ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ, ୫ ଯବାନ ସହିଦ, ୨ ଗୁୁରୁତର
 

5 soldiers killed 2 injured as terrorists ambush Army vehicles in Jammu and Kashmirs Poonch district
ଆତଙ୍କବାଦୀ ଆକ୍ରମଣ, ୫ ଯବାନ ସହିଦ, ୨ ଗୁୁରୁତର
 

ଓଡ଼ିଆ ଗସିପ୍ ବ୍ୟୁରୋ: ଜମ୍ମୁ-କାଶ୍ମୀର ପୁଞ୍ଚର ଡେରା କି ଗଲି (ଡିକେଜି) ଅଞ୍ଚଳରେ ଗୁରୁବାର ଅପରାହ୍ଣରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଆତଙ୍କବାଦୀ ଚାରିପଟୁ ଘେରି ସେନାର ୨ ଗାଡ଼ି ଉପରେ ଗୁଳିଗୋଳା ମାଡ଼ କରିଥିଲା। ଏହି ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଛନ୍ତି। ୨ ଜଣ ଯବାନ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। 

ଅଧିକ ପଢନ୍ତୁ :ଏହି ସବୁ ଲକ୍ଷଣ ଦେଖା ଗଲେ ଜମାରୁ କରନ୍ତୁନି ଅଣଦେଖା, ହୋଇପାରେ ହାର୍ଟ ଆଟାକ୍‌, ନଚେତ୍‌...

ଉକ୍ତ ଅଞ୍ଚଳରେ ଗୁଳିଗୋଳା ମାଡ଼ ଜାରି ରହିଛି। ଆତଙ୍କବାଦୀଙ୍କୁ ଧରିବା ପାଇଁ ଅତିରିକ୍ତ ସୁରକ୍ଷାବାହିନୀ ପଠା ଯାଇଛି। ମାସେ ଭିତରେ ଦ୍ବିତୀୟ ଥର ପାଇଁ ଏହି କ୍ଷେତ୍ରରେ ଆକ୍ରମଣ ହୋଇଛି। ଏହା ପୂର୍ବରୁ ରାଜୌରି ଏନକାଉଣ୍ଟରରେ ୫ ଯବାନ ସହିଦ ହୋଇଥିଲେ।

ଅଧିକ ପଢନ୍ତୁ :ବିବାହିତ ପୁରୁଷ ମହିଳା ପ୍ରତି କାହିଁକି ଆକର୍ଷିତ ହୁଅନ୍ତି? ଜାଣନ୍ତୁ କଣ କହୁଛି ଚାଣକ୍ୟ ନୀତି ?

ସୂଚନା ଅନୁଯାୟୀ, ସେନାର ଦୁଇ ଗାଡ଼ି ଯବାନଙ୍କୁ ନେଇ ସୁରନକୋଟ ଏବଂ ବଫଲିୟାଜ ଅଞ୍ଚଳକୁ ଯାଉଥିଲା। ଏଠାରେ ବୁଧବାର ରାତିରୁ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା। ଯବାନ ଆତଙ୍କବାଦୀଙ୍କୁ ଘେରି ରହିଥିଲେ। ଏହି ଅଭିଯାନରେ ସାମିଲ ସୁରକ୍ଷାବାହିନୀ ସହ ଆଜି ଯୋଗାଯୋଗ ହୋଇ ପାରିଥିଲା। ପରେ ଉକ୍ତ ଅଞ୍ଚଳକୁ ଅତିରିକ୍ତ ସୁରକ୍ଷାବାହିନୀ ପଠାଯାଉଥିଲା।

ଅଧିକ ପଢନ୍ତୁ :୩୦ ବର୍ଷ ପରେ ଡିସେମ୍ବରରେ ୩ଟି ବିରଳ ଯୋଗ, ଏହି ୩ ରାଶିଙ୍କୁ ମିଳିବ ପ୍ରବଳ ଲାଭ !

ଏହି ସମୟରେ ପୂର୍ବରୁ ସଜାଗ ହୋଇଥିବା ଆତଙ୍କବାଦୀ ଅତର୍କିତ ଆକ୍ରମଣ କରିଥିଲେ। ଏହାକୁ ନେଇ ଜମ୍ମୁ-କାଶ୍ମୀରର ପୂର୍ବତନ ଡିଜିପି ଏସ୍‌ପି ବୈଦ କହିଛନ୍ତି ଯେ ପାକିସ୍ତାନ ଷଡ଼ଯନ୍ତ୍ର କରି ସେନା ଗାଡ଼ି ଉପରେ ଆକ୍ରମଣ କରିଛି। ଧାରା ୩୭୦ ଉଚ୍ଛେଦ ପରେ ଘାଟୀରେ ଯେଉଁ ସକରାତ୍ମକ ପରିବର୍ତ୍ତନ ହୋଇଛି ତାହାକୁ ଆତଙ୍କବାଦୀ କାର୍ଯ୍ୟକଳାପ ଦ୍ବାରା ବଦଳାଇବାକୁ ପ୍ରୟାସ କରାଯାଉଛି। ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ୧୯ ତାରିଖ ରାତିରେ ସୁରନକୋଟର ପୁଲିସ ଶିବିରରେ ବିସ୍ଫୋରଣ ହୋଇଥିଲା। ତେବେ ଏଥିରେ କେହି ମୃତାହତ ହୋଇ ନ ଥିଲେ।

ଅଧିକ ପଢନ୍ତୁ :ଯୌନଶକ୍ତି ବଢାଇବ ଏହି ୫ ଖାଦ୍ୟ, ଦରକାର ପଡିବନି ଟାବଲେଟ୍‌ କି କ୍ୟାପସୁଲ୍‌
 

Share this story