ପଞ୍ଚମ ଦିନରେ ଇସ୍ରାଏଲ-ହମାସ୍‌ ଯୁଦ୍ଧ, ଇସ୍ରାଏଲ ଉପରେ ତିନିପଟୁ ଆକ୍ରମଣ, ମୃତ୍ୟୁସଂଖ୍ୟା ୩୬୦୦ ଟପିଲା
 

Israel-Hamas war enters fifth day
ପଞ୍ଚମ ଦିନରେ ଇସ୍ରାଏଲ-ହମାସ୍‌ ଯୁଦ୍ଧ

ଓଡ଼ିଆ ଗସିପ୍ ବ୍ୟୁରୋ: ଇସ୍ରାଏଲ-ହମାସ ଯୁଦ୍ଧ ପଞ୍ଚମ ଦିନରେ ପହଞ୍ଚିଥିବା ବେଳେ ମୋଟ ମୃତ୍ୟୁସଂଖ୍ୟା ୩୬୦୦ ଟପିଯାଇଛି। ପଡ଼ୋଶୀ ରାଷ୍ଟ୍ର ସିରିୟା ଓ ଲେବାନନ୍‌ ମଧ୍ୟ ଏବେ ହମାସ୍‌ ଆତଙ୍କବାଦୀ ସଂଗଠନ ସହ ହାତ ମିଳାଇଛନ୍ତି ଏବଂ ନିଜ ମାଟିରୁ ଇସ୍ରାଏଲ ଉପରକୁ କ୍ଷେପଣାସ୍ତ୍ର ମାଡ଼ କରିଛନ୍ତି। 

ଆଜି ଉଭୟ ସିରିୟା ଓ ଲେବାନନରୁ କେତେକ କ୍ଷେପଣାସ୍ତ୍ର ଲଞ୍ଚ ହେବାପରେ ଇସ୍ରାଏଲ ଏହାର କଡ଼ା ଜବାବ ଦେଇଛି। ଲେବାନନ ଆଜି ସକାଳେ ଇସ୍ରାଏଲ ସେନାର କେତେକ ପ୍ରତିଷ୍ଠାନକୁ ଟାର୍ଗେଟ୍‌ କରି କ୍ଷେପଣାସ୍ତ୍ର ମାଡ଼ କରିଥିବା ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି।

ଅଧିକ ପଢ଼ନ୍ତୁ: ରେସ୍ତୋରାଁ ଉପରେ ଆକସ୍ମିକ ଚଢ଼ାଉ, ଆପତ୍ତିଜନକ ଅବସ୍ଥାରେ ୨୦ଜଣ ଯୁବକ ଓ ଯୁବତୀଙ୍କୁ ଧରିଲା ପୁଲିସ 

ଇସ୍ରାଏଲ ଉପରେ ତିନିପଟୁ ଆକ୍ରମଣ ଜାରି ରହିଛି, ହମାସ୍‌ ନିୟନ୍ତ୍ରଣରେ ଥିବା ଗାଜା ସହରରେ ଇସ୍ରାଏଲ ବାୟୁସେନାର ବୋମାମାଡ଼ ମଧ୍ୟ ଜାରି ରହିଛି, ଅନ୍ୟପଟେ ହମାସ ସହ ହାତମିଳାଇ ସିରିୟା, ଲେବାନନ୍‌ ବି କ୍ଷେପଣାସ୍ତ୍ର ମାଡ଼କଲେ, ମୃତ୍ୟୁସଂଖ୍ୟା ୩୬୦୦ ଟପି ଥିବା ଜଣାପଡିଛି। ଓ ଆହତଙ୍କ ସଂଖ୍ୟା ୪ ହଜାର ଡେଇଁଛି।

ଗତରାତିରେ କେବଳ ହମାସ ଆଡ଼ା ସ୍ଥଳରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଇସ୍ରାଏଲ ସେନା ଅନୁଯାୟୀ, ସାମରିକ ବିମାନ ଚିହ୍ନଟ ପାଇଁ ହମା‌ସମାନେ ବ୍ୟବହାର କରୁଥିବା ‘ଆଡଭାନ୍‌ସଡ ଡିଟେକସନ୍‌ ସିଷ୍ଟମ୍‌’କୁ ଇସ୍ରାଏଲ ଯୁଦ୍ଧ ବିମାନ ଧ୍ବଂସ କରିଦେଇଛି। ଅନ୍ୟପକ୍ଷେ ହମାସ ଗୋଷ୍ଠୀ ପଣବନ୍ଦୀମାନଙ୍କୁ ହତ୍ୟା କରାଯିବ ବୋଲି ବାରମ୍ବାର ଧମକ ଦେଇଚାଲିଛି। ଇସ୍ର‌ାଏଲ ଗାଜା ଷ୍ଟ୍ରିପ୍‌କୁ ସମ୍ପୂର୍ଣ୍ଣ ଘେରାବନ୍ଦୀ କରିବା ପରେ ହମାସ ଏହି ଧମକ ଦେଇଛି।

ଅଧିକ ପଢ଼ନ୍ତୁ: ଘରେ ଛାଡିବା ବାହାନାରେ ଶାଳିକୁ ମଦ ପିଆଇ ୪ସାଙ୍ଗ ସହ ମିଶି ଭିଣେଇ କଲା ଦୁଷ୍କର୍ମ, ରାତିସାରା ଚେତାଶୂନ୍ୟ...

ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ବୁଧବାର ପଞ୍ଚମ ଦିନରେ ପହଞ୍ଚିଛି। ଗାଜାଷ୍ଟ୍ରିପ୍‌କୁ ଲାଗି ରହିଥିବା ଇସ୍ରାଏଲର ବିଭିନ୍ନ ସହର ଉପରେ ହମାସ ଆତଙ୍କବାଦୀଙ୍କ ଆକ୍ରମଣ ଜାରି ରହିବା ସହିତ ଲେବାନନର ହେଜବୁଲ୍ଲା ଆତଙ୍କବାଦୀଙ୍କ ପକ୍ଷରୁ ମଧ୍ୟ ଇସ୍ରାଏଲ ଉପରେ ଆକ୍ରମଣ ଚାଲିଛି।

ଏହାମଧ୍ୟରେ ଲେବାନନ ପଟୁ ଇସ୍ରାଏଲ ମଧ୍ୟକୁ କିଛି ପାରାଟ୍ରୁପର ଆକ୍ରମଣକାରୀ ପଶିଥିବା ସୂଚନା ମିଳିଛି। ତେବେ ଇସ୍ରାଏଲ ସେନା ପକ୍ଷରୁ ଏନେଇ କିଛି ସ୍ପଷ୍ଟ କରାଯାଇ ନାହିଁ। ଅନ୍ୟପକ୍ଷରେ ଗାଜାଷ୍ଟ୍ରିପ୍‌ ଉପରେ ଇସ୍ରାଏଲୀ ସେନାର ଆକ୍ରମଣ ଆହୁରି ଜୋରଦାର ହେବା ସହିତ ଗ୍ରାଉଣ୍ଡ ଅପରେସନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। 

ଅଧିକ ପଢ଼ନ୍ତୁ: ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ

ବର୍ତ୍ତମାନ ସୁଦ୍ଧା ଗାଜା ଅଞ୍ଚଳ ଧ୍ବଂସସ୍ତୁପରେ ପରିଣତ ହୋଇଥିଲା ବେଳେ ପାଲେଷ୍ଟାଇନର ଏକମାତ୍ର ବିଦ୍ୟୁତଶକ୍ତି କେନ୍ଦ୍ର ତୈଳ ଅଭାବରୁ ବନ୍ଦ ହୋଇଯାଇଛି। ଯାହାକୁ ନେଇ ଗାଜା ଅଞ୍ଚଳ ଏବେ ସମ୍ପୂର୍ଣ୍ଣ ଅନ୍ଧକାରମୟ ହୋଇପଡ଼ିଛି। ପୂର୍ବରୁ ଏହି ଅଞ୍ଚଳକୁ ଇସ୍ରାଏଲ ପାଣି ଏବଂ ଖାଦ୍ୟ ଯୋଗାଣ ବନ୍ଦ କରିଦେଇଛି। ଫଳରେ ଏଠାରେ ଜଟିଳ ପରିସ୍ଥିତି ଉପୁଜିଛି। 

ବର୍ତ୍ତମାନ ଗ୍ରାଉଣ୍ଡ ଅପରେସନ ଆରମ୍ଭ ହୋଇଥିବାରୁ ଆଗକୁ ସ୍ଥିତି ଆହୁରି ଭୟଙ୍କର ହେବ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଇସ୍ରାଏଲ ପକ୍ଷରୁ ଗାଜା ଉପରେ ଫସଫରସ୍‌ ବୋମା ଦ୍ବାରା ଆକ୍ରମଣ କରାଯାଉଛି ବୋଲି ପାଲେଷ୍ଟାଇନ ପ୍ରଶାସନ ପକ୍ଷରୁ ଅଭିଯୋଗ କରାଯାଇଛି।

ଅଧିକ ପଢ଼ନ୍ତୁ: ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସତର୍କ ରୁହନ୍ତୁ ଏହି ରାଶିର ଲୋକ; ନଚେତ୍ ପଡ଼ିବ ଶନି-ରାହୁଙ୍କ କୋପ

ଏହାଦ୍ବାରା ସଂପୃକ୍ତ ଅଞ୍ଚଳରେ ଅମ୍ଳଜାନର ଅଭାବ ଦେଖାଯାଇ ସ୍ଥିତି ଆହୁରି ବିପନ୍ନ ହୋଇପଡ଼ିବ ବୋଲି ପାଲେଷ୍ଟାଇନ କର୍ତ୍ତୃପକ୍ଷ କହିଛନ୍ତି। ଇତିମଧ୍ୟରେ ସାଉଦି ଆରବ ହମାସକୁ ସମର୍ଥନ କରିଥିଲା ବେଳେ ୟୁଏଇ ଯୁଦ୍ଧ ପ୍ରସଙ୍ଗରେ ମୁଣ୍ଡ ପୁରାଇବ ନାହିଁ ବୋଲି କହିଛି। ତେବେ ପାଲେଷ୍ଟାଇନ ଶରଣାର୍ଥୀଙ୍କ ପାଇଁ ମାନବିକ ସହାୟତା ରୁପେ ୨୦ ନିୟୁତ ଡଲାରର ଆର୍ଥିକ ସହାୟତା ଘୋଷଣା କରିଛି। 

ଗୋଟିଏ ପକ୍ଷରେ ତୁରନ୍ତ ହିଂସା ବନ୍ଦ କରିବାକୁ ଚୀନ୍‌ ସମେତ ଅନ୍ୟ କିଛି ରାଷ୍ଟ୍ର ଆହ୍ବାନ ଜଣାଇଛନ୍ତି। କିନ୍ତୁ ଅଧିକାଂଶ ନାଟୋ ସଦସ୍ୟ ରାଷ୍ଟ୍ର ହମାସକୁ ଠିକଣା ଜବାବ ଦେବାକୁ ଇସ୍ରାଏଲକୁ ସମର୍ଥନ ଦେଇଛନ୍ତି। ଏହାମଧ୍ୟରେ ହମାସ ଆଡ୍ଡାସ୍ଥଳ ଉପରେ ଇସ୍ରାଏଲ ସେନା ପରମାଣୁ ଅସ୍ତ୍ର ଦ୍ବାରା ଆକ୍ରମଣ କରିବାକୁ ବିଭିନ୍ନ ମହଲରେ ଦାବି ଉଠିଛି।

ଅଧିକ ପଢ଼ନ୍ତୁ: ସ୍ବାମୀଙ୍କ ମୃତ୍ୟୁର ଦୁଃଖରେ କାନ୍ଦୁଥିବା ବେଳେ ସ୍ତ୍ରୀଙ୍କ ଚାଲିଗଲା ଜୀବନ, ଦୁହେଁ ଗୋଟିଏ ଜୁଇରେ ଏକାଠି ଜଳିଲେ 

Share this story