୧୮ ଦିନ ବନ୍ଦ ରହିବ ବ୍ୟାଙ୍କ! ଜଲଦି ସାରନ୍ତୁ କାମ, ଦେଖନ୍ତୁ ଡିସେମ୍ବର ମାସ ପାଇଁ ବ୍ୟାଙ୍କ ଛୁଟି ତାଲିକା
 

Bank Holidays in December Check state-wise list here
୧୮ ଦିନ ବନ୍ଦ ରହିବ ବ୍ୟାଙ୍କ!
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆପଣଙ୍କର କିଛି ଜରୁରୀ ବ୍ୟାଙ୍କ କାମ ରହିଯାଇଛି କି? ତେବେ ହୋଇଯାଆନ୍ତୁ ସତର୍କ । ବ୍ୟାଙ୍କରେ ଯାହା କିଛି ବି ଜରୁରୀ କାମ ରହିଯାଇଛି ସେଗୁଡିକୁ ଚଳିତ ମାସରେ ହିଁ ସାରି ଦିଅନ୍ତୁ ନଭେମ୍ବର ମାସ ଭିତରେ ସାରିଦେଲେ ଡିସେମ୍ବର ମାସର ଆଉ ଚିନ୍ତାରେ ପଡିବେନି। କାରଣ ଆସନ୍ତା ମାସରେ ଅଧାରୁ ଅଧିକ ଦିନ ବ୍ୟାଙ୍କ ଛୁଟି ରହିବାକୁ ଯାଉଛି । 

ରବିବାର ଏବଂ ଦ୍ବିତୀୟ ଓ ଚତୁର୍ଥ ଶନିବାର ବ୍ୟତିତ ପର୍ବପର୍ବାଣୀ କାରଣରୁ ବିଭିନ୍ନ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବାକୁ ଯାଉଛି । ତେବେ ନଜର ପକାନ୍ତୁ ଡିସେମ୍ବର ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ।

ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ (AIBEA) ଡିସେମ୍ବରରେ ୬ ଦିନିଆ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛନ୍ତି । ଜାଣନ୍ତୁ କେଉଁ କେଉଁ ବ୍ୟାଙ୍କ ବନ୍ଦ ରହିବ।

ଡିସେମ୍ବର ୪: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB), ପଞ୍ଜାବ ଏବଂ ସିନ୍ଧ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI)

ଡିସେମ୍ବର ୫: ବ୍ୟାଙ୍କ ଅଫ୍ ବରୋଦା, ବ୍ୟାଙ୍କ ଅଫ୍ ଇଣ୍ଡିଆ
ଡିସେମ୍ବର ୬: କାନାରା ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ
ଡିସେମ୍ବର ୭: ଇଣ୍ଡିଆନ୍ ବ୍ୟାଙ୍କ, ୟୁକୋ ବ୍ୟାଙ୍କ
ଡିସେମ୍ବର ୮: ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର
ଡିସେମ୍ବର ୧୧: ସମସ୍ତ ଘରୋଇ ବ୍ୟାଙ୍କ

ଅଧିକ ପଢନ୍ତୁ : କେମିତି ଜାଣିବେ ଆପଣଙ୍କୁ ହୋଇଛି ଲିଭର୍ କ୍ୟାନ୍ସର, ଜାଣନ୍ତୁ ରୋଗର ଲକ୍ଷଣ ଏବଂ କାରଣ

ତେବେ ବିଭିନ୍ନ ରାଜ୍ୟରେ ପର୍ବପର୍ବାଣୀ ତଥା ସ୍ବତନ୍ତ୍ର ଦିନ ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) କିଛି ବ୍ୟାଙ୍କ ଗୁଡିକ ପାଇଁ ଛୁଟି ଘୋଷଣା କରିଛନ୍ତି ।

ଡିସେମ୍ବର୦୧: ରାଜ୍ୟ ଉଦଘାଟନୀ ଦିବସ ହେତୁ ଅରୁଣାଚଳ ପ୍ରଦେଶ ଏବଂ ନାଗାଲାଣ୍ଡରେ ଏହି ଦିନ ବ୍ୟାଙ୍କ ଛୁଟି ରହିବ
ଡିସେମ୍ବର ୦୦୩: ମାସର ପ୍ରଥମ ରବିବାର ହେତୁ ବ୍ୟାଙ୍କଗୁଡିକ ବନ୍ଦ ରହିବ
ଡିସେମ୍ବର ୦୪: ସେଣ୍ଟ ଫ୍ରାନ୍ସିସ୍ ଜାଭିଅର୍ ଫେଷ୍ଟିଭାଲ୍ ହେତୁ ଗୋଆରେ ବ୍ୟାଙ୍କଗୁଡିକ ବନ୍ଦ ରହିବ
ଡିସେମ୍ବର ୦୯: ମାସର ଦ୍ୱିତୀୟ ଶନିବାର ହେତୁ ବ୍ୟାଙ୍କ ଛୁଟି ରହିବ।

ଅଧିକ ପଢନ୍ତୁ :କିଡନୀ ରୋଗୀ ସାବଧାନ! ଖାଉଛନ୍ତି କି ଏହି ଖାଦ୍ୟ? କିଡନୀକୁ ସୁସ୍ଥ ରଖିବା ପାଇଁ ଏସବୁ ଖାଦ୍ୟରୁ ଦୂରେଇ ରୁହନ୍ତୁ...

ଡିସେମ୍ବର ୧୦: ରବିବାର ହେତୁ ବ୍ୟାଙ୍କ ଛୁଟି ରହିବ।
ଡିସେମ୍ବର ୧୨: ପା-ଟୋଗାନ୍ ନେଙ୍ଗମିନଜା ସାଙ୍ଗମା ହେତୁ ମେଘାଳୟରେ ବ୍ୟାଙ୍କ ବ୍ୟାଙ୍କ ଛୁଟି
ଡିସେମ୍ବର ୧୩: ଲସୁଙ୍ଗ / ନାମସଙ୍ଗ କାରଣରୁ ସିକ୍କିମରେ ବ୍ୟାଙ୍କ ଛୁଟି
ଡିସେମ୍ବର ୧୪: ଲସୁଙ୍ଗ / ନାମସଙ୍ଗ କାରଣରୁ ସିକ୍କିମରେ ବ୍ୟାଙ୍କଗୁଡିକ ଛୁଟି
ଡିସେମ୍ବର ୧୭: ରବିବାର ହେତୁ ଦେଶରେ ବ୍ୟାଙ୍କଗୁଡିକ ବନ୍ଦ
ଡିସେମ୍ବର ୧୮: ୟୁ ସୋସୋ ଥାମଙ୍କ ମୃତ୍ୟୁ ବାର୍ଷିକୀ ହେତୁ ମେଘାଳୟରେ ବ୍ୟାଙ୍କ ଛୁଟି

ଅଧିକ ପଢନ୍ତୁ :ବୁଧଙ୍କ ବକ୍ରୀ ଚଳନ: ବର୍ଷର ଶେଷ ମାସରେ ଚମକିବ ଏହି ୪ ରାଶିଙ୍କ ଭାଗ୍ୟ, ଜାଣନ୍ତୁ କେମିତି କଟିବ ଡିସେମ୍ବର ମାସ 

ଡିସେମ୍ବର ୧୯: ମୁକ୍ତି ଦିବସ ହେତୁ ଗୋଆରେ ବ୍ୟାଙ୍କଗୁଡିକ ଛୁଟି
ଡିସେମ୍ବର ୨୩: ମାସର ଚତୁର୍ଥ ଶନିବାର କାରଣରୁ ବ୍ୟାଙ୍କ ସମଗ୍ର ଦେଶରେ ବନ୍ଦ
ଡିସେମ୍ବର ୨୪: ରବିବାର ହେତୁ ସାରା ଦେଶରେ ବ୍ୟାଙ୍କ ଛୁଟି
ଡିସେମ୍ବର ୨୫: ଖ୍ରୀଷ୍ଟମାସ ହେତୁ ସମଗ୍ର ଦେଶରେ ବ୍ୟାଙ୍କଗୁଡିକ ଛୁଟି ରହିବ

ଅଧିକ ପଢନ୍ତୁ :ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ

ଡିସେମ୍ବର ୨୬: ଖ୍ରୀଷ୍ଟମାସ ଉତ୍ସବ ହେତୁ ମିଜୋରାମ, ନାଗାଲାଣ୍ଡ ଏବଂ ମେଘାଳୟରେ ବ୍ୟାଙ୍କ ବନ୍ଦ
ଡିସେମ୍ବର ୨୭: ଖ୍ରୀଷ୍ଟମାସ ହେତୁ ନାଗାଲାଣ୍ଡରେ ବ୍ୟାଙ୍କ ଛୁଟି
ଡିସେମ୍ବର ୩୦: ୟୁ କିଆଙ୍ଗ ନାଙ୍ଗବାହାକୁ ଦୃଷ୍ଟିରେ ରଖି ମେଘାଳୟରେ ବ୍ୟାଙ୍କ ଛୁଟି
ଡିସେମ୍ବର ୩୧: ରବିବାର ହେତୁ ବ୍ୟାଙ୍କ ଛୁଟି

ଅଧିକ ପଢନ୍ତୁ : ଶନି ଗୋଚର: ୨୦୨୪ ରେ ଏହି ୪ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!
 

Share this story