ବିରିୟାନି ଖାଇବା ପରେ କୋଲ୍ଡ ଡ୍ରିଙ୍କ୍ସ ପିଇବା ଭଲ ନ ଖରାପ ? ସତ ଜାଣି ଆପଣ ମଧ ଆଶ୍ଚର୍ଯ୍ୟ ହେବେ

ଓଡ଼ିଆ ଗସିପ୍ ବ୍ୟୁରୋ: କୁହାଯାଏ କି କୋଲ୍ଡ ଡ୍ରିଙ୍କ୍ସ ଅଧିକ ମାତ୍ରାରେ ପିଇବା କଥା ନୁହେଁ। ତାହା ଆମ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ। ହେଲେ ଲୋକେ ତାଙ୍କୁ ବେଶ୍ ପସନ୍ଦ କରିଥାନ୍ତି। ଦିନକୁ ଦିନ ଲୋକଙ୍କର ଖାଦ୍ୟ ଅଭ୍ୟାସ ବଦଳି ଯାଉଛି । ପିଲାଠାରୁ ବଡ଼ ପର୍ଯ୍ୟନ୍ତ ଘର ଖାଦ୍ୟ ବ୍ୟତୀତ ଫାଷ୍ଟଫୁଡ ଏବଂ ବିରିୟାନି ଖାଇବାକୁ ମଧ୍ୟ ଅଧିକାଂଶ ପସନ୍ଦ କରୁଛନ୍ତି, ତା ସାଙ୍ଗକୁ କୋଲ୍ଡ ଡ୍ରିଙ୍କସ୍ ପିଇବା ଅଭ୍ୟାସ ହୋଇଯାଇଛି ।
ସାଧାରଣତଃ ବିରିୟାନି ଖାଇ ପରେବା ଥମ୍ସଅପ୍, କୋକାକୋଲା, ସ୍ପ୍ରାଇଟ ପରି ମୃଦୁ ପାନୀୟ ପିଇଥାନ୍ତି । କୋଲ୍ଡ ଡ୍ରିଙ୍କସ୍ ପିଇବା ଦ୍ୱାରା ଚିକେନ୍ ବିରିୟାନି ଶୀଘ୍ର ଓ ସହଜରେ ହଜମ ହୋଇଥାଏ ବୋଲି କେହି କେହି କହିଥାନ୍ତି ।
ଆଧିକ ପଢନ୍ତୁ : ଧକ୍ ଧକ୍ ସହ ମୁଣ୍ଡର ଗୋଟିଏ ପଖାରେ ହେଉଛି କି ମୁଣ୍ଡବଥା? ଜାଣନ୍ତୁ ଏହାର କାରଣ ଓ ଉପଚାର...
କିନ୍ତୁ ବିଶେଷଜ୍ଞମାନେ କହିଛନ୍ତି ଯେ ଏସବୁ କାରଣରୁ ପେଟରେ ଚର୍ବି ବଢ଼ିବା ସହ ଛୋଟ ବେଳୁ ମେଦବୃଦ୍ଧିର ଶିକାର ହେଉଛନ୍ତି ଏବଂ ଯାହା ଦ୍ୱାରା ରକ୍ତ ସଞ୍ଚାଳନ ପ୍ରଭାବିତ ହୁଏ ଏବଂ ସହଜରେ ମୋଟାପଣର ଶିକାର ହୋଇଥାନ୍ତି। ତେବେ ସୁସ୍ଥ ଜୀବନ ବଞ୍ଚିବା ପାଇଁ ହେଲେ ଫାଷ୍ଟଫୁଡ ଓ ମୃଦୁ ପାନୀୟଠାରୁ ଦୂରେଇ ରହିବା ଉଚିତ୍ ।
ଆଧିକ ପଢନ୍ତୁ : କିଡ଼ନୀକୁ ରୋଗ ମୁକ୍ତ ରଖିବ ଏହି ୫ଟି ସୁପରଫୁଡ୍, ଷ୍ଟୋନ୍ ସୃଷ୍ଟି ହେବା ଆଶଙ୍କାକୁ ମଧ୍ୟ କରିବ କମ୍ !
ବିରିୟାନି ପରେ କୋଲ୍ଡ ଡ୍ରିଙ୍କସ୍ ପିଇବା ଆଦୌ ଭଲ ନୁହେଁ। କେବଳ ବିରିୟାନି ନୁହେଁ ଆପଣ ଯାହା ଖାଦ୍ୟ ଖାଆନ୍ତୁ, ସାଙ୍ଗେ ସାଙ୍ଗେ କୋଲ୍ଡ ଡ୍ରିଙ୍କସ୍ ସେବନ କରିବା ଉଚିତ୍ ନୁହେଁ । ଏପରିକି ଖାଇବା ପରେ ତୁରନ୍ତ ପାଣି ପିଅନ୍ତୁ ନାହିଁ । ଯଦି ଏହା କରନ୍ତି, ତେବେ ହଜମ ପ୍ରକ୍ରିୟା ବାଧାପ୍ରାପ୍ତ ହେବ ଖାଇଥିବା ଖାଦ୍ୟ ଶୀଘ୍ର ହଜମ ହେବ ନାହିଁ ।
କାରଣ କୋଲ୍ଡ ଡ୍ରିଙ୍କସ୍ ରେ କାର୍ବନ ଡାଇଅକ୍ସାଇଡ୍ ଥାଏ ଓ ଏଥିରେ ସୁଗାର ପରିମାଣ ମଧ୍ୟ ଅଧିକ ଥାଏ। ଏହା ପ୍ରକୃତିର ଅମ୍ଳୀୟ । ଅଳେଇଚ, ଲବଙ୍ଗ ଓ ଚିନାବାଦାମ ଭଳି ଦ୍ରବ୍ୟ ମିଶିବା କାରଣରୁ ବିରିୟାନୀର ମଧ୍ୟ ଏକ ଅମ୍ଳୀୟ ପ୍ରକୃତି ରହିଛି । କୋଲ୍ଡ ଡ୍ରିଙ୍କସ୍ ପିଇବା ଦ୍ୱାରା ଏହି ଅମ୍ଳତା ବୃଦ୍ଧି ହୋଇଥାଏ । କାର୍ବୋନେଟେଡ୍ ପାନୀୟ ପିଇବା ଦ୍ୱାରା ଆପଣଙ୍କ ପେଟ ଫୁଲ ହେବା ପରି ଅନୁଭବ ହୋଇଥାଏ । ହଜମ ପ୍ରକ୍ରିୟାରେ ମଧ୍ୟ ସମସ୍ୟା ଦେଖାଯାଏ । ତେଣୁ ବିରିୟାନି ଖାଇବାର ଏକ ଘଣ୍ଟା ପରେ କୋଲ୍ଡ ଡ୍ରିଙ୍କସ୍ ବଦଳରେ ଅଣ-କାର୍ବୋନେଟେଡ୍ ପାନୀୟ ପିଇବା ଉଚିତ୍।
ଆଧିକ ପଢନ୍ତୁ : ଆପଣଙ୍କୁ ହୋଇଛି କି ବ୍ଲଡ଼ କ୍ୟାନ୍ସର ? ଏହି ଲକ୍ଷଣଗୁଡ଼ିକ ଦେଖା ଦେଲେ କରନ୍ତୁନି ଅଣଦେଖା