କେଉଁ ବୟସରେ ବାପା-ମା' ହେବା ଉଚିତ୍? ଜାଣନ୍ତୁ ନଚେତ୍ ଶିଶୁର ସ୍ୱାସ୍ଥ୍ୟ ଉପରେ ପଡିପାରେ ଖରାପ ପ୍ରଭାବ!

What is the ideal age to become a father and mother
ବାପା-ମା’ ହେବା ପାଇଁ ସଠିକ୍ ବୟସ କେତେ?
 

ଓଡ଼ିଆ ଗସିପ୍ ବ୍ୟୁରୋ: ବୈବାହିକ ଜୀବନରେ ସେକ୍ସ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏବଂ ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ଅଧିକାଂଶ ଦମ୍ପତି କାମ କରୁଛନ୍ତି, ତେଣୁ ସେମାନେ ବିଳମ୍ବରେ ପିତାମାତା ହେବାର ନିଷ୍ପତ୍ତି ନେଉଛନ୍ତି। କିନ୍ତୁ ତଥାପି, ଚିକିତ୍ସା ଅବସ୍ଥାକୁ ଧ୍ୟାନରେ ରଖି ଅଧିକାଂଶ ମହିଳା ୩୦ରୁ ୩୧ ବର୍ଷ ବୟସ ପର୍ଯ୍ୟନ୍ତ ସନ୍ତାନ ଜନ୍ମ କରିବା ବିଷୟରେ ଚିନ୍ତା କରିବା ଆରମ୍ଭ କରନ୍ତି। ତେବେ ବାପା-ମା’ ହେବା ପାଇଁ ସଠିକ୍ ବୟସ କେତେ? ଆସନ୍ତୁ ଜାଣନ୍ତୁ…

ଯେମିତିକି ଆପଣ ଜାଣିଛନ୍ତି ଯେ ଭାରତରେ ପୁରୁଷଙ୍କ ପାଇଁ ସର୍ବନିମ୍ନ ବିବାହ ବୟସ ୨୧ ବର୍ଷ ହୋଇଥିବାବେଳେ ମହିଳାମାନଙ୍କ ପାଇଁ ଏହା ୧୮ ବର୍ଷ । କିନ୍ତୁ ମହିଳା ଓ ପୁରୁଷ ବାପା-ମା’ ହେବା ପାଇଁ ସଠିକ୍ ବୟସ କଣ ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇ ଥାଏ। ତେବେ ଆସନ୍ତୁ ଏ ବିଷୟରେ ସଂକ୍ଷେପରେ ଜାଣିବା...

ଅଧିକ ପଢନ୍ତୁ : ଆପଣଙ୍କ ହୋଇଛି କି କିଡନୀ ଷ୍ଟୋନ୍ ? ଏହି ଲକ୍ଷଣଗୁଡ଼ିକ ଦେଖା ଦେଲେ କରନ୍ତୁନି ଅଣଦେଖା 

ସାଧାରଣତଃ ଦମ୍ପତିମାନେ ବିବାହର ଏକରୁ ଦୁଇ ବର୍ଷ ମଧ୍ୟରେ ପରିବାର ଯୋଜନା କରନ୍ତି। କିନ୍ତୁ ଏହା ଜଣେ କାର୍ଯ୍ୟରତ ମହିଳାଙ୍କ ପାଇଁ କିଛି ସମସ୍ୟା ସୃଷ୍ଟି କରେ। ଝିଅମାନେ ମା ହେବା ପାଇଁ ଏକ ବୟସ ରହିଛି । କାରଣ ଡିମ୍ବାଣୁ ଉତ୍ପାଦନର ଏକ ନିର୍ଦ୍ଦିଷ୍ଟ ସମୟ ସୀମା ଅଛି । କିନ୍ତୁ ପୁରୁଷମାନଙ୍କଠାରେ ଶୁକ୍ରାଣୁ ଉତ୍ପାଦନ ପାଇଁ କୌଣସି ନିର୍ଦ୍ଦିଷ୍ଟ ସୀମା ନାହିଁ । ତଥାପି, ପୁରୁଷଙ୍କ ବୟସ ବଢି଼ବା ସହିତ ଶୁକ୍ରାଣୁ ଗଣନା ଏବଂ ଗୁଣ କମିଯାଏ ।

ଅଧିକ ପଢନ୍ତୁ : ଅଚାନକ୍ “ହୃଦଘାତ” ଆସିଲେ କରିବେ କଣ ? ଜାଣିଲେ ଆପଣ ମଧ୍ୟ ବଞ୍ଚାଇପାରିବେ ଜଣଙ୍କ ଜୀବନ

ଡାକ୍ତରଙ୍କ କହିବା ଅନୁଯାୟୀ, ୧୮ ରୁ ୩୦ ବର୍ଷ ମଧ୍ୟରେ ମହିଳାଙ୍କ ଫର୍ଟିଲିଟି ପିଲା ଜନ୍ମ କରିବାକୁ ଉପଯୁକ୍ତ। ୩୦ ବର୍ଷ ବୟସ ପରେ ଫର୍ଟିଲିଟି ହ୍ରାସ ପାଇବା ଆରମ୍ଭ କରେ ଏବଂ ଶାରୀରିକ ମାନସିକ ସ୍ଵାସ୍ଥ୍ୟ ହ୍ରାସ ପାଏ। । ଏହାସହ ପୁରୁଷଙ୍କ ଏହି କ୍ଷମତା ୨୫ ରୁ ୩୫ ବର୍ଷ ମଧ୍ୟରେ ସର୍ବୋତ୍ତମ ୩୫ ପରେ ପିତା ହେବା କଷ୍ଟକର ବୋଲି ବିବେଚନା କରାଯାଏ।

ସନ୍ତାନ ଜନ୍ମ ନିରାପଦ ବୟସ ୨୩ ରୁ ୩୨। ସାଧାରଣତଃ କିଛି ଡାକ୍ତରଙ୍କ କହିବା ଅନୁଯାୟୀ, ପୁରୁଷମାନଙ୍କର ଅଧିକ ବୟସ ହେତୁ ଶିଶୁର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ। ବିଶେଷକରି ସ୍ନାୟୁ ପ୍ରଣାଳୀର ବିଭିନ୍ନ ରୋଗ ହେବାର ଆଶଙ୍କା ରହିଥାଏ । 

ଅଧିକ ପଢନ୍ତୁ : ପ୍ରତିଦିନ ହେଉଛି କି ପାଦ ଯନ୍ତ୍ରଣା ? ସାବଧାନ! ହୋଇପାରେ ହାର୍ଟ ଷ୍ଟ୍ରୋକ୍‌ର ଲକ୍ଷଣ
 

Share this story