କାନାଡ଼ା PM ଜଷ୍ଟିନ୍ ଟ୍ୟୁଡ୍ୟୁ ପୁଣି ଦୋହରାଇଲେ ନିଜ ବୟାନ, କହିଲେ ଜମାରୁ ବରଦାସ୍ତ କରାଯିବନି
ଓଡ଼ିଆ ଗସିପ୍ ବ୍ୟୁରୋ: କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟାକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଘନଉଛି। ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ଗତ ଜୁନ ୧୮ରେ ହତ୍ୟା କରାଯାଇଥିଲା। ଦୁଇ ସନ୍ଦିଗ୍ଧ ବନ୍ଧୁକ ଧାରୀ ତାକୁ ହତ୍ୟା କରିଥିଲେ।
ହେଲେ ବିନା କୌଣସି ପ୍ରମାଣରେ କାନାଡା ଏଥିପାଇଁ ଭାରତକୁ ଦାୟୀ କରୁଛି। କାନାଡା ଅଭିଯୋଗ କରୁଛି ଯେ, ହରଦୀପ ସିଂହ ନିଜ୍ଜାର ହତ୍ୟା ପଛରେ ଭାରତୀୟ ଗୁଇନ୍ଦା ସଂସ୍ଥା ‘RAW’ର ହାତ ଅଛି।
ଅଧିକ ପଢ଼ନ୍ତୁ: ପ୍ରତିଦିନ ସେକ୍ସ କଲେ ଶରୀରକୁ ମିଳିଥାଏ ଏହି ୧୦ଟି ଜବରଦସ୍ତ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ
ନିଜ୍ଜର ହତ୍ୟା ମାମଲାରେ ଭାରତକୁ ଦାୟୀ କରୁଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ପୁଣି ଥରେ ନିଜର ବୟାନ ଦୋହରାଇଛନ୍ତି । ନ୍ୟୁୟର୍କରେ ଏକ ପ୍ରେସ୍ କନଫରେନ୍ସ ବେଳେ ଟ୍ରୁଡୋ କହିଛନ୍ତି, ଭାରତ ସରକାର ଏ ଅଭିଯୋଗକୁ ଗମ୍ଭୀରତାର ସହ ନିଅନ୍ତୁ ଏବଂ ଆମ ସହ ମିଳିମିଶି କାମ କରନ୍ତୁ।
ହତ୍ୟା ପଛରେ ଭାରତର ହାତ ଥିବା ନେଇ ଠୋସ୍ ପ୍ରମାଣ ଥିବା କହିବା ସହ ନିଜର ପୂର୍ବ ବୟାନକୁ ଦୋହରାଇଛନ୍ତି ଟ୍ରୁଡ୍ୟୁ। ସେ ଆହୁରି ମଧ୍ୟ କହିଛନ୍ତି ଜଣେ ନିରପେକ୍ଷ ଏବଂ ନ୍ୟାୟିକ ପ୍ରଣାଳୀ ଉପରେ ବିଶ୍ବାସ କରୁଥିବା ଦେଶ ସଚୋଟ ଭାବେ କାମ କରିବା ନିହାତି ମହତ୍ୱପୂର୍ଣ୍ଣ ଅଟେ।
ଅଧିକ ପଢ଼ନ୍ତୁ: କାହା ପାଇଁ ଭଲ ତ କାହା ପାଇଁ ଖରାପ; କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ
କାନାଡା ମାଟିରେ କାନାଡା ନାଗରିକଙ୍କୁ ହତ୍ୟା ପଛରେ ଯେ କୌଣସି ଦେଶର ହାତ ରହିଲେ ବି ତାକୁ ବରଦାସ୍ତ କରାଯିବନି ବୋଲି ଟ୍ୟୁଡ୍ୟୁ କହିଛନ୍ତି। ଏହାକୁ ନେଇ ପୂର୍ବରୁ ମଧ୍ୟ କାନାଡା ସଂସଦରେ ଉଠାଇଥିଲେ ଟ୍ରୁଡ୍ୟୁ । ତେବେ ଭାରତ ଏ ଅଭିଯୋଗକୁ ଖଣ୍ଡନ କରିବା ସହ ଉଚିତ ଜବାବ ଦେଇଥିଲା ।
ଖଲିସ୍ତାନୀ ପ୍ରସଙ୍ଗକୁ ନେଇ ଭାରତ-କାନାଡ଼ା ସଂପର୍କରେ ତିକ୍ତତା ଚରମ ସ୍ଥିତିରେ ପହଞ୍ଚିଥିବା ବେଳେ ପୂର୍ବରୁ ଉଭୟ ଦେଶ ପରସ୍ପରର କୂଟନୀତିଜ୍ଞଙ୍କୁ ନିଜ ଦେଶରୁ ବହିଷ୍କାର କରି ସାରିଛନ୍ତି। ଖାଲି ସେତିକି ନୁହେଁ, ଏବେ କାନାଡ଼ା ଭିସା ପ୍ରଦାନ ସେବାକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସ୍ଥଗିତ ରଖିଛି ଭାରତ ।
ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ