ପୁଣି ଯାତ୍ରୀବାହୀ ଟ୍ରେନ୍ରେ ହୁତୁହୁତୁ ହୋଇ ଲାଗିଲା ନିଆଁ, ଭିତରେ ଫଶି ରହିଛନ୍ତି ଯାତ୍ରୀ!
ଓଡ଼ିଆ ଗସିପ୍ ବ୍ୟୁରୋ: ପୁଣି ଯାତ୍ରୀବାହୀ ଟ୍ରେନ୍ରେ ଲାଗିଲା ନିଆଁ। ବଲସାଡରୁ ସୁରତ ଯାଉଥିବା ଟ୍ରେନ୍ରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଗୁଜରାଟର ବଲସାଡ୍ ଶିପୱାଡ଼ ଅଞ୍ଚଳରେ ବଲସାଡ-ସୁରତ ଟ୍ରେନ୍ରେ ଲାଗିଛି ନିଆଁ।
ଅଧିକ ପଢ଼ନ୍ତୁ: ଚାଣକ୍ୟ ନୀତି ଅନୁଯାୟୀ ଭୁଲ୍ରେ ବି ସ୍ତ୍ରୀଙ୍କୁ କୁହନ୍ତୁନି ଏହି ୪ ଟି କଥା, ଶାନ୍ତିରେ ବଞ୍ଚିବା ବି ହୋଇଯିବ କାଠିକର ପାଠ
ଅଗ୍ନିକାଣ୍ଡ ଫଳରେ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି । ସୂଚନା ମୁତାବକ ନିଆଁ ଲାଗିବା ପରେ ଯାତ୍ରୀମାନେ ବାହାରକୁ ବାହାରିଯିବାକୁ ସକ୍ଷମ ହୋଇଛନ୍ତି । ତେବେ କେଉଁ କାରଣ ଟ୍ରେନ୍ରେ ନିଆଁ ଲାଗିଲା ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିନଥିବା ବେଳେ । ସ୍ଥାନୀୟ ଅଗ୍ନିଶମ ବାହିନୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି ।
ଅଧିକ ପଢ଼ନ୍ତୁ: କାହା ପାଇଁ ଭଲ ତ କାହା ପାଇଁ ଖରାପ; କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ
ପ୍ରାଥମିକ ରିପୋର୍ଟ ଅନୁଯାୟୀ, ନିଆଁକୁ ଆୟତ କରିବା ପାଇଁ ଉଦ୍ୟମ ଜାରି ରହିଛି । ନିଆଁ ଲିଭା କାର୍ଯ୍ୟରେ ୫ରୁ ଅଧିକ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଭିତରେ କୌଣସି ଯାତ୍ରୀ ଫସି ରହିଛନ୍ତି କି ନାହିଁ ତଥ୍ୟ ମିଳିନି । ମୃତାହତ ନେଇ କୌଣସି ସୂଚନା ମିଳିନଥିବା ବେଳେ ରେଲଓ୍ବେ ପୋଲିସ ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ