ସ୍ତନ କର୍କଟରେ ପୀଡ଼ିତାମାନଙ୍କ ପାଇଁ ଖୁସି ଖବର, ଭୁବନେଶ୍ବର ଆଇଏଲ୍ଏସ୍ର ଗବେଷଣା
ଓଡ଼ିଆ ଗସିପ୍ ବ୍ୟୁରୋ: ସ୍ତନ କର୍କଟ ଦୂର କରିବ ନିମ୍ୱପତ୍ର। କ୍ୟାନସର ଷ୍ଟେମ୍ସେଲ୍କୁ ସମୂଳେ ନାଶ କରିବା ପାଇଁ ବ୍ୟବହାର ହେବ ନିମ୍ୱପତ୍ର ଔଷଧ। ନିମ୍ୱପତ୍ରରେ ଥିବା ନିମ୍ୱୋଲାଇଡର୍ରେ ଏଭଳି ଅମୋଘ ଅସ୍ତ୍ର ରହିଛି। ଏକ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି ବୋଲି ଆଇଏଲ୍ଏସ୍, ଭୁବନେଶ୍ୱର ଦାବି କରିଛି।
ନିକଟରେ ଆଇଏଲ୍ସ ଭୁବନେଶ୍ୱରର ବରିଷ୍ଠ ବୈଜ୍ଞାନିକ ଡଃ ସଞ୍ଜୀବ ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ନିମ୍ୱପତ୍ରରେ ଥିବା ଫାଇଟୋକେମିକାଲ୍ ନିମ୍ୱୋଲାଇଡ୍ ଉପରେ ଗବେଷଣା କରିଥିଲେ। ଏହି ଗବେଷଣା ପରେ ମିଳିଥିବା ଏହି ନୂଆ ତଥ୍ୟକୁ ଆନ୍ତର୍ଜାତିକ ଗବେଷଣା ପତ୍ରିକା ମଲିକୁଲାର ଥେରାପି ନ୍ୟୁକ୍ଲିକ୍ ଏସିଡ୍ସରେ ପ୍ରକାଶ କରାଯାଇଛି।
ଅଧିକ ପଢ଼ନ୍ତୁ: ଘରେ ଛାଡିବା ବାହାନାରେ ଶାଳିକୁ ମଦ ପିଆଇ ୪ସାଙ୍ଗ ସହ ମିଶି ଭିଣେଇ କଲା ଦୁଷ୍କର୍ମ, ରାତିସାରା ଚେତାଶୂନ୍ୟ...
ଏହି ପତ୍ରିକାରେ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ, ସବୁଠୁ ବିପଦପୂର୍ଣ୍ଣ ଟ୍ରିପଲ ନେଗେଟିଭ ବ୍ରେଷ୍ଟ କ୍ୟାନସରକୁ ନିମ୍ୱୋଲାଇଡ୍ ମୂଳପୋଛ କରିବାର କ୍ଷମତା ରଖିଛି। ମୂଷା ଓ ଜେବ୍ରା ଫିସ୍ ଉପରେ ହୋଇଥିବା ପ୍ରି-କ୍ଲିନିକାଲ ପ୍ରୟୋଗରୁ ଏହା ପ୍ରମାଣିତ ହୋଇସାରିଥିବାରୁ ସ୍ତନ କର୍କଟରେ ପୀଡ଼ିତାମାନଙ୍କ ପାଇଁ ଏକ ନୂଆ ଆଶା ସଞ୍ଚାର ହେବ ବୋଲି ଆଶା ରହିଛି।
ଡକ୍ଟର୍ ସଞ୍ଜୀବଙ୍କ କହିବା ଅନୁଯାୟୀ, ନିମ୍ୱୋଲାଇଡ୍ର ଆଣ୍ଟି କ୍ୟାନସର୍ ଗୁଣ ପୂର୍ବରୁ ଜଣାଥିଲେ ମଧ୍ୟ ଏହା ରକ୍ତରେ ମିଶୁ ନଥିବାରୁ ବ୍ୟବହାର ଉପଯୋଗୀ ହୋଇପାରୁନଥିଲା। ତେବେ ଆଇଏଲ୍ଏସ୍ ଭୁବନେଶ୍ୱର ପକ୍ଷରୁ ନାନୋଟେକ୍ନୋଲଜି ବ୍ୟବହାରରୁ ଏହି ସଫଳତା ମିଳି ପାରିଛି ବୋଲି ସେ କହିଛନ୍ତି।
ଅଧିକ ପଢ଼ନ୍ତୁ: ଚାକିରୀରୁ ଅବସର ପୂର୍ବରୁ ଭି ଆର ଏସ ନେଲେ DGP B K Ravi ହେଲେ କାହିଁକି ? ଜାଣନ୍ତୁ ଅସଲ କାରଣ...
ଏବେ କ୍ୟାନସରର ଚିକିତ୍ସା ଲାଗି କେମୋଥେରାପି ବ୍ୟବସ୍ଥା ରହିଛି। କେମୋଥେରାପି କ୍ୟାନସର ସେଲ ସହ ଶରୀରର ସାଧାରଣ ସେଲ୍କୁ ମଧ୍ୟ ନଷ୍ଟ କରିଥାଏ। କିନ୍ତୁ ଆଇଏଲ୍ଏସ୍ ଭୁବନେଶ୍ୱର ବୈଜ୍ଞାନିକମାନେ ଗବେଷଣାରୁ ଜାଣିବାକୁ ପାଇଛନ୍ତି, ନିମ୍ୱପତ୍ରରେ ଥିବା ନିମ୍ୱୋଲାଇଡ୍ କେବଳ କ୍ୟାନସର ସେଲକୁ ହିଁ ନଷ୍ଟ କରୁଛି। ଏମିତିକି ନିମ୍ୱୋଲାଇଡ୍ ସ୍ତନ କର୍କଟ ସହ ଶରୀରର ଅନ୍ୟ ଅଂଶରେ ଦେଖାଦେଉଥିବା କ୍ୟାନସର ସେଲକୁ ଭଲ କରିପାରୁଥିବା ଗବେଷଣାରୁ ସ୍ପଷ୍ଟ ହୋଇଛି।
ଅଧିକ ପଢ଼ନ୍ତୁ: ଲିଭର ସୁସ୍ଥ ରହିଲେ ମିଳିବ ଅନେକ ରୋଗରୁ ରକ୍ଷା, ଜାଣନ୍ତୁ ଲିଭରକୁ ସଫା କରିବାର ୭ଟି ଉପାୟ
ଏବେ ଆଇଏଲ୍ଏସ୍ ଭୁବନେଶ୍ୱର ସ୍ତନ କ୍ୟାନସର୍ ଚିକିତ୍ସା ଲାଗି କେମୋଥେରାପି ସହ ନିମ୍ୱୋଲାଇଡ ବ୍ୟବହାର ଉପରେ କାମ କରୁଛି। ଏହା ସଫଳ ହେଲେ ଆଗାମୀ ଦିନରେ ନିମ୍ୱ ପତ୍ରରୁ ସ୍ତନ କର୍କଟର ନୂଆ ଅସ୍ତ୍ର ତିଆରି ହେବ ବୋଲି ଆଶା ରହିଛି।
ଅଧିକ ପଢ଼ନ୍ତୁ: ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ