CRPFରେ ୧୬୯ଟି ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ, ଜାଣନ୍ତୁ କିପରି ଆବେଦନ କରିବେ ?

CRPF Constable GD Recruitment 2024 Registration for 169 posts begins tomorrow
CRPF ରେ ଚାକିରୀ ପାଇଁ ସୁବର୍ଣ୍ଣ ସୁଯୋଗ 

ଓଡ଼ିଆ ଗସିପ୍ ବ୍ୟୁରୋ: ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) କନଷ୍ଟେବଳ GD ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତାକାଲି ଠାରୁ ଅର୍ଥାତ୍‌ ଜାନୁଆରୀ ୧୬ ତାରିଖରୁ ପ୍ରାର୍ଥୀମାନେ ଆବେଦନ କରିପାରିବେ ।ଏଥିପାଇଁ ଅନ୍‌ଲାଇନ୍‌ ଜରିଆରେ recruitment.Crpf.gov.inକୁ ଲଗ୍‌ଇନ୍‌ କରି ଆବେଦନ କରିହେବ ।

ଅଧିକ ପଢନ୍ତୁ :ଶୁକ୍ର ଗୋଚର, ଏହି ୩ ରାଶିଙ୍କ ବଦଳିଯିବ ଭାଗ୍ୟ, ଏମାନଙ୍କ ଉପରେ ହେବ ଧନ ବର୍ଷା!

କ୍ରୀଡ଼ା କୋଟା ଅନୁସାରେ କନଷ୍ଟେବଳ ଜେନେରାଲ ଡ୍ୟୁଟି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ CRPF ର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଆବେଦନ କରିପାରିବେ । ଆସନ୍ତାକାଲି ସକାଳ ୯ଟା ପରୁଠାରୁ ଆବେଦନ କରିହେବ । ଆବେଦନ କରିବାର ଶେଷ ତାରିଖ ୨୦୨୪ ଫେବ୍ରୁଆରୀ ୧୫ ତାରିଖ ଯାଏଁ ରହିଛି । ମୋଟ୍‌ ୧୬୯ଟି ପଦବୀ ପୂରଣ ହେବାନେଇ ନିଯୁକ୍ତି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।

ଅଧିକ ପଢନ୍ତୁ :ରାହୁ ଓ କେତୁଙ୍କ ରାଶି ପରିବର୍ତ୍ତନ, ଏହି ୪ ରାଶିଙ୍କ ପାଇଁ ଆଗକୁ ଆସୁଛି ଭଲ ସମୟ!

ଶିକ୍ଷାଗତ ଯୋଗ୍ୟତା 

ଏହି ପଦବୀ ପାଇଁ ଆବେଦନ କରିବାକୁ ହେଲେ ଇଚ୍ଛୁକ ପ୍ରାର୍ଥୀମାନେ ମାଟ୍ରିକ୍‌ ପାସ୍‌ କରିଥିବା ଆବଶ୍ୟକ । ଆବେଦନକାରୀଙ୍କ ସମୟସୀମା ୧୮ରୁ ୨୩ ବର୍ଷ ମଧ୍ୟ ହୋଇଥିବା ଆବଶ୍ୟକ ।

ଅଧିକ ପଢନ୍ତୁ :ମକର ସଂକ୍ରାନ୍ତି ଏହି ୬ ରାଶି ପାଇଁ ଅଶୁଭ, ସାବଧାନ ନହେଲେ ହରାଇବେ ସର୍ବସ୍ବ !

କିପରି ଆବେଦନ କରିବେ ?

ପ୍ରଥମେ ଏଥିପାଇଁ ଆପଣଙ୍କୁ CRPFର ଅଫିସିଆଲ୍ ୱେବସାଇଟ୍ recruitment.crpf.gov.in ପରିଦର୍ଶନ କରିବାକୁ ହେବ । ପରେ ଆପଣ ପ୍ରଥମ ପେଜ୍‌ରେ ଥିବା CRPF କନଷ୍ଟେବଲ୍ GD ନିଯୁକ୍ତି ୨୦୨୪ ଲିଙ୍କକୁ କ୍ଲିକ୍‌ କରିବେ । ପେଜ୍‌ ଖୋଲିବା ପରେ ପ୍ରାର୍ଥୀମାନେ ପଞ୍ଜିକରଣ କରିପାରିବେ ।

ଅଧିକ ପଢନ୍ତୁ :ଏହି ରାଶିର ଲୋକଙ୍କ କର୍ମରେ ବାଧା ଉପୁଜିବା ସହ ମନ ଅସ୍ଥିର ରହିବ ଓ ପରିବାରରେ ବିବାଦ ଦେଖାଦେବ, ପଢନ୍ତୁ ରାଶିଫଳ 

କ୍ରୀଡ଼ା କୋଟା ଅନୁସାରେ କନଷ୍ଟେବଳ ଜିଡି ପଦବୀ ପାଇଁ ଜେନେରାଲ, OBC ଏବଂ EWS ମାନଙ୍କ ପାଇଁ ଆବେଦନ ଶୁକ୍ଳ ୧୦୦ ଟଙ୍କା ଦେବାକୁ ହେବ । SC-ST ଓ ମହିଳାମାନଙ୍କ ପାୟି ଦେୟ ଛାଡ଼ କରାଯାଇଛି । ଏହା ବ୍ୟତୀତ ଯଦି ଆପଣ ଏହି ସମ୍ପର୍କରେ ଅଧିକ ତଥ୍ୟ ଜାଣିବାକୁ ଚାହାନ୍ତି ତେବେ CRPFର ଅଫିସିଆଲ୍ ୱେବସାଇଟ୍ ଦେଖିପାରିବେ ।

ଅଧିକ ପଢନ୍ତୁ :ସତର୍କ ରୁହନ୍ତୁ ଏହି ରାଶିର ଲୋକ; ଜାଣନ୍ତୁ କେମିତି କଟିବ ଏହି ସପ୍ତାହ, ପଢନ୍ତୁ ସାପ୍ତାହିକ ରାଶିଫଳ…
 

Share this story

World Odia Language Conferene