କବରସ୍ଥାନରେ ଭୟଙ୍କର ବିସ୍ଫୋରଣ: ୧୦୩ ମୃତ୍ୟୁ, ୧୭୦ ରୁ ଉର୍ଦ୍ଧ୍ବ ଆହତ

ଓଡ଼ିଆ ଗସିପ୍ ବ୍ୟୁରୋ: ଇରାନର କେରମାନ ସହରର ଏକ କବରସ୍ଥାନ ନିକଟରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୦୩କୁ ବୃଦ୍ଧି ଘଟିଥିବା ବେଳେ ୧୭୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ଇରାନର ପୂର୍ବତନ କମାଣ୍ଡର କାସିମ ସୁଲେମାନୀଙ୍କୁ ଏହି କବରସ୍ଥାନରେ ସମାଧି ଦିଆଯାଇଛି।
ଅଧିକ ପଢନ୍ତୁ :ସ୍ବାସ୍ଥ୍ୟ ପାଇଁ ବେଶ ଉପକାରୀ, ଦିନକୁ ଖାଆନ୍ତୁ ବାସ ଦୁଇ ପାଖୁଡ଼ା, ଦୂର ହେବ ପୁରୁଷଙ୍କ ଯୌନ ସମସ୍ୟା !
ତାଙ୍କ ମୃତ୍ୟୁର ୪ର୍ଥ ବାର୍ଷିକୀ ପାଳନ ପାଇଁ ସେଠାରେ ଥିବା ସାହେବ ଅଲ ଜମାନ ମସଜିଦରେ ଲୋକମାନେ ଏକାଠି ହୋଇଥିଲେ। ଏହି ସମୟରେ ଦୁଇଟି ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୦୦ ପାର କରିଥିବା ବେଳେ ୧୭୦ ଲୋକ ଆହତ ହୋଇଛନ୍ତି। ବିସ୍ଫୋରଣର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ଅଧିକ ପଢନ୍ତୁ :ମାସକୁ କେତେଥର ସେକ୍ସ କରିବା ଉଚିତ୍? ବିବାହିତ ଦମ୍ପତିନିଶ୍ଚୟ ଜାଣନ୍ତୁ...
ସୂଚନା ଅନୁଯାୟୀ, ବିସ୍ଫୋରଣ ପରେ ଦଳଚକଟା ଯୋଗୁଁ ଅନେକ ଲୋକ ଆହତ ମଧ୍ୟ ହୋଇଥିଲେ । ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୁଲେମାନୀଙ୍କ ମୃତ୍ୟୁ ବାର୍ଷିକୀ ଅବସରରେ ଏକ ସମାରୋହ ପାଇଁ ଅଞ୍ଚଳରେ ଭିଡ଼ ଜମିଥିଲା ।
ଅଧିକ ପଢନ୍ତୁ :ଋତୁସ୍ରାବ ସମୟରେ ସେକ୍ସ କରିବା ଠିକ୍ ନା ଭୁଲ୍ ? ଜାଣନ୍ତୁ କ'ଣ କହୁଛି ବିଶେଷଜ୍ଞଙ୍କ ମତ...
ସୁଲେମାନୀ ଦୁଇ ଦଶନ୍ଧୀ ଧରି ଇସ୍ଲାମିକ ରିଭୋଲ୍ୟୁସନରୀ ଗାର୍ଡ କର୍ପସ (ଆଇଆରଜିସି)ର ବିଦେଶୀ ଅପରେସନ ଶାଖା କୁଦସ୍ ଫୋର୍ସର ନେତୃତ୍ୱ ନେଇଥିଲେ । ୨୦୨୦ ଜାନୁଆରୀରେ ଇରାକରେ ଆମେରିକାର ଏୟାର ଷ୍ଟ୍ରାଇକରେ ସେ ନିହତ ହୋଇଥିଲେ ।