୨୦୨୪ ଫୋର୍ବସ୍‌ ତାଲିକା: ଭାରତର ୧୦ ଜଣ ଧନୀ ବ୍ୟକ୍ତି, ଦେଖନ୍ତୁ କାହାର ସମ୍ପତ୍ତି କେତେ ? 
 

Forbes Richest List of Top 10 Richest People in India 2024
ଭାରତର ୧୦ ଜଣ ଧନୀ ବ୍ୟକ୍ତି
 

ଓଡ଼ିଆ ଗସିପ୍ ବ୍ୟୁରୋ: ପ୍ରକାଶ ପାଇଛି ‘ଫୋର୍ବସ୍‌’ର ବାର୍ଷିକ ବିଶ୍ୱ ଶ୍ରେଷ୍ଠ ଧନୀ ତାଲିକା-୨୦୨୪ । ଫୋର୍ବସର ଭାରତୀୟ ଧନୀ ତାଲିକାରେ ପୁଣିଥରେ ‘ରିଲାଏନ୍ସ୍‌ ଇଣ୍ଡଷ୍ଟ୍ରିଜ୍‌’ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ତେବେ ମୁକେଶଙ୍କ ତଳେ ଅର୍ଥାତ୍ ଦ୍ଵିତୀୟ ଧନୀ ଭାରତୀୟ ହୋଇଛନ୍ତି ଗୌତମ ଆଦାନୀ । 

ତେବେ ଚଳିତ ବର୍ଷ ଏହି ତାଲିକାରେ ୨୦୦ ଜଣ ଭାରତୀୟଙ୍କ ନାମ ରହିଛି । ଗତ ବର୍ଷ ତୁଳନାରେ ୩୧ ଜଣ ଅଧିକ ଲୋକଙ୍କ ନାମ ଏହି ତାଲିକାରେ ସାମିଲ ହୋଇଛି । ଏହି ୨୦୦ ଜଣ ଭାରତୀୟଙ୍କର ମିଳିତ ଧନ ୯୫୪ ବିଲିୟନ ଡ଼ଲାର ଅଟେ, ଯାହା ଗତ ବର୍ଷର ୬୭୫ ବିଲିୟନ ଡ଼ଲାର ତୁଳନାରେ ୪୧% ଅଧିକ । 

ଆଧିକ ପଢନ୍ତୁ : କେମିତି ଜାଣିବେ ହୋଇଛି କି ପେଟ କ୍ୟାନସର ? ହେବା ପୂର୍ବରୁ ଦେଖାଦିଏ ଏସବୁ ଲକ୍ଷଣ 

ଏହି ତାଲିକାର ଶୀର୍ଷରେ ଅଛନ୍ତି ମୁକେଶ ଅମ୍ବାନୀ, ତାଙ୍କର ମୋଟ ସମ୍ପତ୍ତି ୮୩ ବିଲିୟନ ଡ଼ଲାରରୁ ଚଳିତ ବର୍ଷ ୧୧୬ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି । ଏହା ସହିତ ମୁକେଶ ଅମ୍ବାନୀ ୧୦୦ ବିଲିୟନ ଡଲାର କ୍ଲବରେ ସାମିଲ ହୋଇଥିବା ପ୍ରଥମ ଏସୀୟ ହୋଇଛନ୍ତି । ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ମୁକେଶ ଅମ୍ବାନୀଙ୍କ ସ୍ଥାନ ନବମ ସ୍ଥାନରେ ରହିଛି । ସେ ଉଭୟ ଭାରତ ଏବଂ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ।

ଆଧିକ ପଢନ୍ତୁ :ଏଭଳି ନୀଳ ଶିରା ଗୋଡରେ କାହିଁକି ଦେଖାଯାଏ ? ହୋଇପାରେ ଏହି ଗମ୍ଭୀର ରୋଗର ଲକ୍ଷଣ

ଭାରତର ୧୦ ଜଣ ଧନୀ ବ୍ୟକ୍ତି:

  • ମୁକେଶ ଅମ୍ବାନୀ – ୧୧୬ ବିଲିୟନ ଡ଼ଲାର୍
  • ଗୌତମ ଆଦାନୀ – ୮୪ ବିଲିୟନ ଡ଼ଲାର୍
  • ଶିବ ନାଦର – ୩୬.୯ ବିଲିୟନ ଡ଼ଲାର୍
  • ସାବିତ୍ରୀ ଜିନ୍ଦଲ – ୩୩.୫ ବିଲିୟନ ଡ଼ଲାର୍
  • ଦିଲୀପ ଶାଙ୍ଗଭି – ୨୬.୭ ବିଲିୟନ ଡ଼ଲାର୍
  • ସାଇରସ୍ ପୁନାୱାଲା – ୨୧.୩ ବିଲିୟନ ଡ଼ଲାର୍
  • କୁଶଲ ପାଲ ସିଂ – ୨୦.୯ ବିଲିୟନ ଡ଼ଲାର
  • କୁମାର ବିର୍ଲା – ୧୯.୭ ବିଲିୟନ ଡ଼ଲାର
  • ରାଧାକୀଶାନ ଦାମନୀ – ୧୭.୬ ବିଲିୟନ ଡ଼ଲାର
  • ଲକ୍ଷ୍ମୀ ମିତ୍ତଲ – ୧୬.୪ ବିଲିୟନ ଡ଼ଲାର୍

ଆଧିକ ପଢନ୍ତୁ : କିଡନୀ ଖରାପ ବୋଲି ଜାଣିବେ କେମିତି ? ଏସବୁ ଲକ୍ଷଣ ଦେଖାଦେଲେ ହୋଇଯାଆନ୍ତୁ ସାବଧାନ! 
 

Share this story