World Odia Language Conferene

ନୂଆ ବର୍ଷ ପାଇଁ ଇଂସ୍ଟଗ୍ରାମ ରିଲ ବନାଉଥିଲେ ତିନି ସାଙ୍ଗ, ରେଳ ବ୍ରିଜରେ ମାଡିଆସିଲା ଟ୍ରେନ, ଆଉ ତା'ପରେ ଚାରିଆଡେ ରକ୍ତର ଛିଟା ଖେଳିଯାଇଥିଲା...

Instagram reels cost two teenagers their lives

ଓଡ଼ିଆ ଗସିପ ବ୍ୟୁରୋ: ବିପଜ୍ଜନକ ସ୍ଥାନରେ ଇଂସ୍ଟଗ୍ରାମ ରିଲ ତିଆରି କରିବାର ନିଶା ଏବେ ତିନି ସାଙ୍ଗଙ୍କ ପାଇଁ କାଳ ହୋଇଛି । ନୂଆ ବର୍ଷର ପ୍ରଥମ ଦିନରେ ଏକ ଟ୍ରେନ୍ ସେମାନଙ୍କ ଉପରେ ଚଢି ଯିବା ଫଳରେ ବିହାରର ଦୁଇଜଣ ଯୁବକ ଏଥିରେ ପ୍ରାଣ ହରାଇଛନ୍ତି ।

ଏହି ଘଟଣା ଘଟିବା ପରେ ବିହାରର ଖାଗରିଆରେ ଶୋକର ବାତାବରଣ ଖେଳିଯାଇଛି । ଏକ ରେଳ ବ୍ରିଜ ଉପରେ ତିନିଜଣ ବନ୍ଧୁ ଇଂସ୍ଟଗ୍ରାମ ରିଲ ତିଆରି କରିବା ପାଇଁ ଭିଡ଼ିଓ ସୁଟିଂ କରୁଥିଲେ । ଶୀତ ଦିନ ଯୋଗୁ ଭୋର ସମୟରେ ଚାରିଆଡେ ଘନ କୁହୁଡ଼ି ଯୋଗୁ ତାଙ୍କ ପଛ ପଟୁ ଏକ ଏକ୍ସପ୍ରେସ ଟ୍ରେନ ଆସୁଥିବା ସେମାନେ ଆଭାସ କରିପାରି ନଥିଲେ । ଦୁଇ ସାଙ୍ଗଙ୍କ ଉପରେ ଟ୍ରେନ ମାଡିଯାଇଥିଲା । ଭାଗ୍ୟବଶତଃ ତୃତୀୟ ବାଳକଟି ବ୍ରିଜରୁ ତଳକୁ ନଦୀକୁ ଡେଇଁବାରେ ସଫଳ ହୋଇଥିଲା ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ବାର୍ଷିକ ରାଶିଫଳ (୨୦୨୩): ଜାଣନ୍ତୁ କଣ କେମିତି ରହିବ ଆପଣଙ୍କ ଏହି ୩ଟି ରାଶିର ଭାଗ୍ୟ ଚକ୍ର…

ହେଲେ ପରେ ସେ ଜାଣିବାକୁ ପାଇଥିଲା ଯେ ସେ ତାର ତିନି ସାଙ୍ଗକୁ ହରାଇସାରିଛି । ତୃତୀୟ ସାଙ୍ଗ ଜଣଙ୍କ ଏବେ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ଯୋଗ୍ୟ, ଏହି ତିନି ନାବାଳକ ବନ୍ଧୁ ଭୋର ସକାଳ ସମୟରେ ଘନ କୁହୁଡିକୁ ଖାତିର ନ କରି ମାଡିଯାଇଥିଲେ ରେଳ ଟ୍ରାକ୍ ଆଡକୁ । ମନରେ ନିଶା ଥିଲା ଇଂସ୍ଟଗ୍ରାମ ରିଲ ତିଆରି କରିବେ । ରେଳ ଟ୍ରାକ୍ କୁ ଅନୁସରଣ କରି ନିକଟସ୍ଥ ମା କାଟାୟାନି ମନ୍ଦିରକୁ ଯାଉଥିଲେ । ସେମାନେ ସାମସ୍ତିପୁର-ସାହାରା ରେଳ ବିଭାଗରେ ଅବସ୍ଥିତ ବାଗମାଟି ନଦୀ ଉପରେ ନିର୍ମିତ ଏକ ରେଳ ବ୍ରିଜରେ ପହଞ୍ଚିଥିଲେ । ବ୍ରିଜ ନମ୍ବର ୫୧ ଉପରେ ସେମାନେ ନିଜକୁ ସୁଟିଂ କରୁଥିଲେ ଯେତେବେଳେ ଜାନକୀ ଏକ୍ସପ୍ରେସ ଟ୍ରେନ୍ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଉପରେ ଚଢ଼ିଯାଇଥିଲା ।

ଦୁଇ ପୁଅ ନୀତୀଶ କୁମାର ଏବଂ ସୋନୁ କୁମାର, ଦୁହେଁ ୧୫-୧୭ ବର୍ଷ ବୟସର ହେବେ, ସେମାନଙ୍କର ସ୍ବପ୍ନ ଧୂଳିସାତ ହେଇଯିବା ପୂର୍ବରୁ ରିଲ ପାଇଁ ସେମାନେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ‘2022 mein aukat khakar walon 2023 mein bachkar rahna’ ଗୀତ ସହିତ ରିଲ୍ ଅପଲୋଡ୍ କରିଥିଲେ । ପନ୍ଦର ମିନିଟ୍ ପରେ, ଦ୍ରୁତ ଗତିରେ ଆସୁଥିବା ଟ୍ରେନ୍ ସେମାନଙ୍କୁ 15 ମିଟରରୁ ଅଧିକ ଦୁରକୁ ଟାଣି ନିଆଯାଇଥିଲା । ଆଉ ଦୁଇ ନିରୀହ ଜୀବନର ଦ୍ବୀପ ଫୁସ କରି ଉଡିଯାଇଥିଲା ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ପ୍ରେମିକା ଘର ସମ୍ମୁଖରେ ପ୍ରେମିକର ଶବ, ହତ୍ୟା ନା ଆତ୍ମହତ୍ୟା..?

ଏହି ଭୟାନକ ଦୃଶ୍ୟର ସାକ୍ଷୀ ଥିବା ତୃତୀୟ ବାଳକ ଅମାନ କୁମାର ଦ୍ରୁତ ଗତିରେ ଆସୁଥିବା ଟ୍ରେନଠାରୁ ଅଳ୍ପ ଦୂରରେ ଥିଲେ । ନିଜ ଜୀବନ ବଞ୍ଚାଇବା ପ୍ରୟାସରେ ସେ ଗୁରୁତର ଆହତ ହୋଇଥିଲେ, ପୋଲ ତଳକୁ ଡେଇଁ ପଡିବା ଦ୍ୱାରା ତାଙ୍କ ଅଣ୍ଟା ଭାଙ୍ଗିଯାଇଛି ।

ଗଣମାଧ୍ୟମକୁ ସୂଚନା ଦେଇ ଅମାନ କହିଛନ୍ତି ଯେ ଘନ କୁହୁଡ଼ି ହେତୁ ସେମାନେ ଆସୁଥିବା ଟ୍ରେନକୁ ଦେଖି ପାରି ନଥିଲେ । ବର୍ତ୍ତମାନ ତାଙ୍କ ଅବସ୍ଥା ଗୁରୁତର ରହିଛି ଏବଂ ଚିକିତ୍ସା ଚାଲିଛି ।

ନୀତୀଶଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲରେ ଏହା ଜଣାପଡିଥିଲା ଯେ ପୂର୍ବରୁ ଏହି ତିନି ସାଙ୍ଗ ଅନେକ ରିଲ ରେଳ ଟ୍ରାକ୍ କିମ୍ବା ରେଳ ବ୍ରିଜ୍ ଉପରେ ସୁଟିଂ କରିଛନ୍ତି ଯାହା ଅନ୍ୟଙ୍କ ପାଇଁ ଏହା କରିବା ଭାରି ବିପଦଜନକ ।

Share this story