ଦେଖନ୍ତୁ EXCLUSIVE ଭିଡ଼ିଓ: ୩୫୦ କୋଟି ଟଙ୍କା ଜବତ ଘଟଣା, ହେଲେ ଏ ଧନ କାହାର? ଉତ୍ତର ଯଦି କଂଗ୍ରେସ ତେବେ କାହା ପାଇଁ ବୋଲି ପ୍ରଶ୍ନ କଲେ ଉତ୍ତର ଆସୁଛି ବିଜେପି

BJP should check himself before bringing allegation against BJD party in Odisha

ଓଡ଼ିଆ ଗସିପ ବ୍ୟୁରୋ: ମଦ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ଚଢ଼ାଉ କରି ୩୫୦ କୋଟିରୁ ଉର୍ଦ୍ଧ ଟଙ୍କା ଜବତ କରିଛି । ମଦ ବ୍ୟବସାୟୀ ରାଜକିଶୋର ସାହୁ ଓ ଦେବରାଜ ସାହୁଙ୍କ ଘରୁ ଏତେ ଟଙ୍କା ଜବତ ହୋଇଛି ଯେ ଜବତ ଟଙ୍କାକୁ ଟ୍ରକରେ ଆଣିବାକୁ ପଡିଛି । ସୁନ୍ଦରଗଡ ଓ ସମ୍ବଲପୁରରେ ରେଡ୍ ବେଳେ ପୁଳା ପୁଳା ନୋଟ ବିଡା ଜବତ ହୋଇଛି ମଦ ବ୍ୟବସାୟୀଙ୍କ ଘରୁ ।

ତେବେ ୧୦୦ ଟଙ୍କିଆରୁ ୫୦୦ ଟଙ୍କିଆ ନୋଟ ବିଡା ଦେଖି ତାଜୁବ ହୋଇଯାଇଛନ୍ତିି ଆୟକର ଅଧିକାରୀ । ଘରର ଯୋଉଠି ହାତ ମାରିଲେ ସେଠାରୁ ବାହାରିଛି ପୁଳା ପୁଳା ଟଙ୍କା । ଭୁବନେଶ୍ୱର, ସୁନ୍ଦରଗଡ, ରାୟଗଡା, ବୌଦ୍ଧ ଏବଂ ଟିଟଲାଗଡରେ ଏକା ସଙ୍ଗରେ ଆୟକର ବିଭାଗର ରେଡ୍ ହୋଇଥିଲା ।

କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଝାଡଖଣ୍ଡ ଓ ଛତିଶଗଡ଼ ରୁ ଆୟ ହୋଇଥିବା ଟ୍ରକ ଟ୍ରକ ଟଙ୍କା ଓଡ଼ିଶାରେ କାହିଁକି ଗଛିତ ହୋଇଥିଲା ? ସରକାରଙ୍କୁ ଠକୁଥିବା ଏହି ଠକଙ୍କୁ କିଏ ଦେଉଥିଲା ସୁରକ୍ଷା ? କେନ୍ଦ୍ରୀୟ ବିଜେପି ନେତୃତ୍ୱ ଏ ନେଇ କଂଗ୍ରେସକୁ କଡା ଭାଷାରେ ସମାଲୋଚନା କରିଛି ।

ଅଧିକ ପଢନ୍ତୁ: ଦେଖନ୍ତୁ EXCLUSIVE ଭିଡ଼ିଓ: ୩୫୦ କୋଟି ଜବତ ଘଟଣାରେ ଆସିଲା ସାଙ୍ଘାତିକ ତଥ୍ୟ, ଧୀରଜଙ୍କୁ ସୁରକ୍ଷା ଦେବା ପାଇଁ ଓଡ଼ିଆ କେନ୍ଦ୍ର ମନ୍ତ୍ରୀ ନେଇଥିଲେ ୭୫ କୋଟି !

ଖାଲି ଏତିକି ନୁହେଁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ସଭାପତି ଜେ. ପି. ନଡ୍ଡା, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ଅନୁରାଗ ସିଂ ଠାକୁର, ଅମିତ ମାଲବ୍ୟ ପ୍ରମୁଖ କଂଗ୍ରେସ କୁ ଦାୟୀ କରିଛନ୍ତି । ସଂସଦର ଗାନ୍ଧୀ ମୂର୍ତ୍ତି ତଳେ ଆଜି ବିଜେପି ସାଂସଦ ମାନେ କଂଗ୍ରେସ ସାଂସଦଙ୍କ ବ୍ୟାପକ ଦୁର୍ନୀତି ବିରୋଧରେ ପ୍ରତିବାଦ କରୁଛନ୍ତି ।

କିନ୍ତୁ ଆଶ୍ଚର୍ଯ୍ୟର କଥା ମୁରବି ନଥିବା ଦଳ ଭଳି ରାଷ୍ଟ୍ରୀୟ ନେତୃତ୍ବଙ୍କ ବିରୋଧରେ ଯାଇ ରାଜ୍ୟ ବିଜେପି ଅଯଥା ଓଡିଶାକୁ ବଦନାମ କରୁଛି । ଏପରିକି ଓଡ଼ିଶାରେ କଂଗ୍ରେସ ସହ ବିଜେପିର ଗୁପ୍ତ ବୁଝାମଣା ହୋଇଥିବା ଆଲୋଚନା ହେଉଛି । ଏ ସମ୍ପର୍କରେ ବିଜେଡି ନେତା ଲେନିନ ମହାନ୍ତି କହିଛନ୍ତି ରାଜ୍ୟରେ ଏବେ ଓଡିଶା କଂଗ୍ରେସ ଏବଂ ଓଡିଶା ବିଜେପିର ଚୋରା ପୀରତି ଚାଲିଛି । କଂଗ୍ରେସ ଯୋଉ ନେତୃବୃନ୍ଦ ଏହାକୁ ନେଇକି ନିଶ୍ଚିନ୍ତ ଭାବେ ଉତ୍ତର ଦେବାଟା ବାଧ୍ୟ ଏବଂ ତାହା ଆବଶ୍ୟକତା ମଧ୍ୟ ।

"ନିହିତ ସ୍ୱାର୍ଥ ପାଇଁ ରାଜ୍ୟ ବିଜେପି ଓଡିଶାକୁ ବାରମ୍ବାର ବିନା କାରଣରେ ନିନ୍ଦା କରିବା ବା ଓଡିଶାକୁ ରାଷ୍ଟ୍ରୀୟ ସ୍ତରରେ ଅପବାଦରେ ପକେଇବା ପାଇଁ ସେମାନେ କୁଆଡେ ଭାରି ବ୍ୟାକୁଳ । ଆମେ ଆଶ୍ଚର୍ଯ୍ୟ ଯେ ଟଙ୍କା ଜବତ ମାମଲାରେ ମଧ୍ୟ ସମାନ ଆଭିମୁଖ୍ୟ ଦେଖିବାକୁ ମିଳୁଛି । ମିଛ ଏବଂ ମନଗଢା କାହାଣୀ କହି ଗୋଟେ ଉଦ୍ୟମ ହେଉଛି ବର୍ତମାନ ଯେମିତି ଓଡିଶାକୁ ବଦନାମ କରାଯିବ । ରାଷ୍ଟ୍ରୀୟ ବିଜେପି ନେତା ଗୋଟେ କଥା କହୁଥିବା ବେଳେ ଓଡିଶାର ବିଜେପି ନେତା କାହିଁକି ଓଡିଶା କଂଗ୍ରେସ କୁ ସୁରକ୍ଷା ଦେଉଛନ୍ତି ତାହା ଏଠି ବଡ ପ୍ରଶ୍ନ ? ରାଷ୍ଟ୍ରୀୟ ବିଜେପି ଏବଂ କେନ୍ଦ୍ରୀୟ ବିଜେପି କଣ ଅଲଗା ଅଲଗା କି ?," ବୋଲି କହିଛନ୍ତି ଲେନିନ ମହାନ୍ତି ।

ଅଧିକ ପଢନ୍ତୁ: ୩ ଦିନ ଧରି ଅନୁଷ୍ଠିତ ହେବ ଜୟଦେବ ଗୌରବ ସମ୍ମାନ ୨୦୨୩, ଯୋଗଦେବେ ବଲିଉଡ୍ ର ନାମୀଦାମୀ କଳାକାର

ଯାହା ଶୁଣିବାକୁ ମିଳିଛି, ଛତିଶଗଡ଼ ନିର୍ବାଚନରେ ଏହି ଟଙ୍କା ଖର୍ଚ୍ଚ ହେବାର ଥିଲା ।କିନ୍ତୁ କୌଣସି କାରଣରୁ ହଠାତ ଆୟକର ବିଭାଗ ମାଡି ବସିଲା । ତେଣୁ ଯିଏ ଦୋଷୀ, ତା ବିରୋଧରେ ପଦୁଟିଏ ନକହି, ଭୁଲ ତଥ୍ୟ ଦେଇ ଜାତୀୟ ସ୍ଥରରେ ଓଡିଶାକୁ ଅପମାନିତ କରୁଥିବା ନେତାଙ୍କୁ ଲୋକେ ଭବିଷ୍ୟତରେ ଉଚ୍ଚିତ ଜବାବ ଦେବେ ବୋଲି କହିଛନ୍ତି ରାଜନୈତିକ ବିଶେଷଜ୍ଞ । ଗତ ପଂଚାୟତ ନିର୍ବାଚନ, ଉପନିର୍ବାଚନ ରେ ଧିରଜଙ୍କ ଟଙ୍କା ବିନିଯୋଗ ହୋଇଥିଲା ବୋଲି ଚର୍ଚ୍ଚା ଜୋର ଧରିଛି ।

ଦେଖନ୍ତୁ ଭିଡ଼ିଓ:

ଏପରିକି ଓଡ଼ିଶାର ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ପାଇଁ ପଶ୍ଚିମ ଓଡ଼ିଶାରେ ଏହି ଟଙ୍କା ଖର୍ଚ୍ଚ ହେବାକୁ ଥିବା ଭଳି ସଙ୍ଗୀନ ସୁରାକ ଲାଗିଛି ଆଇଟି ଅଧିକାରୀଙ୍କ ପାଖରେ । କିନ୍ତୁ କଂଗ୍ରେସ ନେତାଙ୍କ ସହ ବିଜେପି ରାଜ୍ୟ ନେତୃତ୍ୱଙ୍କର ଏଭଳି ଭିତିରି ବୁଝାମଣା ସଭିଙ୍କୁ ତାଯୁବ କରିଛି । ଠାକୁର ଘରେ କିଏ ନାଂ ମୁଁ କଦଳୀ ଖାଅନି ନ୍ୟାୟରେ ଅଯଥା ଛାଟିପିଟି ହେଉଥିବା ଦେଖିବାକୁ ମିଳିଛି । 

Share this story