୧୬.୫ କିମି ସମୁଦ୍ରରେ ଓ ୫.୫ କିମି ଭୂ-ଭାଗରେ ନିର୍ମିତ ୬ ଲେନ୍‌ ବିଶିଷ୍ଟ ଦେଶର ବୃହତ ସାମୁଦ୍ରିକ ସେତୁର ଲୋକାର୍ପଣ 
 

Atal Setu Indias longest sea bridge to be inaugurated by PM Modi
ଦେଶର ବୃହତ ସାମୁଦ୍ରିକ ସେତୁର ଲୋକାର୍ପଣ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ସମୁଦ୍ର ଉପରେ ନିର୍ମାଣ କରାଯାଇଥିବା ଦେଶର ସର୍ବବୃହତ ସେତୁ ‘ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ (ଏମ୍‌ଟିଏଚଏଲ)’ର ନିର୍ମାଣ କାର୍ଯ୍ୟ ଇତିମଧ୍ୟରେ ଶେଷ ହୋଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦଘାଟନ କରି ଜାତି ଉଦ୍ଦେଶ୍ୟରେ ସମର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। 

ଅଧିକ ପଢନ୍ତୁ :ଶୁକ୍ର ଗୋଚର, ଏହି ୩ ରାଶିଙ୍କ ବଦଳିଯିବ ଭାଗ୍ୟ, ଏମାନଙ୍କ ଉପରେ ହେବ ଧନ ବର୍ଷା!

ମୁମ୍ବାଇ ଏବଂ ନଭି ମୁମ୍ବାଇକୁ ସଂଯୁକ୍ତ କରୁଥିବା ଏହି ସେତୁର ଲମ୍ବ ୨୨ କିଲୋମିଟର ହୋଇଥିବା ବେଳେ ଏହା ଉପରେ ଯାତ୍ରା କରିବା ଅତ୍ୟନ୍ତ ରୋମାଞ୍ଚକର। ତେବେ ଏହା ଉପରେ ଯାତ୍ରା କରିବା ବ୍ୟୟସାପେକ୍ଷ ହେବ ବୋଲି କୁହାଯାଉଛି। ଏହି ସେତୁ ଉପରେ ଯାତ୍ରା କରିବା ନେଇ ଟୋଲ ବ୍ୟବସ୍ଥା କରାଯାଇଛି। ମହାରାଷ୍ଟ୍ର ସରକାର ଏମଟିଏଚଏଲର ୱାନ୍-ୱେ ଟୋଲ ପ୍ରସ୍ତାବକୁ ଇତିମଧ୍ୟରେ ମଞ୍ଜୁରି ଦେଇଛନ୍ତି। 

ଅଧିକ ପଢନ୍ତୁ :ବୃହସ୍ପତି ଓ ଶୁକ୍ରଙ୍କ ମହାସଂଯୋଗ, ରୁହନ୍ତୁ ସତର୍କ, ଏହି ୩ ରାଶିଙ୍କୁ ପକାଇବ ବିପଦରେ! 

ଉଭୟ ଯିବା ଆସିବା ପାଇଁ ଟୋଲ ଫି ୩୭୫ ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିପରି ଦୈନିକ ପାସ୍ ପାଇଁ ୬୨୫ ଟଙ୍କା ଓ ମାସିକ ପାସ୍ ନିମନ୍ତେ ୧୨,୫୦୦ ଟଙ୍କା ଦେବାକୁ ପଡିବ। ଏହି ସେତୁ ଦେଇ ଦୈନିକ ୭୦ ହଜାରରୁ ଅଧିକ ଗାଡ଼ି ଯାତାୟତ କରିବ ବୋଲି ଆଶା କରାଯାଉଛି। ଏହାପୂର୍ବରୁ ମୁମ୍ବାଇରେ ସମୁଦ୍ର ଉପରେ ନିର୍ମିତ ବାନ୍ଦ୍ରା-ୱର୍ଲି ସି -ଲିଙ୍କ ତୁଳନାରେ ଏମଟିଏଚଏଲ ୪ ଗୁଣ ଅଧିକ ଲମ୍ବ ଏବଂ ୬ ଲେନ୍‌ ବିଶିଷ୍ଟ।

ଅଧିକ ପଢନ୍ତୁ :ଏହି ରାଶିରେ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବା ସହ ପାରିବାରିକ ଜୀବନରେ ତିକ୍ତତା ଦେଖା ଦେବ, ପଢନ୍ତୁ ରାଶିଫଳ  

ଏହି ସେତୁର ୧୬.୫ କିଲୋମିଟର ସମୁଦ୍ରରେ ଏବଂ ୫.୫ କିଲୋମିଟର ଭୂ-ଭାଗ ଉପରେ ନିର୍ମିତ ହୋଇଛି। ଏବେ ମୁମ୍ବାଇରୁ ନଭି ମୁମ୍ବାଇ ଯିବାକୁ ୨ ଘଣ୍ଟା ସମୟ ଲାଗୁଥିଲା ବେଳେ ବର୍ତ୍ତମାନ ଏହି ସେତୁ ଦେଇ ଗଲେ ମାତ୍ର ୨୦ ମିନିଟ୍‌ ଲାଗିବ। ଏହାଦ୍ବାରା ମୁମ୍ବାଇ ସହରରେ ଅଧିକାଂଶ ଭାବେ ଟ୍ରାଫିକ ଜାମ ଦୂର ହେବ। ଏହି ପୋଲକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ‘ଅଟଳ ସେତୁ’ ରଖାଯାଇଛି।

ଅଧିକ ପଢନ୍ତୁ :ବୁଧଙ୍କ ନକ୍ଷେତ୍ର ପରିବର୍ତ୍ତନ, ଜାନୁଆରୀ ୨୦ରୁ ଫିଟିବ ଏହି ୩ ରାଶିଙ୍କ ଭାଗ୍ୟ!
 

Share this story