ପ୍ରକୃତିର କୋପ ଆଗରେ ଅସହାୟ ମଣିଷ: ଲଗାଣ ବର୍ଷାରେ ଧୋଇଗଲା ସମ୍ପୂର୍ଣ୍ଣ ଗାଁ, ସର୍ବହରା ହେଲେ ଲୋକେ

devastating landslide reported at Irshalwadi village in Khalapur tehsil in Raigad District of Maharastra

ଓଡ଼ିଆ ଗସିପ୍ ବ୍ୟୁରୋ: ଉତ୍ତର ଭାରତ ପରେ ଏବେ ପଶ୍ଚିମ ଭାରତରେ ବର୍ଷାର ତାଣ୍ଡବ । ବିଶେଷକରି ମହାରାଷ୍ଟ୍ର ଏବଂ ଗୁଜରାଟର ବିଭିନ୍ନ ସ୍ଥାନରେ ବର୍ଷା ବିତ୍ପାତ ଜାରି ରହିଛି । ମହାରାଷ୍ଟ୍ରର ରାଇଗଡ଼ରେ ବଡ଼ ବିପତ୍ତି ଆଣିଛି ବର୍ଷା । ଲଗାଣ ବର୍ଷା ଯୋଗୁ ଭୂସ୍ଖଳନ ଘଟି ସବୁ ଘର ମାଟିରେ ମିଶି ଯାଇଛି । ଏହି ଅଘଟଣରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି । ଆହୁରି ଅନେକ ଲୋକ ଦବି ହୋଇ ରହିଥିବାବେଳେ ଉଦ୍ଧାର କାର୍ଯ୍ୟା ଜାରି ରହିଛି ।

ଅଧିକ ପଢ଼ନ୍ତୁ : ପୋଲସରା ବିଧାୟକଙ୍କୁ ପ୍ରଥମେ ଦଶିଂଥିଲା ଅର୍ଚ୍ଚନା ନାଗ; ଶର୍ମିଷ୍ଠା ଥିଲା ଶାରୀରିକ ସମ୍ପର୍କ: ସଂଯୁକ୍ତା ମହଲା

ମହାରାଷ୍ଟ୍ର ରାଇଗଡ଼ରେ ବର୍ଷା ବିତ୍ପାତ ଯୋଗୁ ଘଟିଛି ବଡ ଅଘଟଣ । ରାତି ଅଧରେ ଭୂସ୍ଖଳନରେ ଦବିଯାଇଛି ପୂରା ଗାଁ। ଗତ କିଛି ଦିନ ଧରି ମହାରାଷ୍ଟ୍ରରେ ବର୍ଷା ଲାଗି ରହିଛି । ଏପରି ସମୟରେ ଖାଲାପୁର ତହସିଲରେ ପାହାଡ଼ ଉପରେ ଅବସ୍ଥିତ ଇର୍ଶଲୱାଡି ଗାଁରେ ଭୂସ୍ଖଳନ ଯୋଗୁ ଗାଁର ସବୁ ଘର ମାଟିରେ ମିଶି ଯାଇଛି । ଏହି ପଡ଼ା ଗାଁରେ ୫୦ଟି ପରିବାର ବସବାସ କରନ୍ତି । ଏବେବି କିଛି ଲୋକଙ୍କ ପତ୍ତା ମିଳିନଥିବା କୁହାଯାଉଛି ।


 

ତେବେ ଏହି ଅଘଟଣ ପରେ ପ୍ରଶାସନ ପକ୍ଷରୁ ପୂରା ଗାଁ ଖାଲି କରାଯାଇଛି । ଏନ୍‌ଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘଟଣାସ୍ଥଳ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । 

ଅଧିକ ପଢ଼ନ୍ତୁ: ଭୁବନେଶ୍ୱର ଆସୁଛନ୍ତି ସନ୍ନି ଲିଓନି; କାହାକୁ ଓ କାହିଁକି ଭେଟିବେ ଖବର ନାହିଁ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ଦୁଇ ଜଣ ମନ୍ତ୍ରୀ ସେହି ଗାଁରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି । ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରଯାଇଥିବା ମନ୍ତ୍ରୀ କହିଛନ୍ତି। ଶିବସେନା ୟୁବିଟି ନେତା ଆଦିତ୍ୟ ଥାକରେ ମଧ୍ୟ ରାଇଗଡ ଯାଇ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । 

ଏପଟେ ମହରାଷ୍ଟ୍ରରେ ଅନ୍ୟ କିଛି ସ୍ଥାନରେ ମଧ୍ୟ ବର୍ଷା ବିତ୍ପାତ ଜାରି ରହିଛି । ମହାରାଷ୍ଟର ୧୦ ଜିଲ୍ଲାକୁ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଲଗାଣ ବର୍ଷା ମୁମ୍ବାଇରେ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ବିଭିନ୍ନ ସ୍ଥାନରେ ଗତକାଲିଠାରୁ ଜଳବନ୍ଦୀ ସ୍ଥିତି ଦେଖିବାକୁ ମିଳିଛି । ମୁମ୍ବାଇ ଉପକୂଳରେ ଉଚ୍ଚ ଜୁଆର ଦେଖିବକୁ ମିଳିଛି । ପ୍ରବଳ ବର୍ଷା ପ୍ରଭାବରେ ଉଚ୍ଚ ଜୁଆର ଆସି କୂଳରେ ମାଡ ହେଉଛି ।

ଅଧିକ ପଢ଼ନ୍ତୁ: ମୋଦି ସରକାର ଉପରେ ରାଗ ଗର ଗର ସୁପ୍ରିମକୋର୍ଟ; କଡ଼ା ଭାଷାରେ ଏମିତି କହିଲେ

ସେପଟେ ପଶ୍ଚିମରେ ଗୁଜରାଟର ବିଭିନ୍ନ ସ୍ଥାନରେ ବର୍ଷା ପ୍ରଭାବରେ ବନ୍ୟା ସ୍ଥିତି ଦେଖାଦେଇଛି । ବିଷେଶ କରି ସୌରାଷ୍ଟ୍ରରେ ସ୍ଥିତି ସଙ୍ଗୀନ ଆଡକୁ ଯାଉଛି । ସୁରତ, ଗିର୍, ଭାଲସାଡ୍, ରାଜକୋଟର ଏନେକ ଅଞ୍ଚଳ ଜଳ ପ୍ଲାବିତ ହୋଇଛି । ରାଜ୍ୟରେ ଆହୁରି ଦୁଇ ଦିନ ଏଭଳି ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ କହିଛି ।

Share this story