ଭିଡିଓ ବନେଇବା ବନ ବିଭାଗର କର୍ମଚାରୀଙ୍କୁ ପଡିଲା ମହଙ୍ଗା, ହାତୀ ହଠାତ୍ ଆସି ଗୋଡ଼ରେ ଦଳି ଦେଲା

ଓଡ଼ିଆ ଗସିପ୍ ବ୍ୟୁରୋ: ବନ ବିଭାଗରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ଜଣେ ବନ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଘଟଣାଟି ଘଟିଛି ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲାରେ। ମୃତ ବନ କର୍ମଚାରୀଙ୍କ ନାଁ ସୁଧାକର ବି ଆତରାମ।
ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ
ସୂଚନା ଅନୁସାରେ ଶନିବାର ପଳାସଗାଁ ଜଙ୍ଗଲକୁ କିଛି ହାତୀ ଆସିଥିବା ନେଇ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗର ଏକ ଟିମ୍ ସେଠାରେ ପହଞ୍ଚିଥିଲେ। ସେମାନଙ୍କ ସହିତ ଡ୍ରାଇଭର ସୁଧାକର ବି ଆତରାମ ମଧ୍ୟ ଥିଲେ।
ଅଧିକ ପଢ଼ନ୍ତୁ: ବିଡ଼ା ବିଡ଼ା ନୋଟ୍, ସୁନା, ରୂପା ସହ ୪୧୭ କୋଟି ଟଙ୍କା ଜବତ କଲା ଇଡି, ରାଡାରରେ ବଲିଉଡର ୧୪ ରୁ ଅଧିକ ନାମ
ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ ବନ ବିଭାଗ ଟିମ୍ ହାତୀ ଘଉଡ଼ାଇବା କାର୍ଯ୍ୟରେ ଲିପ୍ତ ଥିବା ବେଳେ ସୁଧାକର ସେଠାରେ ରାସ୍ତାକଡ଼ରେ ଗାଡ଼ି ଛିଡ଼ା କରି ମୋବାଇଲ ଫୋନରେ ଭିଡିଓ ଉତ୍ତୋଳନ କରୁଥିଲେ। ଏହି ସମୟରେ ଏକ ହାତୀ ହଠାତ୍ ତାଙ୍କ ଆଡ଼କୁ ଦୌଡ଼ି ଆସିଥିଲା। ହାତୀକୁ ଦେଖି ଅନ୍ୟମାନେ ଖସି ପଳାଇଥିଲେ।
କିନ୍ତୁ ସୁଧାକର ଖସି ପାରି ନଥିଲେ। ସେ ଦୌଡ଼ି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପଡ଼ିଯାଇଥିଲେ। ଆଉ ହାତୀ ତାଙ୍କୁ ତା’ ଗୋଡ଼ରେ ଦଳି ଦେଇଥିଲା। ଫଳରେ ସୁଧାକରଙ୍କ ମୃତ୍ୟୁ ଘଟିଥିଲା, ଏହା ପରେ ବନ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।
ଦେଖନ୍ତୁ VIDEO: ବାଇକ୍ ରେ ଆସି ଟାଣିଲେ ‘ଦୁପଟ୍ଟା’ ସାଇକେଲ୍ରୁ ପଡ଼ିଯିବା ପରେ ମୁଣ୍ଡ ଉପରେ ମାଡ଼ିଗଲା ପଛପଟୁ ଆସୁଥିବା...