ଏହି କାରଣରୁ ରାତିରେ ଖାଉଛନ୍ତି କି ମେଡ଼ିସିନ ? ଜାଣନ୍ତୁ କିପରି ବର୍ତ୍ତିବେ ଏଥିରୁ

ଓଡ଼ିଆ ଗସିପ୍ ବ୍ୟୁରୋ: ପରିବର୍ତ୍ତିତ ଜୀବନଶୈଳୀ ଲାଗି ନିଦ୍ରାହୀନତା ଏକ ସାଧାରଣ ସମସ୍ୟାରେ ପରିଣତ ହେଲାଣି। ରାତିସାରା ଅନିଦ୍ରା ରହିବା ବା ନିଦ ନ ହେବା ଲାଗି ଅନେକ ଲୋକ ବିଭିନ୍ନ ଔଷଧ ଖାଇଥାନ୍ତି। ମାତ୍ର ଏହା ଅନେକାଂଶରେ କ୍ଷତିକାରକ ହୋଇଥାଏ। ଯଦି ଆପଣଙ୍କ ପାଖରେ ଏହି ସମସ୍ୟା ଦେଖାଯାଉଛି ତେବେ ଏହାକୁ ସାଧାରଣ ଭାବରେ ନିଅନ୍ତୁ ନାହିଁ ଏହା ଏକ ଗମ୍ଭୀର ସମସ୍ୟା ହୋଇପାରେ।
ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ
ଏହି ସମସ୍ୟାକୁ ଦୂର କରିବା ଲାଗି ଔଷଧ ବଦଳରେ ଜାଣନ୍ତୁ କିଛି ଉପଚାର।
– ବ୍ୟବହାର କରୁଥିବା ବେର୍ଡସିଟ୍କୁ ସବୁବେଳେ ସଫା ରଖିନ୍ତୁ। ଏପରିକି ତକିଆ ଖୋଳକୁ ପରିଷ୍କାର ରଖିବା ସହ ଆବଶ୍ୟକସ୍ଥଳେ ବଦଳାଇ ନୂଆ ବ୍ୟବହାର କରନ୍ତୁ। ଦେଖିବେ ଏହି ସମସ୍ୟା ଦୂର ହୋଇଯିବ।
-ରାତିରେ ଶୋଇବା ପୂର୍ବରୁ ଏକ ଘଣ୍ଟା ବୁଲାବୁଲି କରନ୍ତୁ। ଏପରି କରିବା ଫଳରେ ଶିଘ୍ର ନିଦ ହୋଇଥାଏ।
ଅଧିକ ପଢ଼ନ୍ତୁ: ବିଡ଼ା ବିଡ଼ା ନୋଟ୍, ସୁନା, ରୂପା ସହ ୪୧୭ କୋଟି ଟଙ୍କା ଜବତ କଲା ଇଡି, ରାଡାରରେ ବଲିଉଡର ୧୪ ରୁ ଅଧିକ ନାମ
-ଖାଦ୍ୟ ଖାଇ ସାରିବା ପରେ ବିଛଣାକୁ ଯିବା ଅନେକ ଲୋକଙ୍କର ଅଭ୍ୟାସ ଥାଏ। ମାତ୍ର ଏପରି କରନ୍ତୁ ନାହିଁ। ଖାଇବାର କିଛି ସମୟ ପରେ ଶୋଇବାକୁ ଯାଆନ୍ତୁ।
– ବିଛଣାକୁ ଯିବା ପୂର୍ବରୁ ଫୋନ୍, ଲାପ୍ଟପ୍ ଆଦିଠାରୁ ଦୂରେଇ ରହିବେ।
ଅଧିକ ପଢ଼ନ୍ତୁ: ୧୯ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ, ଆସିଲା ନୂଆ ଧାନ ସଂଗ୍ରହ ନୀତି ସହ ଉଚ୍ଛେଦ ହେବ ୩୫ଟି ଟୋଲ୍ ଗେଟ୍
– ଏହି ଛୋଟ ଛୋଟ ଜିନିଷ ଉପରେ ଆପଣ ଧ୍ୟାନ ଦେଲେ ଆପଣଙ୍କୁ ନିଦ୍ରାହୀନତା ସମସ୍ୟାରୁ ମୁକ୍ତି ପାଇବା ଲାଗି ଔଷଧ ଖାଇବାକୁ ପଡ଼ିବ ନାହିଁ।
ଅଧିକ ପଢ଼ନ୍ତୁ: କେରଳରେ ନିପା ଭାଇରସ୍ ଆତଙ୍କ, ସିଧା ମଣିଷର ବ୍ରେନକୁ କରୁଛି ଆଟାକ୍! ଜାଣନ୍ତୁ ଲକ୍ଷଣ