ପ୍ରତିଦିନ ଆଳୁ ଖାଇବା ଦ୍ୱାରା ଶରୀରରେ ହୁଏ ଏହି ସବୁ କ୍ଷତି ! ଏବେ ହିଁ ଜାଣି ରଖନ୍ତୁ 
 

These are some side effects of eating potato daily know details
ପ୍ରତିଦିନ ଆଳୁ ଖାଇବା ଦ୍ୱାରା ଶରୀରରେ ହୁଏ ଏହି ସବୁ କ୍ଷତି !
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଳୁ ପରିବା ଗୁଡିକ ମଧ୍ୟରେ ଆଳୁକୁ ରାଜା ବୋଲି କୁହାଯାଏ।  ତରକାରୀ ହେଉ କି ଭଜା ସବୁଥିରେ ଆଳୁ ବ୍ୟବହାର କରାଯାଏ। ଆଳୁ ଏପରି ଏକ ପନିପରିବା ଯାହାକି ବିଭିନ୍ନ ସ୍ଥାନରେ ଅତି ସହଜରେ ମିଳିଥାଏ। କିନ୍ତୁ ଅଧିକାଂଶ ଲୋକେ ଆଳୁକୁ ଡାଇବେଟିସ୍ ଭୟରେ ଖାଆନ୍ତି ନାହିଁ। କିନ୍ତୁ ଆପଣ ଜାଣିଛନ୍ତି ଆଳୁ ଖାଇବା ଦ୍ୱାରା ଶରୀରକୁ କେଉଁ କେଉଁ ପ୍ରକାରର କ୍ଷତି ସହିବାକୁ ପଡ଼ିଥାଏ। ତେବେ ଆସନ୍ତୁ ଜାଣିବା... 

ଯେଉଁମାନେ ଅଧିକ ଆଳୁ ଖାଆନ୍ତି, ସେମାନଙ୍କର ଶରୀରରେ ଚର୍ବି ବଢ଼ିବାରେ ଲାଗେ, ଯେଉଁ କାରଣରୁ ଆପଣଙ୍କର ଓଜନ ଏବଂ ଶରୀରର ଆକୃତି ପରିବର୍ତ୍ତନ ହେବାକୁ ଲାଗିଥାଏ। ଯେଉଁମାନେ ଓଜନ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି ସେମାନେ ଆଳୁ ପ୍ରତିଦିନ ଖାଇବା ଉଚିତ୍ ନୁହେଁ।

ଅଧିକ ପଢନ୍ତୁ :ଋତୁସ୍ରାବ ସମୟରେ ସେକ୍ସ କରିବା ଠିକ୍ ନା ଭୁଲ୍ ? ଜାଣନ୍ତୁ କ'ଣ କହୁଛି ବିଶେଷଜ୍ଞଙ୍କ ମତ...

ଆଳୁ ଖାଇବା ଦ୍ୱାରା ଏହା ଶରୀରକୁ ଶକ୍ତି ଯୋଗାଇଥାଏ, କିନ୍ତୁ ଯଦି ଆପଣ ଆଳୁକୁ ଏକ ସୀମାଠାରୁ ଅଧିକ ଖାଆନ୍ତି, ତେବେ ଆଲର୍ଜି ହେବାର ଆଶଙ୍କା ରହିଥାଏ। ତେଣୁ ଆଳୁ ଆବଶ୍ୟକ ଅନୁସାରେ ଖାଇବା ଉଚିତ୍।

ଯଦିଓ ଆଳୁର ସ୍ୱାଦ ଆମ ସମସ୍ତଙ୍କୁ ଖୁବ୍ ପସନ୍ଦ ଆଲେ, ତଥାପି ଆପଣ ଏହାକୁ ଅଧିକ ଖାଇବା ଉଚିତ୍ ନୁହେଁ କାରଣ ଏଥିରେ ବହୁ ପରିମାଣରେ କାର୍ବୋହାଇଡ୍ରେଟ୍ ଥାଏ, ଯାହା ଆର୍ଥ୍ରାଇଟିସର ଯନ୍ତ୍ରଣାକୁ ବଢ଼ାଇଥାଏ।

ଅଧିକ ପଢନ୍ତୁ : କଣ୍ଡୋମ ବ୍ୟବହାର କରୁଥିଲେ ସାବଧାନ; ଜାଣି ରଖନ୍ତୁ ଏହି ୫ଟି ଜରୁରୀ କାରଣ !

ଅତ୍ୟଧିକ ଆଳୁ ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ବୃଦ୍ଧି ପାଇଥାଏ ଏବଂ ଯଦି ପ୍ରତିଦିନ ଏହିପରରି ଆଳୁ ଖାଆନ୍ତି ତେବେ ମଧୁମେହ ହେବାର ଆଶଙ୍କା ବୃଦ୍ଧି ପାଇଥାଏ। ଆପଣ ନିଶ୍ଚିତ ଭାବରେ ଜାଣିଥିବେ ଯେ ମଧୁମେହ ରୋଗୀମାନେ ଆଳୁରୁ ଦୂରେଇ ରୁହନ୍ତି।

ଯଦି ଆପଣ ଅଧିକ ପରିମାଣର ଆଳୁ ଖାଆନ୍ତି, ତେବେ ଧୀରେ ଧୀରେ ଉଚ୍ଚ ରକ୍ତଚାପର ସମସ୍ୟା ଉପୁଜିବ, ଯାହା ପରେ ଏହା ହୃଦଘାତର କାରଣ ମଧ୍ୟ ହୋଇପାରେ।

ଅଧିକ ପଢନ୍ତୁ :ସ୍ବାସ୍ଥ୍ୟ ପାଇଁ ବେଶ ଉପକାରୀ, ଦିନକୁ ଖାଆନ୍ତୁ ବାସ ଦୁଇ ପାଖୁଡ଼ା, ଦୂର ହେବ ପୁରୁଷଙ୍କ ଯୌନ ସମସ୍ୟା !

( Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।)

Share this story