ଅଧିକ ଲୁଣ ଖାଉଥିଲେ ସାବଧାନ! ନଚେତ୍ ଚାଲିଯିବ ଜୀବନ...
ଓଡ଼ିଆ ଗସିପ୍ ବ୍ୟୁରୋ: ଲୁଣ ଆମ ଖାଦ୍ୟର ସ୍ୱାଦକୁ ବଢ଼ାଇଥାଏ, କିନ୍ତୁ ଲୁଣ ଅଧିକ ଖାଇବା ଦ୍ବାରା ଆମ ଶରୀରରେ ଅନେକ ସମସ୍ୟା ସୃଷ୍ଟି ହୁଏ। ଡାକ୍ତରଙ୍କ ଅନୁଯାୟୀ, ଅଧିକ ଲୁଣ ଖାଇବା ଦ୍ୱାରା ଅନେକ ରୋଗ ହୋଇପାରେ । ଲୁଣ ବିନା ଖାଦ୍ୟର ସ୍ୱାଦ ଆସେନାହିଁ। ଏହା କେବଳ ଖାଦ୍ୟର ସ୍ୱାଦକୁ ବଢ଼ାଏ ନାହିଁ, ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ବୋଲି କୁହାଯାଏ। ଏଥିରେ ସୋଡିୟମ୍ ଭରପୂର ମିଳିଥାଏ। କିନ୍ତୁ, ଅଧିକ ଲୁଣ ଖାଇବା ସ୍ୱାସ୍ଥ୍ୟ ପାଇଁ ବିପଦଜନକ ହୋଇପାରେ।
ଅଧିକ ପଢନ୍ତୁ :ଧନ ସମ୍ପତ୍ତିରେ ଭର୍ତ୍ତି ହେବ ଘର ! ୭୦୦ ବର୍ଷ ପରେ ହେବାକୁ ଯାଉଛି ଏହି ୪ ରାଶିରେ ବିରଳ ରାଜଯୋଗ
ଦୈନନ୍ଦିନ ଜୀବନଶୈଳୀରେ ଖାଦ୍ୟ ଖାଇବା ଏକ ନିୟମିତ ପ୍ରକ୍ରିୟା ଏବଂ ଖାଦ୍ୟରେ ଲୁଣ ଏକ ଅତ୍ୟାବଶ୍ୟକ ଦ୍ରବ୍ୟ । କେହି କେହି ତ ଆବଶ୍ୟକତା ଠାରୁ ଅତ୍ୟଧିକ ଲୁଣ ଖାଇବାର ଅଭ୍ୟାସରେ ପଡିଯାଇଛନ୍ତି । ଆଇଟମ୍ରେ ଅଧିକ ପରିମାଣର ଲୁଣ ପକାଇ ଖାଇବାକୁ ସେମାନେ ଭଲ ପାଆନ୍ତି । ବର୍ତ୍ତମାନ ଅନେକ ପ୍ରକାର ରୋଗ ବାହାରୁଛି ଯାହା ପାଇଁ ଅନେକ ଲୋକ ରୋଗ ମୁଖରେ ପଡୁଛନ୍ତି । ଯାହାର ପ୍ରମୁଖ କାରଣ ହେଉଛି ଅଧିକ ଲୁଣ ପରିମାଣ ।
ଅଧିକ ପଢନ୍ତୁ :ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବୟସ ବ୍ୟବଧାନ କେତେ ରହିବା ଉଚିତ୍? ଜାଣନ୍ତୁ ବିଜ୍ଞାନ କଣ କହୁଛି...
ଏହା ଅନେକ ରୋଗର କାରଣ ହୋଇପାରେ। ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଏହା କୌଣସି ବିଷଠାରୁ କମ୍ ନୁହେଁ। ତେଣୁ ଖାଦ୍ୟରେ ଲୁଣର ପରିମାଣ ସୀମିତ ରହିବା ଉଚିତ୍। ବର୍ତ୍ତମାନ ସମୟରେ ଲୋକ କେତେ ପ୍ରକାରର ଖାଦ୍ୟ ଖାଉଛନ୍ତି। ଆଉ ଯାହା ବି ଖାଉଛନ୍ତି ତା’ର ସ୍ଵାଦ ବଢ଼ାଇବା ପାଇଁ ସେମାନେ ଖାଦ୍ୟରେ ଅନେକ ପ୍ରକାର ମସଲା ମିଶାଇବା ସହ ଅନେକ ପ୍ରକାର ଜିନିଷକୁ ମିଶାଇଥାନ୍ତି ଯାହା ଦ୍ଵାରା ଲୋକଙ୍କ ଆଗମନ ହୋଇଥାଏ ଏବଂ ତାହାର ବ୍ୟାପାର ମଧ୍ୟ ବଢ଼ିଥାଏ।
ତେଣୁ ଯେବେ ଆପଣମାନେ ଖାଦ୍ୟ ଖାଉଛନ୍ତି ସେଥିରେ ମସଲା ଏବଂ ତେଲ, ଲୁଣର ଭାଗ ଦେଖି ଖାଦ୍ୟ ଗ୍ରହଣ କରନ୍ତୁ ନହେଲେ ଏହା ଦ୍ଵାରା ପର ମୁହୂର୍ତ୍ତରେ ଆପଣଙ୍କୁ ଅନେକ ଶାରୀରିକ ସମସ୍ୟାର ସାମନା ହେବାକୁ ପଡିବ।
ଅତ୍ୟଧିକ ଲୁଣ ଖାଇବା ଦ୍ବାରା ବ୍ଲଡ଼ ପ୍ରେସର, ହାର୍ଟ ଆଟାର୍କ ଏବଂ ଷ୍ଟ୍ରୋକ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ, ଏଭଳି କି କିଡ଼ନୀ ରୋଗ ହେବାର ଆଶଙ୍କା ଦେଖା ଦେଇ ଥାଏ। ଲୁଣର ଅତ୍ୟଧିକ ବ୍ୟବହାର ଦ୍ଵାରା ଏହା କ୍ରମେ କ୍ରମେ ଶରୀରରେ ବିଷ ଭଳି କାର୍ଯ୍ୟ କରିଥାଏ ଯାହା ପରେ ଲୋକର ମୃତ୍ୟୁର କାରଣ ସାଜିଥାଏ।
ଅଧିକ ପଢନ୍ତୁ :ପେଟ କ୍ୟାନ୍ସରରୁ ଦୂରେଇ ରହିବାକୁ ଚାହାଁନ୍ତି କି ? ଏହି ଖାଦ୍ୟ ଖାଇବା ବନ୍ଦ କରନ୍ତୁ, ନଚେତ୍ ଭୋଗିବେ
ସାଧାରଣତଃ ଲୋକ କଥା ରହିଛି ଯେ ଲୁଣ କାହାଠାରୁ ମାଗଣାରେ ନିଆଯିବା ଉଚିତ ନୁହେଁ କିମ୍ବା ଦିଆଯିବା ଉଚିତ ନୁହେଁ। ସନ୍ଧ୍ୟାରେ ଲୁଣ ଋଣରେ କରାଯାଏ ନାହିଁ ଏହା ଦ୍ବାରା ଦେବୀ ଲକ୍ଷ୍ମୀଙ୍କୁ ଅସନ୍ତୁଷ୍ଟ କରେ । ଏହା ବ୍ୟତୀତ ଲୁଣ ପକାଇବା କିମ୍ବା ନଷ୍ଟ କରିବା ମଧ୍ୟ ଅତ୍ୟନ୍ତ ଖରାପ ବୋଲି ଧରାଯାଏ । ଏହା ପଛରେ କିଛି ଗୁରୁତ୍ୱପୂର୍ଣ୍ଣ କାରଣ ଅଛି ।
ପ୍ରତ୍ୟେକ ପ୍ରକାରର ଖାଦ୍ୟରେ ଲୁଣର ମାତ୍ରା ପ୍ରାୟ ୩.୮ ଗ୍ରାମ ମିଳିଥାଏ। ଅନୁସନ୍ଧାନରେ ଏହା ମଧ୍ୟ ଜଣାପଡ଼ିଛି ଯେ ଅଧିକ ଲୁଣ ଖାଇବା ଦ୍ୱାରା ଆମ ଶରୀରର ଧମନୀଗୁଡ଼ିକ ସଙ୍କୁଚିତ ହେବାକୁ ଲାଗେ, ଯାହା ରକ୍ତ ପ୍ରବାହକୁ ମଧ୍ୟ ପ୍ରଭାବିତ କରିଥାଏ।
ଅଧିକ ପଢନ୍ତୁ :କଣ୍ଡୋମ ବ୍ୟବହାର କରୁଥିଲେ ସାବଧାନ; ଜାଣି ରଖନ୍ତୁ ଏହି ୫ଟି ଜରୁରୀ କାରଣ !
( Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ । ଓଡ଼ିଆ ଗସିପ୍ ଏହାକୁ ନିଶ୍ଚତ କରେ ନାହିଁ।)