ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ ହଳଦୀ ମିଶ୍ରିତ କ୍ଷୀର, ଦୂର ହେବ ଏହି ସବୁ ଗମ୍ଭୀର ରୋଗ
 

Benefits of Turmeric Milk
ସ୍ବାସ୍ଥ୍ୟ ପାଇଁ ହିିତକର ହଳଦୀ ମିଶ୍ରିତ କ୍ଷୀର
 

ଓଡ଼ିଆ ଗସିପ୍ ବ୍ୟୁରୋ: ପ୍ରତିଦିନ ଶୋଇବା ବେଳେ କ୍ଷୀର ପିଇବା ଏକ ଭଲ ଅଭ୍ୟାସ। କ୍ଷୀରରେ ଅତ୍ୟଧିକ ପରିମାଣରେ ପ୍ରୋଟିନ୍‌ ଥିବାରୁ ଏହା ଶରୀର ପାଇଁ ହିତକର ହୋଇଥାଏ । ଉଷୁମ କ୍ଷୀରରେ ଯଦି ଟିକେ ହଳଦି ମିଶାଇ ପିଆଯାଏ, ତେବେ ଏହା ଶରୀର ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ। 

ଦେଖନ୍ତୁ EXCLUSIVE ଭିଡ଼ିଓ: ୩୫୦ କୋଟି ଜବତ ଘଟଣାରେ ଆସିଲା ସାଙ୍ଘାତିକ ତଥ୍ୟ, ଧୀରଜଙ୍କୁ ସୁରକ୍ଷା ଦେବା ପାଇଁ ଓଡ଼ିଆ କେନ୍ଦ୍ର ମନ୍ତ୍ରୀ ନେଇଥିଲେ ୭୫ କୋଟି !

ସାଦା କ୍ଷୀର ଠାରୁ ବି ଅଧିକ ହିତକର ହୋଇଥାଏ। ହଳଦୀ ମିଶ୍ରିତ କ୍ଷୀର ପିଇବା ଦ୍ବାରା ଶରୀରକୁ ଆଉ କ’ଣ ସବୁ ଲାଭ ମିଳିଥାଏ, ଆସନ୍ତୁ ଜାଣିବା ସେଗୁଡ଼ିକ ସମ୍ପର୍କରେ…

ଅଧିକ ପଢନ୍ତୁ :ଶୀତଦିନେ ପୂରା ସମ୍ପୂର୍ଣ୍ଣ ସୁସ୍ଥ ରହିବା ପାଇଁ ଆପଣାନ୍ତୁ ଏହି ୫ଟି ସରଳ ଟିପ୍ସ

ହଳଦୀ ମିଶ୍ରିତ କ୍ଷୀର ପ୍ରତିଦିନ ପିଇଲେ, ଖାଦ୍ୟ ହଜମ ହେବାରେ ସହାୟ ହୁଏ  । ତା’ସହ ହୃଦ୍‌ଘାତର ଆଶଙ୍କା ବି କମ୍ ହେଉଥିବା ବିଶେଷଜ୍ଞମାନେ କୁହନ୍ତି।
ନିଦ୍ରାହୀନତା ସମସ୍ୟା ଥିଲେ ରାତିରେ ଶୋଇବା ପୂର୍ବରୁ ଗିଲାସେ ଉଷୁମ କ୍ଷୀରରେ ଏକ ଛୋଟ ଚାମଚ ହଳଦି ମିଶାଇ ପିଇବା ଦ୍ବାରା ଏହି ସମସ୍ୟା ଦୂର ହୁଏ।

ଅଧିକ ପଢନ୍ତୁ :ଡିସେମ୍ବର ୩୧ରେ ମାର୍ଗି ଦେବଗୁରୁ ବୃହସ୍ପତି ଚଳନ, ଏହି ୩ଟି ରାଶି ପାଇଁ ପାଲଟିବ ବରଦାନ

ନିୟମିତ ହଳଦୀ ମିଶ୍ରିତ କ୍ଷୀର ପିଇବା ଦ୍ବାରା ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଏହାଦ୍ବାରା ଥଣ୍ଡା, କାଶ, ଛିଙ୍କ ଆଦିରୁ ରକ୍ଷା ମିଳିଥାଏ।
ଯେଉଁ ଲୋକମାନଙ୍କର ଆଣ୍ଠୁଗଣ୍ଠି ଯନ୍ତ୍ରଣା ରହିଛି, ସେମାନଙ୍କ ପାଇଁ ହଳଦୀ ମିଶ୍ରିତ କ୍ଷୀର ଲାଭଦାୟକ ହୋଇଥାଏ।

ଅଧିକ ପଢନ୍ତୁ :ସାଥୀଙ୍କୁ ଖୁସି କରିବାକୁ ଚାହୁଁ ଥିଲେ ପ୍ରତିଦିନ ରାତିରେ ଖାଆନ୍ତୁ...,ବୃଦ୍ଧି ପାଇବ ଯୌନ ଶକ୍ତି !
 

Share this story