ଅଶୋଧିତ ତୈଳ ମୂଲ୍ୟରେ ୧୧% ହ୍ରାସ ଯୋଗୁଁ ଏହି ଦିନ ଠାରୁ ୭ ଟଙ୍କା କମିବ ପେଟ୍ରୋଲ ଦର !
 

Fuel price cut hopes rise as crude oil prices 11 percentage drop
ଅଶୋଧିତ ତୈଳ ମୂଲ୍ୟରେ ୧୧% ହ୍ରାସ
 

ଓଡ଼ିଆ ଗସିପ୍ ବ୍ୟୁରୋ: ବିଶ୍ବ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ହଠାତ୍‌ ହ୍ରାସ ଘଟିଛି। ଏମିତିକି ଅକ୍ଟୋବର ମାସରେ, ବ୍ରେଣ୍ଟ ଅଶୋଧିତ ତୈଳ ମୂଲ୍ୟରେ ୧୧ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି। ଅନ୍ୟପକ୍ଷରେ ଆମେରିକୀୟ ଡବ୍ଲ୍ୟୁଟିଆଇର କ୍ରୁଡ୍‌ ମୂଲ୍ୟରେ ମଧ୍ୟ ପ୍ରାୟ ୯ ପ୍ରତିଶତ ହ୍ରାସ ହୋଇଛି। 

ଅଶୋଧିତ ତୈଳ ମୂଲ୍ୟରେ ଏହି ହ୍ରାସ ଧାରା ଆଗକୁ ଜାରି ରହିବାର ବେଶ ସମ୍ଭାବନା ରହିଛି। ଅକ୍ଟୋବର ମାସରେ ବ୍ରେଣ୍ଟ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୭୫ ଡଲାରରେ ପହଞ୍ଚିପାରେ। ଏହାର ପ୍ରଭାବରେ ନଭେମ୍ବର ମାସରେ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିପାରେ।

ଅଧିକ ପଢ଼ନ୍ତୁ: ଘରେ ଛାଡିବା ବାହାନାରେ ଶାଳିକୁ ମଦ ପିଆଇ ୪ସାଙ୍ଗ ସହ ମିଶି ଭିଣେଇ କଲା ଦୁଷ୍କର୍ମ, ରାତିସାରା ଚେତାଶୂନ୍ୟ...

ବିଶେଷଜ୍ଞଙ୍କ ଅନୁଯାୟୀ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ହେତୁ ପେଟ୍ରୋଲ ମୂଲ୍ୟ ୭ ଟଙ୍କା କମିପାରେ। ଯାହାଫଳରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୯୦ ଟଙ୍କା ସ୍ତରକୁ ଆସିଯିବ। ଅକ୍ଟୋବର ମାସରେ ଉପସାଗରୀୟ ରାଷ୍ଟ୍ରଗୁଡିକରେ ବ୍ରେଣ୍ଟ କ୍ରୁଡ୍‌ ମୂଲ୍ୟ ୧୧ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। 

ଅଧିକ ପଢ଼ନ୍ତୁ: ଚାକିରୀରୁ ଅବସର ପୂର୍ବରୁ ଭି ଆର ଏସ ନେଲେ DGP B K Ravi ହେଲେ କାହିଁକି ? ଜାଣନ୍ତୁ ଅସଲ କାରଣ...

ସେପ୍ଟେମ୍ବର ୨୯ରେ, ବ୍ରେଣ୍ଟ ଅଶୋଧିତ ତେଲର ମୂଲ୍ୟ ବ୍ୟାରେଲ ପିଛା ୯୫.୩୧ ଡଲାର ଥିଲା। ଯାହା ବର୍ତ୍ତମାନ ବ୍ୟାରେଲ ପିଛା ୮୪.୪୮ ଡଲାର ରହିଛି। ଗତ ଦୁଇ ଦିନ ମଧ୍ୟରେ ଅଶୋଧିତ ତୈଳ ମୂଲ୍ୟରେ ୬ ପ୍ରତିଶତ ହ୍ରାସ ଘଟିଛି। 

ଅଧିକ ପଢ଼ନ୍ତୁ: ଲିଭର ସୁସ୍ଥ ରହିଲେ ମିଳିବ ଅନେକ ରୋଗରୁ ରକ୍ଷା, ଜାଣନ୍ତୁ ଲିଭରକୁ ସଫା କରିବାର ୭ଟି ଉପାୟ

ଅନ୍ୟପକ୍ଷରେ ଆମେରିକାର ତୈଳ ମୂଲ୍ୟରେ ମଧ୍ୟ ୮ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି। ତଥ୍ୟ ଅନୁଯାୟୀ, ସେପ୍ଟେମ୍ବର ୨୯ରେ ଡବ୍ଲ୍ୟୁଟିଆଇ ମୂଲ୍ୟ ବ୍ୟାରେଲ ପିଛା ୯୦.୭୯ ଡଲାର ଥିଲା, ଯାହା ବର୍ତ୍ତମାନ ବ୍ୟାରେଲ ପିଛା ୮୨.୭୯ ଡଲାରରେ କାରବାର କରୁଛି।

ଅଧିକ ପଢ଼ନ୍ତୁ: ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ

Share this story