ଯୁବତୀକୁ ଯୌନ ଶୋଷଣ ପରେ କଣ ୧୨କିମି ଘୋଷାଡି ଘୋଷାଡି ମାରିଥିଲେ କି ? ୧୦ ପେଜ ପୋଷ୍ଟ ମର୍ଟମ ରିପୋର୍ଟ୍ ରେ ବଡ ଖୁଲାଶା

Delhi woman dragged by 12 kilometers by car: Autopsy report rules out sexual assault, confirms death due to 'head injuries'

ଓଡ଼ିଆ ଗସିପ ବ୍ୟୁରୋ: ନୂଆବର୍ଷର ମଉଜ ମଜଲିସ ଭିତରେ ଜଣେ ଯୁବତୀଙ୍କୁ କାରରେ ୧୨ କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ଘୋଷାଡି ନେଇଥିଲେ ୫ ରାକ୍ଷସରୂପି ମଣିଷ । ମୃତ ମହିଳାଙ୍କ ଆଜି ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି ଯାହା ସୋମବାର ମୌଲାନା ଆଜାଦ ମେଡିକାଲ କଲେଜରେ କରାଯାଇଥିଲା । ଆଉ ଏହାକୁ ମେଡିକାଲ ବୋର୍ଡ ଦ୍ୱାରା କରାଯାଇଥିଲା । ମୃତ ଅଞ୍ଜଳି ସିଂଙ୍କ ଜିନ୍ସ ଏବଂ ସ୍ୱାବ ନମୁନା ମଧ୍ୟ ସଂରକ୍ଷିତ କରାଯାଇଛି ବୋଲି ପୋଲିସ କହିଛି ।

ସର୍ବଶେଷ ପ୍ରକାଶରେ, ଦିଲ୍ଲୀ ପୋଲିସ ଦାବି କରିଛି ଯେ ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ, ଏହି ମୃତ ୨୦ ବର୍ଷୀୟା ମହିଳାଙ୍କ ବ୍ୟକ୍ତିଗତ ମାନେ ଯୌନିରେ କୌଣସି ଆଘାତ ନଥିଲା, ତାଙ୍କୁ ଏକ କାରକୁ ଧକ୍କା ଦେଇଥିଲା ଏବଂ ତାଙ୍କୁ ବହୁ ଦୂର ଯାଏଁ ରାସ୍ତାରେ ଟାଣି ନେଇଥିଲା । ଏଥିରୁ ସ୍ପଷ୍ଟ ହେଉଛି କି ମହିଳାଙ୍କୁ ଦୁଷ୍କର୍ମ ହୋଇନାହିଁ କରରେ ଘୋଷାଡ଼ି ହୋଇ ଯିବା ଫଳରେ ତାଙ୍କର ବହୁତ ଅଙ୍ଗ କ୍ଷତାକ୍ତ ହୋଇଥିଲା ଆଉ ତାଙ୍କର ମୃତ୍ୟୁ ହୋଇଥିଲା ।

ପୋଷ୍ଟମର୍ଟମ ରିପୋର୍ଟ ରିପୋର୍ଟକୁ ବହୁତ ଲୋକେ ଗ୍ରହଣ କରୁନାହାନ୍ତି ବରଂ ମହିଳାଙ୍କୁ ମାରି ତାଙ୍କୁ କର ତଳେ ଚାପି ନେଇ ପାଖାପାଖି ୧୨ କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ଘୋଷାଡି ନେଇଥିଲେ ୫ ଅଭିଯୁକ୍ତ ବୋଲି ଅଭିଯୋଗ ଆସୁଛି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ବାର୍ଷିକ ରାଶିଫଳ (୨୦୨୩): ଜାଣନ୍ତୁ କଣ କେମିତି ରହିବ ଆପଣଙ୍କ ଏହି ୩ଟି ରାଶିର ଭାଗ୍ୟ ଚକ୍ର…

"ମୌଲାନା ଆଜାଦ ମେଡିକାଲ କଲେଜରେ କରାଯାଇଥିବା ମୃତ ମହିଳାଙ୍କ ପୋଷ୍ଟମର୍ଟମ। ରିପୋର୍ଟରେ ଦର୍ଶାଯାଇଛି ଯେ ମୁଣ୍ଡ, ମେରୁଦଣ୍ଡ, ବାମ ଫେମୁର, ଉଭୟ ତଳ ଅଙ୍ଗରେ ଆଣ୍ଟେମର୍ଟମ ଆଘାତ ହେତୁ ମୃତ୍ୟୁର ଅସ୍ଥାୟୀ କାରଣ ଶକ୍ ଏବଂ ରକ୍ତସ୍ରାବ ଅଟେ । ସମ୍ଭବତ ଏକ ଯାନବାହାନ ଦୁର୍ଘଟଣା ଏବଂ ଡ୍ରାଗ୍ ସହିତ ମଧ୍ୟ ଯୌନ ନିର୍ଯାତନାର କୌଣସି ଆଘାତ ନଥିବା ରିପୋର୍ଟରେ ଦର୍ଶାଯାଇଛି ବୋଲି ମୃତ ଅଞ୍ଜଳି ସିଂଙ୍କ ଜିନ୍ସ ଏବଂ ସ୍ୱାବ ନମୁନା ମଧ୍ୟ ସଂରକ୍ଷିତ କରାଯାଇଛି ବୋଲି ସାଗର ପ୍ରୀତ ହୁଡା, ସ୍ୱତନ୍ତ୍ର ପୋଲିସ କମିଶନର (ଆଇନ ଏବଂ ଆଦେଶ) କହିଛନ୍ତି ।

ଏହାପୂର୍ବରୁ ଦିଲ୍ଲୀ ପୋଲିସ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଜଣେ ବ୍ୟକ୍ତି ଯିଏ ଡିସେମ୍ବର 31 ରାତିରେ କ’ଣ ଘଟିଛି ତାହା କହିପାରେ । ଘଟଣାର ଜଣେ ସାକ୍ଷୀ ବାହାରିଛନ୍ତି ଏବଂ ଘଟଣା ଘଟିବା ସମୟରେ ସେ ପୀଡିତାଙ୍କ ସହ ଥିଲେ । 164 CrPC ଅଧୀନରେ ତାଙ୍କ ବୟାନ ରେକର୍ଡ କରାଯାଇଛି ବୋଲି ସାଗର ପ୍ରୀତି ହୁଡା, ସ୍ୱତନ୍ତ୍ର ପୋଲିସ କମିଶନର (ଆଇନ ଏବଂ ଆଦେଶ) କହିଛନ୍ତି । ପୀଡିତାଙ୍କୁ ତାଙ୍କ ସ୍କୁଟରରେ ସାଙ୍ଗରେ ନେଇଥିବା ମହିଳା ନିଧି ଦୁର୍ଘଟଣାରେ କୌଣସି ଆଘାତ ହୋଇନାହାନ୍ତି । ସେ ଭୟଭୀତ ଥିବାରୁ ଦୁର୍ଘଟଣା ଘଟିବା ପରେ ସେ ପୀଡିତାଙ୍କୁ ଛାଡି ପଳାଇ ଯାଇଥିଲେ ବୋଲି ସେ କହିଛନ୍ତି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ନୂଆ ବର୍ଷ ପାଇଁ ଇଂସ୍ଟଗ୍ରାମ ରିଲ ବନାଉଥିଲେ ତିନି ସାଙ୍ଗ, ରେଳ ବ୍ରିଜରେ ମାଡିଆସିଲା ଟ୍ରେନ, ଆଉ ତା'ପରେ ଚାରିଆଡେ ରକ୍ତର ଛିଟା ଖେଳିଯାଇଥିଲା...

ନୂଆବର୍ଷରେ ଦେଶର ରାଜଧାନୀ ଦିଲ୍ଲୀରୁ ଛାତି ଥରାଇଦେଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ନୂଆବର୍ଷର ମଉଜ ମଜଲିସ ଭିତରେ ଜଣେ ଯୁବତୀଙ୍କୁ କାରରେ ୧୨ କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ଘୋଷାଡି ନେଇଛନ୍ତି ୫ ରାକ୍ଷସରୂପି ମଣିଷ । ନୃସଂଶସତାର ସବୁ ସୀମା ଅତିକ୍ରମ କରିଛନ୍ତି ୫ ଯୁବକ । ଆଉ ୧୨ କିଲୋମିଟର କାରରେ ଘୋଷାଡି ନେବା କାରଣରୁ ଯୁବତୀଙ୍କର ମୃତ୍ୟୁ ହୋଇଛି ।

ଶନିବାର-ରବିବାର ରାତି ୩ଟା ବେଳେ ପୋଲିସ ପିସିଆରକୁ ଏକ ଫୋନ୍ କଲ ଆସିଥିଲା । ଜଣେ ଯୁବତୀ ରାସ୍ତା କଡରେ ଉଲଗ୍ନ ହୋଇ ପଡି ରହିଥିବା ନେଇ ସୂଚନା ମିଳିଥିଲା । ଏହି ସୂଚନା ମିଳିବା କ୍ଷଣି ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଜଣେ ଯୁବତୀଙ୍କୁ ଲହୁଲୁହାଣ ଅବସ୍ଥାରେ ପଡିଥିବାର ଦେଖିବାକୁ ପାଇଥିଲା ।

ଯୁବତୀଙ୍କ ଶରୀରରେ କପଡା ତ ନଥିଲା । ଏପରିକି ଯୁବତୀଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଥିଲା । ଆଉ ଯୁବତୀଙ୍କ ମୃତଦେହ ରାସ୍ତାକଡରେ ପଡିଥିଲା ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଘରକୁ ଫେରୁଥିବା ବେଳେ ସୁନ୍ଦରଗଡ଼ରେ ମହିଳାଙ୍କୁ ଗଣଦୁଷ୍କର୍ମ, ୩ ଅଟକ

ମିଳିଥିବା ସୂଚନା ମୁତାବକ, ଯୁବତୀ ଜଣକ ବିବାହ ଓ ଅନ୍ୟ ଇଭେଣ୍ଟରେ ପାର୍ଟ ଟାଇମ ଚାକିରି କରିଥିଲେ । ଏକ ବିବାହ ଉତ୍ସବରୁ ଘରକୁ ଫେରୁଥିବା ବେଳେ ଏଭଳି ଘଟଣା ତାଙ୍କ ସହ ଘଟିଥିବା କୁହାଯାଉଛି । ଯୁବତୀ ଜଣକ ସ୍କୁଟିରେ ଫେରୁଥିବା ବେଳେ ଏକ କାର ଧକ୍କା ଦେଇଥିଲା ।

ଏହାପରେ ୧୨ କିଲୋମିଟର ପର୍ଯ୍ୟନ୍ତ ଯୁବତୀଙ୍କୁ ଘୋଷାଡି ନେଇଥିଲା କାର । ଆଉ ଏହି ସମୟରେ ଯୁବତୀଙ୍କ ଶରୀରରୁ ସବୁ କପଡା ବାହାରିଯିବା ସହ ପ୍ରାଣବାୟୁ ମଧ୍ୟ ଉଡି ଯାଇଥିଲା । ପୋଲିସର କହିବା ଅନୁଯାୟୀ, ଦୁର୍ଘଟଣା ପରେ କାରର ଚକାରେ ଫଶି ଯାଇଥିଲେ ଯୁବତୀ । ଯାହାଫଳରେ ଦୀର୍ଘ କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ହୋଇ ଯାଇଥିଲେ ।
 

Share this story