ଘରକୁ ଫେରୁଥିବା ବେଳେ ସୁନ୍ଦରଗଡ଼ରେ ମହିଳାଙ୍କୁ ଗଣଦୁଷ୍କର୍ମ, ୩ ଅଟକ

woman forcibly gang raped by miscreants while returning home

ଓଡ଼ିଆ ଗସିପ ବ୍ୟୁରୋ: ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ଗଣଦୁଷ୍କର୍ମ । ସୁନ୍ଦରଗଡ଼ ସଦର ଥାନା କୋପସିଂଘା ଅଞ୍ଚଳରେ ଜଣେ ଶ୍ରମଜୀବୀ ମହିଳା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି ।

ଏତଲା ପରେ ପରେ ପୁଲିସ ତନାଘନା ଚଲାଇ ୩ ଜଣଙ୍କୁ ଅଟକ ରଖିଛି । ଅନ୍ୟ ଜଣେ ଅଭିଯୁକ୍ତକୁ ଧରିବାକୁ ପୁଲିସ ଚଢାଉ ଜାରି ରଖିଛି । ସ୍ୱାମୀ ପରିତ୍ୟକ୍ତା ମହିଳା ଜଣକ ମାଛ ବିକି ପେଟ ପୋଷନ୍ତି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ନୂଆ ବର୍ଷ ପାଇଁ ଇଂସ୍ଟଗ୍ରାମ ରିଲ ବନାଉଥିଲେ ତିନି ସାଙ୍ଗ, ରେଳ ବ୍ରିଜରେ ମାଡିଆସିଲା ଟ୍ରେନ, ଆଉ ତା'ପରେ ଚାରିଆଡେ ରକ୍ତର ଛିଟା ଖେଳିଯାଇଥିଲା...

ସୂଚନା ଅନୁସାରେ, ଗତକାଲି ସୁନ୍ଦରଗଡ଼ ସହରରେ ମାଛ ବିକି ରାତି ପ୍ରାୟ ୮ଟାରେ ଘରକୁ ଫେରୁଥିଲେ । ନିଛାଟିଆ ରାସ୍ତାରେ ଏକୁଟିଆ ମହିଳାଙ୍କୁ ଦେଖି ୪ ଜଣ ଯୁବକ ଜୋରଜବରଦସ୍ତ ତାଙ୍କୁ ଟେକି ନେଇ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ ।

ବହୁ କଷ୍ଟରେ ମହିଳାଜଣକ ଘଟଣାସ୍ଥଳରୁ ଆସି ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଜଣାଇଥିଲେ । ପରେ ଲିଖିତ ଅଭିଯୋଗକୁ ଭିତ୍ତି କରି ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି ।

Share this story

World Odia Language Conferene