ଦେଖନ୍ତୁ EXCLUSIVE ଭିଡ଼ିଓ: NCRB ରିପୋର୍ଟ୍; ଖୋଲିଲା ବିଜେପି କାଳର କଳା କାରନାମା, ଜାଣନ୍ତୁ ଏହି ସ୍ପେସିଆଲ ରିପୋର୍ଟ...

Real face of BJP in crime against women has come to fore

ଓଡ଼ିଆ ଗସିପ ବ୍ୟୁରୋ: ଯେଉଁଠି ବିଜେପି ସେଇଠି ଦୁର୍ନୀତି । ଯେଉଁଠି ବିଜେପି ସେଇଠି ବିବାଦ । ଦିନକୁ ଦିନ ବି ବଢ଼ି ଗଲାଣି ପାପ । ଆଉ ବେଶୀ ଦିନ ନୁହଁ ହେବ ପାପର ହିସାବ । ହଁ ଆଜ୍ଞା ଆମେ କହୁଛୁ ଏବେ ଏବେ ପ୍ରକାଶ ପାଇଥିବା NCRB ରିପୋର୍ଟ କଥା । ଦେଶରେ କେଉଁଠାରେ ଅପରାଧ ବଢିଛି ଓ କେଉଁଠାରେ କମିଛି ତାହାକୁ ନେଇ ପ୍ରସ୍ତୁତ ହୋଇଛି ରିପୋର୍ଟ ।

ବିସ୍ତୃତ ଭାବରେ ଯଦି ଏହି ରିପୋର୍ଟ କୁ ଦେଖାଯାଏ ତେବେ ଦେଶରେ ମହିଳା ମାନଙ୍କ ପ୍ରତି ଅପରାଧ ପୂର୍ବ ବର୍ଷ ତୁଳନାରେ ବୃଦ୍ଧି ପାଇଛି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଇଛି ନାରୀଙ୍କ ସମ୍ମାନର ଡିଣ୍ଡିମ ପିଟୁଥିବା ବିଜେପି ଶାସିତ ରାଜ୍ୟରେ ସର୍ବାଧିକ ନିଷ୍ପେସିତ ହୋଇଛନ୍ତି ମହିଳା । ଉତ୍ତରପ୍ରଦେଶ ର ଯୋଗୀ ସରକାର ଙ୍କ ବିରୋଧରେ ଆସିଛି ସର୍ବାଧିକ ଅଭିଯୋଗ। ପଛକୁ ରହିଛି ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟ ।

ଅଧିକ ପଢନ୍ତୁ: ଦେଖନ୍ତୁ EXCLUSIVE ଭିଡ଼ିଓ: ୩୫୦ କୋଟି ଟଙ୍କା ଜବତ ଘଟଣା, ହେଲେ ଏ ଧନ କାହାର? ଉତ୍ତର ଯଦି କଂଗ୍ରେସ ତେବେ କାହା ପାଇଁ ବୋଲି ପ୍ରଶ୍ନ କଲେ ଉତ୍ତର ଆସୁଛି ବିଜେପି

ସେହିପରି ୨୦୨୨ ରେ ଶିଶୁ ବିରୋଧୀ ସାଇବର ଅପରାଧ ରେକର୍ଡ ସଂଖ୍ୟକ ୧୮୨୩ ମାମଲା ରୁଜୁ ହୋଇଛି । ସାଇବର ପର୍ଣ୍ଣଗ୍ରାଫି ମୂଳ ସମସ୍ୟା ପାଲଟିଛି । ସେହିପରି ସାଇବର ଠକଙ୍କ ଜରିଆରେ ବିଜେପି ଶାସିତ ରାଜ୍ୟରେ ଶିଶୁଙ୍କ ଯୌନ ଉତ୍ପୀଡ଼ନ କରାଯାଉଛି ।

ତୁଳନାତ୍ମକ ଭାବେ ଓଡ଼ିଶାରେ ଏହାର ସଂଖ୍ୟା ବେଶ ନଗଣ୍ୟ । ଆଗରେ ମହାରାଷ୍ଟ୍ର ଥିବା ବେଳେ ପଛକୁ ରହିଛି ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ରାଜସ୍ଥାନ । ବିଭିନ୍ନ ପ୍ରକାର ଅପରାଧକୁ ଦେଖିଲେ ବିଜେପି ଶାସିତ ରାଜ୍ୟ ସର୍ବାଗ୍ରେ ରହିଛି ।

କିନ୍ତୁ ଦୁଃଖର କଥା ନିଜ ପାରିବାପାଣିଆ ଲୋକଙ୍କ ଆଗରେ ଧରାପଡିଯିବା ଭୟରେ ନିରୀହ ଓଡ଼ିଆ ଲୋକଙ୍କୁ ଭ୍ରମିତ କରୁଛି ରାଜ୍ୟ ବିଜେପି । ଦଳର ଶୀର୍ଷ ନେତୃତ୍ୱ ଧର୍ମେନ୍ଦ୍ର ପ୍ରଧାନ ଓ ମନମୋହନ ସାମଲ ଯେଉଁଭଳି ବୟାନ ବାଜି କରୁଛନ୍ତି, ତାକୁ ନାପସନ୍ଦ କରିଛନ୍ତି ସାଧାରଣ ଲୋକେ । ଶୁଣନ୍ତୁ ଏ ନେଇ କଣ' କହୁଛନ୍ତି ବିଜେଡି ନେତା ।

ଅଧିକ ପଢନ୍ତୁ: ଦେଖନ୍ତୁ EXCLUSIVE ଭିଡ଼ିଓ: ୩୫୦ କୋଟି ଜବତ ଘଟଣାରେ ଆସିଲା ସାଙ୍ଘାତିକ ତଥ୍ୟ, ଧୀରଜଙ୍କୁ ସୁରକ୍ଷା ଦେବା ପାଇଁ ଓଡ଼ିଆ କେନ୍ଦ୍ର ମନ୍ତ୍ରୀ ନେଇଥିଲେ ୭୫ କୋଟି !

ସେପଟେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି,"ଓଡିଶା ରାଜ୍ୟରେ ଯେତେବେଳେ ବି ପଂଚାୟତ ନିର୍ବାଚନ, ପୌର ନିର୍ବାଚନ ଓ ବିଭିନ୍ନ ଉପ-ନିର୍ବାଚନ ହୋଇଛି ସେସବୁ ରେ ବିଜେପି ଓଡିଶା ଶାଖାର କର୍ମୀମାନେ ହାରିବା ସ୍ୱାଦ ଚାଖିଚି । ତଥାପି ବିଜେପିର ଫୁଟାଣି ଥମିବାକୁ ନାଁ ନେଉନାହିଁ । ବର୍ତମାନ ସାମ୍ନାକୁ ଆସିଥିବା ଏନସିଆରବି (NCRB) ରିପୋର୍ଟ ର ଚିତ୍ର କିଛି ଅଲଗା ଦେଖାଉଛି । ତାହା ବିଜେପି ସରକାରର ଅସଲ ମୁଖ ଖୋଲିବାରେ ଲାଗିଛି ତାହା ହେଲା ନାରୀଙ୍କୁ ସନ୍ନମାନ କଥା କହୁଥିବା କେନ୍ଦ୍ର ବା ରାଜ୍ୟ ବିଜେପି ବହୁ ପଛରେ ପଡିଯାଇଛନ୍ତି ।"

ଦେଖନ୍ତୁ ଭିଡ଼ିଓ:

"ଏନସିଆରବି (NCRB) ରିପୋର୍ଟ କହୁଛି ଦେଶରେ ମହିଳା ମାନଙ୍କ ପ୍ରତି ଅପରାଧ ପୂର୍ବ ବର୍ଷ ତୁଳନାରେ ବୃଦ୍ଧି ପାଇଛି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଇଛି ନାରୀଙ୍କ ସମ୍ମାନର ଡିଣ୍ଡିମ ପିଟୁଥିବା ବିଜେପି ଶାସିତ ରାଜ୍ୟରେ ସର୍ବାଧିକ ନିଷ୍ପେସିତ ହୋଇଛନ୍ତି ମହିଳା । ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କ ବିରୋଧରେ ଆସିଛି ସର୍ବାଧିକ ଅଭିଯୋଗ । ପଛକୁ ରହିଛି ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟ । ଏଥିରୁ ଜଣ ପଡୁଛି ବିଜେପି କହେ ଗୋଟେ କଥା ହେଲେ କାମରେ ପୁରା ଶୂନ", ବୋଲି କହିଛନ୍ତି ଲେନିନ ମହାନ୍ତି ।

ଅଧିକ ପଢନ୍ତୁ: ଡିସେମ୍ବର ୩୧ରେ ମାର୍ଗି ଦେବଗୁରୁ ବୃହସ୍ପତି ଚଳନ, ଏହି ୩ଟି ରାଶି ପାଇଁ ପାଲଟିବ ବରଦାନ

ଅନ୍ୟ ରାଜ୍ୟ ମାନଙ୍କରେ ବିଜେପି ବଢୁଥିବା ବେଳେ ଓଡ଼ିଶାରେ ମାଟି କାମୁଡି ପଡୁଛି । ଏଣୁ ଭୋକ ବିକଳରେ ତାଟିଆ କାମୁଡିବା ଭଳି ଅବସ୍ଥା ଏବେ ବିଜେପି ନେତାଙ୍କ ଆସିଥିବା ସାଧାରଣରେ ଆଲୋଚନା ହେଉଛି ।

Share this story