୨୦ ମିନଟରେ ଲଗାତାର ୫ ହଜାର ରକେଟ୍ ମାଡ଼, ଯୁଦ୍ଧ ଘୋଷଣା କଲା ଇସ୍ରାଏଲ୍
ଓଡ଼ିଆ ଗସିପ୍ ବ୍ୟୁରୋ: ଯୁଦ୍ଧ ଘୋଷଣା କଲା ଇସ୍ରାଏଲ୍ । ପାଲେଷ୍ଟାଇନ ଆତଙ୍କବାଦୀଙ୍କ ରକେଟ୍ ମାଡ ପରେ ଇସ୍ରାଏଲର ଯୁଦ୍ଧ ଘୋଷଣା । ଅବରୋଧ ହୋଇଥିବା ଗାଜା ଷ୍ଟ୍ରିପରୁ ଇସ୍ରାଏଲ ବିରୋଧରେ ଏକାଥରକେ ମାଡ କରାଯାଇଛି ୫ ହଜାରରୁ ଅଧିକ ରକେଟ ।
ଏହି ଆକ୍ରମଣକୁ ପାଲେଷ୍ଟାଇନ୍ର ‘ହାମାସ୍ ଆତଙ୍କବାଦୀ’ମାନେ ସେମାନଙ୍କର ‘ପ୍ରଥମ ଆକ୍ରମଣ’ ବୋଲି କହିଛନ୍ତି। ଅନ୍ୟପଟେ ଇସ୍ରାଏଲ୍ ସେନା କହିଛି, ଆମେ ବି ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛୁ । ଆର୍ମି ପକ୍ଷରୁ ସେନା ପାଇଁ ରେଡିନେସ୍ ଫର୍ ୱାର୍ ଆଲର୍ଟ ଜାରି କରିଛି । ଏହି ଆକ୍ରମଣ ଏଭଳି ସମୟରେ ହୋଇଛି ଯେତେବେଳେ କିଛି ଦିନ ପୂର୍ବରୁ ସୀମା ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ପ୍ରତିକୂଳ ପରିସ୍ଥିତି ଲାଗି ରହିଛି ।
ଅଧିକ ପଢ଼ନ୍ତୁ: ଘରେ ଛାଡିବା ବାହାନାରେ ଶାଳିକୁ ମଦ ପିଆଇ ୪ସାଙ୍ଗ ସହ ମିଶି ଭିଣେଇ କଲା ଦୁଷ୍କର୍ମ, ରାତିସାରା ଚେତାଶୂନ୍ୟ...
ହମାସ ଆତଙ୍କବାଦୀଙ୍କ ପକ୍ଷରୁ ଏହି ଘମାଘୋଟ ଏୟାରଷ୍ଟ୍ରାଇକରେ ଇସ୍ରାଏଲରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଆକ୍ରମଣରେ ପାରାଗ୍ଲାଇଡରଙ୍କୁ ସାମିଲ କରାଯାଇଛି । ଇସ୍ରାଏଲରେ ହମାସ ଆତଙ୍କବାଦୀଙ୍କ ସମ୍ଭାବ୍ୟ ଅନୁପ୍ରବେଶ ରୋକିବାକୁ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ପକ୍ଷରୁ ଆଲର୍ଟ ଜାରି କରାଯାଇଛି ।
ଅଧିକ ପଢ଼ନ୍ତୁ: ଚାକିରୀରୁ ଅବସର ପୂର୍ବରୁ ଭି ଆର ଏସ ନେଲେ DGP B K Ravi ହେଲେ କାହିଁକି ? ଜାଣନ୍ତୁ ଅସଲ କାରଣ...
ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ନିରାପତ୍ତା ବାହିନୀର ବରିଷ୍ଠ ଅଧିକାରୀଙ୍କ ସହ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି । ଏହି ଆକ୍ରମଣ ଲାଗି ହମାସକୁ ବହୁ ମୂଲ୍ୟ ଦେବାକୁ ପଡିବ ବୋଲି ସେ କହିଛନ୍ତି । ଋଷ-ୟୁକ୍ରେନ ଯୁଦ୍ଧ ପରେ ଏହି ଆକ୍ରମଣ ବିଶ୍ବସ୍ତରରେ ସର୍ବବୃହତ ବୋଲି କୁହାଯାଇଛି ।
ଅଧିକ ପଢ଼ନ୍ତୁ: ଲିଭର ସୁସ୍ଥ ରହିଲେ ମିଳିବ ଅନେକ ରୋଗରୁ ରକ୍ଷା, ଜାଣନ୍ତୁ ଲିଭରକୁ ସଫା କରିବାର ୭ଟି ଉପାୟ
ଇସ୍ରାଏଲ ସୀମା ଭିତରକୁ ହମାସ ଆତଙ୍କବାଦୀ ପ୍ରବେଶ କରିଥିବା ସୂଚନା ମିଳିବା ପରେ ଗାଜାଷ୍ଟ୍ରିପରେ ସତର୍କତା ଜାରି କରାଯିବା ସହ ଲୋକଙ୍କୁ ଘରୁ ନବାହାରିବା ଲାଗି ପରାମର୍ଶ ଦିଆଯାଇଛି । ତେଣେ ହମାସ ପକ୍ଷରୁ କୁହାଯାଇଛି- ସଂଗଠନ ପକ୍ଷରୁ ଅପରେସନ ଅଲ ଆକସା ଫ୍ଲଡ ଆରମ୍ଭ ହୋଇଛି ଏବଂ ମାତ୍ର ୨୦ ମିନଟରେ ୫ ହଜାର ରକେଟ ମାଡ କରାଯାଇଛି ।
ଅଧିକ ପଢ଼ନ୍ତୁ: ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ
