ସାବଧାନ! ପିରିୟଡ୍‌ରେ ପେନ୍‌ ବେଳେ ଖାଉଛନ୍ତି କି ପେନ୍‌କିଲର ? ଜାଣନ୍ତୁ ନଚେତ୍ ଚାଲିଯିବ ଜୀବନ...
 

16-Year-Old UK Girl Dies Of Blood Clot Days After Taking Contraceptive Pill To Ease Period Pain
ପିରିୟଡ୍‌ରେ ପେନ୍‌ ବେଳେ ଖାଉଛନ୍ତି କି ପେନ୍‌କିଲର ? ଚାଲିଯିବ ଜୀବନ...
 

ଓଡ଼ିଆ ଗସିପ୍ ବ୍ୟୁରୋ: ଅଧିକାଶଂ ଯୁବତୀଙ୍କ ପିରିୟଡ୍‌ରେ ପେନ୍‌ ଦେଖିବାକୁ ମିଳିଥାଏ, ଏହାକୁ ଦୂର କରିବା ପାଇଁ ବଜାରରେ ମିଳୁଥିବା ଅନେକ ଔଷଧ ବା ପେନ୍‌କିଲର ଖାଇଥାନ୍ତି, ଅନେକ ଯୁବତୀ ବିନା ପରାମର୍ଶରେ ଏହି ପେନ୍‌କିଲର ମେଡ଼ିସିନ୍ ଖାଇଥାନ୍ତି, ଯାହାର ପରିଣାମ ଖୁବ୍‌ ମାରାତ୍ମକ ହୋଇଥାଏ, ଏଭଳି ଏକ ଘଟଣା UKରୁ ସାମ୍ନାକୁ ଆସିଛି। ଯାହା ଆପଣଙ୍କୁ ଚିନ୍ତାରେ ପକାଇଦେବ। 

UK ର ଏହି ୧୬ ବର୍ଷିୟ ସୁନ୍ଦରୀ ଛାତ୍ରୀ ଲୈଲା ଖାନ୍‌ଙ୍କୁ (Layla Khan) ପ୍ରବଳ ମାତ୍ରାରେ ପିରିୟଡ୍‌ ପେନ୍‌ ହେଉଥିଲା । ଏହି କଷ୍ଟକୁ ସହ୍ୟ କରିବା ପାଇଁ ତାଙ୍କ ସାଙ୍ଗମାନେ ତାଙ୍କୁ କିଛି କଣ୍ଟ୍ରାସେପ୍ଟିକ୍‌ ପିଲ୍‌ ଖାଇବାକୁ ପରାମର୍ଶ ଦେଇଥିଲେ । ସେହି ଅନୁସାରେ ଲୈଲା ଉକ୍ତ ଔଷଧ ଖାଇଥିଲେ ।

ଅଧିକ ପଢନ୍ତୁ :ଯୌନଶକ୍ତି ବଢାଇବ ଏହି ୫ ଖାଦ୍ୟ, ଦରକାର ପଡିବନି ଟାବଲେଟ୍‌ କି କ୍ୟାପସୁଲ୍‌

ନଭେମ୍ବର ୨୫ରେ ସେ ପ୍ରଥମ ଥର ଏହି ଔଷଧ ଖାଇବା ଆରମ୍ଭ କରିଥିଲେ । ଏହାର ୪୮ ଘଣ୍ଟା ପରେ ସେ ଅସୁସ୍ଥ ହୋଇଥିଲେ । ତାଙ୍କର ଜୋରଦାର ମୁଣ୍ଡ ବିନ୍ଧା ଆରମ୍ଭ ହୋଇଥିଲା । ଏହାର କିଛି ଦିନ ପରେ ଅର୍ଥାତ ଠିକ୍‌ ଡିସେମ୍ବର ୫ ତାରିଖ ବେଳକୁ ପ୍ରତି ଅଧଘଣ୍ଟାରେ ବାନ୍ତି ହେବା ଆରମ୍ଭ ହେଲା । ଧିରେ ଧିରେ ସେ ଅଧିକ ଅସୁସ୍ଥ ହେବାକୁ ଲାଗିଲେ। ଏବଂ ପରେ ପରିବାର ଲୋକ ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇଥିଲେ ।

ଡାକ୍ତର ସେଠାରେ ତାଙ୍କୁ ପରୀକ୍ଷା କରି କହିଥିଲେ ଯେ ତାଙ୍କର ପେଟ ରୋଗ ଅଛି, ସେଥିପାଇଁ ଔଷଧ ମଧ୍ୟ ଦେଇଥିଲେ ।ହେଲେ ଦୁର୍ଭାଗ୍ୟ ବସତଃ ଲୈଲା ଦିନକୁ ଦିନ ଅଧିକ ଅସୁସ୍ଥ ହେବାକୁ ଲାଗିଲେ । ତାଙ୍କୁ ଧିରେ ଧିରେ ଜ୍ୱର ଆରମ୍ଭ ହେଲା । ଜ୍ୱର ପାଇଁ ମଧ୍ୟ ସେ ଔଷଧ ଖାଇଲେ । ହେଲେ ସ୍ୱାସ୍ଥ୍ୟ ଭଲ ହେଲ ନାହିଁ । ବରଂ ସ୍ୱାସ୍ଥ୍ୟ ଗମ୍ଭୀର ହେବାକୁ ଲାଗିଲା । 

ଅଧିକ ପଢନ୍ତୁ :ପେଟ କ୍ୟାନ୍ସରରୁ ଦୂରେଇ ରହିବାକୁ ଚାହାଁନ୍ତି କି ? ଏହି ଖାଦ୍ୟ ଖାଇବା ବନ୍ଦ କରନ୍ତୁ, ନଚେତ୍ ଭୋଗିବେ  

ଦିନେ ହଠାତ୍ ଲୈଲା ବାଥ୍‌ରୁମ୍‌ରେ ଅଚେତ୍‌ ହୋଇ ପଡ଼ିଗଲେ । ଏମିତି ଅବସ୍ଥାରେ ତାଙ୍କୁ ପରିବାର ଲୋକ ମେଡିକାଲରେ ଭର୍ତ୍ତି କରି ଥିଲେ । ସେଠାରେ ଡାକ୍ତର ଅନେକ ପରୀକ୍ଷା କରିବା ପରେ ତଥା CT ସ୍କାନ୍‌ କରି କହିଲେ ତାଙ୍କ ମୁଣ୍ଡରେ ରକ୍ତ ଜମାଟ ବାନ୍ଧିଛି । ଫଳରେ ଡିସେମ୍ବର ୧୩ ତାରିଖ ବେଳକୁ ଲୈଲାଙ୍କୁ ସର୍ଜରୀ କରିବା ପାଇଁ ଡାକ୍ତର କହିଥିଲେ । 

ହେଲେ ପରେ ଡାକ୍ତର କହିଲେ ତାଙ୍କର ବ୍ରେନ୍‌ ଡେଡ୍‌ ହୋଇଯାଇଛି । ସେ ଏବେ ମୃତ ।ଏହି ଘଟଣା ପରିବାର ଲୋକଙ୍କୁ ଯେତିକି କଷ୍ଟ ଦେଇଛି, ଅନ୍ୟମାନଙ୍କୁ ସେତିକି ସଚେତନ ମଧ୍ୟ କରିଛି । ବିନା ଡାକ୍ତରୀ ପରାମର୍ଶରେ ଏଭଳି ଔଷଧ ଖାଆନ୍ତୁ ନାହିଁ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି । ସାଙ୍ଗମାନେ ମଧ୍ୟ କେହି କାହାକୁ ଏଭଳି ପରାମର୍ଶ ଦିଅନ୍ତୁ ନାହିଁ ବୋଲି କୁହାଯାଇଛି ।

ଅଧିକ ପଢନ୍ତୁ :ଧନ ସମ୍ପତ୍ତିରେ ଭର୍ତ୍ତି ହେବ ଘର ! ୭୦୦ ବର୍ଷ ପରେ ହେବାକୁ ଯାଉଛି ଏହି ୪ ରାଶିରେ ବିରଳ ରାଜଯୋଗ
 

Share this story