍ତି !
 

Share this story