ଡମ୍ପରକୁ ଧକ୍କା ଦେଇ ଚଳନ୍ତା ବସରେ ଲାଗିଲା ନିଆଁ, ୧୩ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ
 

13 dead as bus catches fire after colliding with dumper in MPs Guna
ଭୟଙ୍କର ସଡ଼କ ଦୁର୍ଘଟଣା

ଓଡ଼ିଆ ଗସିପ୍ ବ୍ୟୁରୋ: ମଧ୍ୟପ୍ରଦେଶର ଗୁନାଠାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବୁଧବାର ରାତି ପ୍ରାୟ ୯ ଟା ସମୟରେ ଡମ୍ପରକୁ ଧକ୍କା ଦେବା କାରଣରୁ ବସରେ ନିଆଁ ଲାଗିଯାଇଥିଲା। ଏଥିରେ ୧୩ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଛନ୍ତି। 

ଅଧିକ ପଢନ୍ତୁ :ବୃହଷ୍ପତି ମହାଦଶା କ’ଣ? ଜାଣନ୍ତୁ ଏହାର ପ୍ରଭାବରେ କିଭଳି ବଦଳିଯାଏ ବ୍ୟକ୍ତିଙ୍କ ଭାଗ୍ୟ...

ଏବେ ପ୍ରାୟ ୧୫ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ତେବେ ବସରେ ପ୍ରାୟ ୪୦ ଜଣ ଯାତ୍ରୀ ଥିବା କୁହାଯାଉଛି। ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ଏବଂ ନିକଟସ୍ଥ ଲୋକଙ୍କ ସହାୟତାରେ ରିଲିଫ କାର୍ଯ୍ୟ କରାଯାଉଛି। ସୂଚନା ପାଇବା ପରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ଟିମ ଘଟଣାସ୍ଥଳରେ ପହଞ୍ଚିି ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିଥିଲେ।

ଅଧିକ ପଢନ୍ତୁ :କଣ୍ଡୋମ ବ୍ୟବହାର କରୁଥିଲେ ସାବଧାନ; ଜାଣି ରଖନ୍ତୁ ଏହି ୫ଟି ଜରୁରୀ କାରଣ !

ଦୁର୍ଘଟଣା ନେଇ ଖବର ମିଳିବା ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଦୁଃଖପ୍ରକାଶ କରିଛନ୍ତି। ଏଥିସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଦୁର୍ଘଟଣାର କାରଣ ବିଷୟରେ ତଦନ୍ତ କରାଯାଉ ବୋଲି ପରିବହନ ବିଭାଗର ଅଧିକାରୀଙ୍କୁ କହିଛନ୍ତି।

ଅଧିକ ପଢନ୍ତୁ :ଶୁକ୍ରଙ୍କ ଚଳନ ଫଳରେ ଏହି ୪ ରାଶିଙ୍କ ପାଇଁ ପାଲଟିବ ବରଦାନ! ନୂଆବର୍ଷ ପୂର୍ବରୁ ମିଳିବ ଧନ..
 

Share this story