ବଜାରରେ ବିକ୍ରି ହେଉଛି ଚାଇନାର ବିଷାକ୍ତ ରସୁଣ, କିଣିବା ଠାରୁ ଦୂରେଇ ରୁହନ୍ତୁ ବୋଲି ଏହି ସାଂସଦଙ୍କ ଦାବି
 

China makes fake garlic US senator calls for investigation
ବଜାରରେ ବିକ୍ରି ହେଉଛି ଚାଇନାର ବିଷାକ୍ତ ରସୁଣ
 

ଓଡ଼ିଆ ଗସିପ୍ ବ୍ୟୁରୋ: ନକଲି ସାମଗ୍ରୀ ତିଆରି କରିବାରେ ମାହିର ଚୀନ୍ ବର୍ତ୍ତମାନ ବିଷାକ୍ତ ରସୁଣ ପ୍ରସ୍ତୁତ କରୁଛି। ତେବେ ଦୂର୍ଭାଗ୍ୟର ବିଷୟ ହେଉଛି ଯେ, ଏହି ବିଷାକ୍ତ ରସୁଣ ଏବେ ଭାରତୀୟ ବଜାରରେ ବିକ୍ରି ହେଉଛି। ନର୍ଦ୍ଦମା ପାଣିରେ ଜଳସେଚିତ କରି ଅମଳ କରାଯାଉଥିବା ଏହି ରସୁଣ ସ୍ବାସ୍ଥ୍ୟ ପକ୍ଷେ ବେଶ କ୍ଷତିକାରକ। ଏହାକୁ ନେଇ ସଂଘାତିକ ଅଭିଯୋଗ ଉଠାଇଛନ୍ତି ଆମେରିକାର ଜଣେ ସାଂସଦ। ସେ ଏହି ଘଟଣାର ତଦନ୍ତ ଦାବି କରିଛନ୍ତି।

ଦେଖନ୍ତୁ EXCLUSIVE ଭିଡ଼ିଓ: ୩୫୦ କୋଟି ଜବତ ଘଟଣାରେ ଆସିଲା ସାଙ୍ଘାତିକ ତଥ୍ୟ, ଧୀରଜଙ୍କୁ ସୁରକ୍ଷା ଦେବା ପାଇଁ ଓଡ଼ିଆ କେନ୍ଦ୍ର ମନ୍ତ୍ରୀ ନେଇଥିଲେ ୭୫ କୋଟି !

ଚୀନ୍‌ରୁ ଆସୁଥିବା ବିଷାକ୍ତ ରସୁଣ ବର୍ତ୍ତମାନ ଭାରତୀୟ ବଜାରରେ ଛାଇଯାଇଛି। ଏଗୁଡ଼ିକ ଦେଖିବାକୁ ବହୁତ ଧଳା ଏବଂ ସୁନ୍ଦର। ଅମଳରେ ଡ୍ରେନ୍ ପାଣି ଦିଆଯାଉଥିବା ଏହି ରସୁଣ ଜଲ୍‌ଦି ବଢ଼ିବା ପାଇଁ ସୀସା ଏବଂ ଅନ୍ୟ ଧାତୁ ବ୍ୟବହାର କରାଯାଉଛି। ଏହା କିଭଳି ଅଧିକ ଧଳା ଦେଖାଯିବ ସେଥିପାଇଁ ଏହାକୁ କ୍ଲୋରିନ୍‌ରେ ବ୍ଲିଚ୍‌ କରାଯାଉଛି। 

ଏହି ସମୟରେ ଆମେରିକା ସିନେଟ୍‌ର ସଦସ୍ୟ ଚୀନ୍‌ରୁ ରସୁଣ ଆମଦାନୀକୁ ଜାତୀୟ ସୁରକ୍ଷା ଉପରେ କି ପ୍ରଭାବ ପକାଇବ ସେ ନେଇ ସରକାରୀ ତଦନ୍ତ ଦାବି କରିଛନ୍ତି। ରିପବ୍ଲିକାନ୍ ଦଳର ସାଂସଦ ରିକ୍ ସ୍କଟ୍ ବାଣିଜ୍ୟ ସଚିବଙ୍କୁ ଏକ ଚିଠି ଲେଖି ଚାଇନାର ଅସ୍ବଚ୍ଛ ରସୁଣ ଉତ୍ପାଦନ ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି। ଏହି ରସୁଣ ସ୍ବାସ୍ଥ୍ୟ ପକ୍ଷେ ହାନିକାରକ। 

ଅଧିକ ପଢନ୍ତୁ :ଶୀତଦିନେ ପୂରା ସମ୍ପୂର୍ଣ୍ଣ ସୁସ୍ଥ ରହିବା ପାଇଁ ଆପଣାନ୍ତୁ ଏହି ୫ଟି ସରଳ ଟିପ୍ସ 

ବିଶ୍ବରେ ଚାଇନା ହେଉଛି ତାଜା ଏବଂ ଥଣ୍ଡା ରସୁଣର ସର୍ବବୃହତ ରପ୍ତାନୀକାରୀ। ଆମେରିକା ଏହାର ଏକ ପ୍ରମୁଖ ଗ୍ରାହକ। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଦୀର୍ଘ ବର୍ଷ ଧରି ବିବାଦୀୟ ହୋଇଆସୁଛି। ସ୍କଟ୍ ବିଭିନ୍ନ ପ୍ରକାରର ରସୁଣ ବିଷୟରେ ମଧ୍ୟ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି। ତାଙ୍କ କହିବାନୁଯାୟୀ, ଯଦି ଆପଣ ଚାଇନାର ବିଷାକ୍ତ ରସୁଣ ଚିହ୍ନଟ କରିବାକୁ ଚାହୁଁଛନ୍ତି, ତେବେ ପଦ୍ଧତିଟି ଅତି ସହଜ। 

ଅଧିକ ପଢନ୍ତୁ :ଡିସେମ୍ବର ୩୧ରେ ମାର୍ଗି ଦେବଗୁରୁ ବୃହସ୍ପତି ଚଳନ, ଏହି ୩ଟି ରାଶି ପାଇଁ ପାଲଟିବ ବରଦାନ

ବଜାରରେ ବିକ୍ରି ହେଉଥିବା ବିଷାକ୍ତ ରସୁଣ ଧଳା। ଏଗୁଡ଼ିକରେ କୌଣସି ଦାଗ ଦେଖାଯିବ ନାହିଁ। ଅସଲି ରସୁଣ ଚିହ୍ନିବା ପାଇଁ ତାକୁ ରସୁଣକୁ ଓଲଟାନ୍ତୁ, ଯଦି ଏହାର ନିମ୍ନ ଭାଗରେ ଦାଗ ଦୃଶ୍ୟମାନ ହୁଏ ତେବେ ଏହାର ଅର୍ଥ ହେଉଛି ଏହା ଅସଲି। ଯଦି ଏହାର ପଛ ଭାଗ ସମ୍ପୂର୍ଣ୍ଣ ଧଳା ରହିଥାଏ ଏହାର ଅର୍ଥ ହେଉଛି ଏହା ଚାଇନାର ବିଷାକ୍ତ ବିଷାକ୍ତ ରସୁଣ। ଏହାକୁ କିଣିବା ଠାରୁ ଦୂରେଇ ରୁହନ୍ତୁ ବୋଲି ଆମେରିକୀୟ ସାଂସଦ କହିଛନ୍ତି।

ଅଧିକ ପଢନ୍ତୁ :ସାଥୀଙ୍କୁ ଖୁସି କରିବାକୁ ଚାହୁଁ ଥିଲେ ପ୍ରତିଦିନ ରାତିରେ ଖାଆନ୍ତୁ...,ବୃଦ୍ଧି ପାଇବ ଯୌନ ଶକ୍ତି !

Share this story