PM ମୋଦୀଙ୍କୁ ପ୍ରଶଂସା କଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ, କହିଲେ ସେ ଜଣେ...
 

He is a very wise man Vladimir Putin praises PM Modi's leadership
ମୋଦୀଙ୍କ ନେତୃତ୍ବକୁ ପ୍ରଶଂସା କଲେ ଭ୍ଲାଦିମିର୍‌ ପୁଟିନ୍‌

ଓଡ଼ିଆ ଗସିପ୍ ବ୍ୟୁରୋ: ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବା ବେଳେ ଭାରତର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବକୁ ପ୍ରଶଂସା କରିଛନ୍ତି, ଖାଲି ପ୍ରଶଂସା କରି ନାହାନ୍ତି ବରଂ ସେ ଖୁବ୍‌ ଜ୍ଞାନୀ ବ୍ୟକ୍ତି ବୋଲି ଉଦ୍‌ବୋଧନ ଦେବା ବେଳେ କହିଛନ୍ତି। 

ମୋଦୀ ଜଣେ ଖୁବ୍‌ ଜ୍ଞାନୀ ବ୍ୟକ୍ତି ବୋଲି କହି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ ଉକ୍ତ କାର୍ଯ୍ୟକ୍ରମରେ କହିଛନ୍ତି ଏବଂ ଭାରତର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବକୁ ମଧ୍ୟ ପ୍ରଶଂସା କରିଛନ୍ତି।

ଅଧିକ ପଢ଼ନ୍ତୁ: ଡାଇବେଟିସ ହେବା ପୂର୍ବରୁ ଶରୀରରେ ଦେଖା ଦିଏ ଏସବୁ ଲକ୍ଷଣ, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ

ରୁଷୀୟ ‘ନିଉଜ୍‌ ପ୍ଲାଟ୍‌ଫର୍ମ’ ‘ଆର୍‌.ଟି. ନିଉଜ୍‌’ ସେୟାର୍‌ କରିଥିବା ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଭାରତ କରିଥିବା ଉଲ୍ଲେଖନୀୟ ବିକାଶ ପ୍ରସଙ୍ଗରେ ରାଷ୍ଟ୍ରପତି ପୁଟିନ୍‌ କହୁଥିବା ଶୁଣାଯାଉଛି।

adimg

ଅଧିକ ପଢ଼ନ୍ତୁ: ଲିଭର ସୁସ୍ଥ ରହିଲେ ମିଳିବ ଅନେକ ରୋଗରୁ ରକ୍ଷା, ଜାଣନ୍ତୁ ଲିଭରକୁ ସଫା କରିବାର ୭ଟି ଉପାୟ

ପୁଟିନ୍‌ ଏହା ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଆମର ରାଜନୈତିକ ସମ୍ପର୍କ ଖୁବ୍‌ ଉତ୍ତମ। ତାଙ୍କ ନେତୃତ୍ବରେ ଭାରତ ବିକାଶ କ୍ଷେତ୍ରରେ ଭଲ ଅଗ୍ରଗତି କରୁଛି। କାର୍ଯ୍ୟ କରିବା ପାଇଁ ଏଭଳି ‘ଆଜେଣ୍ଡା’ ଉଭୟ ଭାରତ ଓ ରୁଷ୍‌ ପାଇଁ ଅନୁକୂଳ ହୋଇପାରିଛି।

ଅଧିକ ପଢ଼ନ୍ତୁ: ରେସ୍ତୋରାଁ ଉପରେ ଆକସ୍ମିକ ଚଢ଼ାଉ, ଆପତ୍ତିଜନକ ଅବସ୍ଥାରେ ୨୦ଜଣ ଯୁବକ ଓ ଯୁବତୀଙ୍କୁ ଧରିଲା ପୁଲିସ

ଭାରତରେ ଆୟୋଜିତ ‘ଜି୨୦ ଶିଖର ସମ୍ମିଳନୀ’ରେ ଦିଲ୍ଲୀ ଘୋଷଣାନାମା ଗୃହୀତ ହେବା ପରେ ପୁଟିନ୍‌ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏଭଳି ପ୍ରଶଂସା କରିଛନ୍ତି। ଏହି ଘୋଷଣାନାମାକୁ ଏକ ‘ମାଇଲ୍‌ଷ୍ଟୋନ୍‌’ କହି ମସ୍କୋ ପ୍ରଶଂସା କରିଥିଲା।

ଅଧିକ ପଢ଼ନ୍ତୁ: ଜାଣନ୍ତୁ ଆପଣଙ୍କ ରାଶିରେ ଆଜି କଣ ଅଛି, ଚିନ୍ତାରେ ରହିବେ ଏହି ରାଶିର ଲୋକ, ପଢନ୍ତୁ ରାଶିଫଳ 

ଭାରତରେ ଉଦ୍ୟୋଗିକତାର ବିକାଶ, ବିଶେଷ କରି ଶିଳ୍ପ-ଉତ୍ପାଦ କ୍ଷେତ୍ରର ବିକାଶ ନିମନ୍ତେ ୨୦୧୪ରେ ପ୍ରଧାନମନ୍ତ୍ରୀ ଆରମ୍ଭ କରିଥିବା ‘ମେକ୍‌ ଇନ୍‌ ଇଣ୍ଡିଆ’ ଉପକ୍ରମକୁ ବି ପୂର୍ବରୁ ପୁଟିନ୍‌ ଖୁବ୍‌ ପ୍ରଶଂସା କରିଥିଲେ।

ଅଧିକ ପଢ଼ନ୍ତୁ: ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ

୮ମ ‘ଇଷ୍ଟର୍ଣ୍ଣ ଇକୋନୋମି ଫୋରମ୍‌’ (ଇଇଏଫ୍‌)ରେ ଉଦ୍‌ବୋଧନ ଦେବା ବେଳେ ପୁଟିନ୍ କହିଥିଲେ ଯେ, ଦେଶଜ ଉତ୍ପାଦ ପ୍ରସାରରେ ଭାରତର ସଫଳତାରୁ ରୁଷ୍‌ ଶିକ୍ଷା ଆହରଣ କରିପାରିବ।
 

Share this story