ସ୍କୁଲରେ ଛାତ୍ରଛାତ୍ରୀମାନେ ପଢିବେ ଭାଗବତ ଗୀତା, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

Bhagavad Gita to be part of syllabus for Classes 6 to 12 in Gujarat
ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପଢାଯିବ ଭଗବତ ଗୀତା

ଓଡ଼ିଆ ଗସିପ୍ ବ୍ୟୁରୋ: ଏଣିକି ସ୍କୁଲ୍ ପାଠ୍ୟକ୍ରମରେ ସାମିଲ ହେବ ଭାଗବତ ଗୀତା । ଗୁଜରାଟରେ ଆସନ୍ତା ଜୁନରୁ ସରକାରୀ ସ୍କୁଲରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଭଗବତ ଗୀତା ପଢାଯିବ । ଏନେଇ ରାଜ୍ୟ ବିଧାନସଭା ବୁଧବାର ଏକ ପ୍ରସ୍ତାବ କରିଛି । ବିରୋଧୀ ପାର୍ଟି ଆମ ଆଦମୀ ପାର୍ଟି (ଆପ୍) ଏହି ପ୍ରସ୍ତାବକୁ ସମର୍ଥନ କରିଛି । 

ଅଧିକ ପଢନ୍ତୁ :ସ୍ବାସ୍ଥ୍ୟଜନିତ ସମସ୍ୟା ଉପୁଜିବା ସହ ଅତ୍ୟଧିକ ଖର୍ଚ୍ଚ ଚିନ୍ତାର କାରଣ ହେବ! ପଢନ୍ତୁ ଏ ସପ୍ତାହର ରାଶିଫଳ

ଅନ୍ୟପଟେ କଂଗ୍ରେସ ବିଧାୟକ ଦାବି କରିଛନ୍ତି ଯେ ବିଜେପି ସରକାର କେବଳ ଲୋକପ୍ରିୟତା ପାଇବା ପାଇଁ ଏପରି କରୁଛି । ତେବେ ଭୋଟିଂ ବେଳେ ପାର୍ଟି ଏହାର ସମର୍ଥନ କରିଛି ।ଉଲ୍ଲେଖଯୋଗ୍ୟ ଯେ, ୨୦୨୨ ମାର୍ଚ୍ଚରେ ତତ୍କାଳୀନ ଶିକ୍ଷା ମନ୍ତ୍ରୀ ଜିତୁ ବାଘାନୀ ବିଧାନସଭାରେ ଘୋଷଣା କରିଥିଲେ ଯେ ସ୍କୁଲ ଛାତ୍ରଛାତ୍ରୀ ଗୀତା ଏବଂ ଏହାର ଶ୍ଲୋକ ଜାଣିବା ଦରକାର । 

ଅଧିକ ପଢନ୍ତୁ :ଏହି ଖାଦ୍ୟ ଖାଇବା ଶୀଘ୍ର ବନ୍ଦ କରନ୍ତୁ ; ନଚେତ୍ ଭୋଗିବେ ପେଟ କ୍ୟାନ୍ସର, ଜାଣନ୍ତୁ ଏହାର ଲକ୍ଷଣ

ଏହାପରେ ୨୦୨୨ ମାର୍ଚ୍ଚ ୧୭ରେ ଏକ ସରକାରୀ ପ୍ରସ୍ତାବ ଜାରି କରିଥିଲେ, ଯେଉଁଥିରେ କୁହାଯାଇଥିଲା ଯେ ୨୦୨୨-୨୩ ଶିକ୍ଷା ବର୍ଷରୁ ଷଷ୍ଠରୁ ଦ୍ୱାଦଶ ଛାତ୍ରଛାତ୍ରୀଙ୍କୁ ଗୀତାର ମୂଲ୍ୟ ଏବଂ ସିଦ୍ଧାନ୍ତକୁ ଅବଗତ କରାଯିବ ।ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରମାନଙ୍କ ପାଇଁ ଏହା କାହାଣୀ ଏବଂ ପଠନ ଆକାରରେ ଶିକ୍ଷା ଦିଆଯିବ। 

ଅଧିକ ପଢନ୍ତୁ :ମେଷ ରାଶିରେ ଖୁବଶୀଘ୍ର ସୃଷ୍ଟି ହେବ ଗଜକେଶରୀ ଯୋଗ, ରାହୁ ଓ କେତୁଙ୍କ ଯୋଗୁଁ ବଢିବ ସମସ୍ୟା!

ସେହିପରି ନବମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରମାନେ ସେମାନଙ୍କର ପ୍ରଥମ ଭାଷା ପାଠ୍ୟ ପୁସ୍ତକ ମାଧ୍ୟମରେ ଭଗବଦ୍ ଗୀତା ଶିକ୍ଷାଲାଭ କରିବେ। ଭଗବଦ୍ ଗୀତାର ବିଶ୍ୱସ୍ତରୀୟ ମହତ୍ତ୍ୱକୁ ମନେପକାଇ ମନ୍ତ୍ରୀ ପାନଶେରିଆ ପୂର୍ବେ ସାଧୁ ତଥା ପାଶ୍ଚାତ୍ୟ ଚିନ୍ତକମାନଙ୍କ ଉପରେ ଏହାର ପ୍ରଭାବ କିପରି ଥିଲା ଓ ଏହାର ଅନନ୍ତକାଳୀନ ପ୍ରାସଙ୍ଗିକତାକୁ ଦର୍ଶାଇଥିଲେ।

ଅଧିକ ପଢନ୍ତୁ :୪ଟି ବଡ଼ ଗ୍ରହର ଗତି ପରିବର୍ତ୍ତନ, ଏହି ରାଶିର ଲୋକଙ୍କ ଉପରେ ପଡିବ ଗଭୀର ପ୍ରଭାବ!
 

Share this story