ବାପାର ଚୋରା ପୀରତିକୁ ଧରିଦେଲା ଝିଅ; ଆଉ ତାପରେ

Daughter caught fathers affair from his phone

ଓଡ଼ିଆ ଗସିପ୍ ବ୍ୟୁରୋ:  'ପରକୀୟା ପୀରତି... ଆଣିଲା ବିପତ୍ତି'। ବାପାର ଚୋରା ପୀରତିକୁ ଧରିଦେଲା ଝିଅ। ଆଉ ତାପରେ ବାପାଙ୍କ ଅକଲଗୁଡୁମ୍। ଏମିତି ପରିସ୍ଥିତି ହେଲା ଯେ କଥା ଯାଇ ପହଞ୍ଚିଲା ଥାନାରେ। ଏଭଳି ଘଟଣା ଦେଖିବାକୁ ମିଳିଛି ଅହମ୍ମଦବାଦରେ।

ଅଧିକ ପଢ଼ନ୍ତୁ:  କାହିଁକି ମନ୍ତ୍ରୀ ପଦରୁ ବିଦା ହେଲେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ; କାଳ ହେଲା କି ଅର୍ଚ୍ଚନା, ଶର୍ମିଷ୍ଠା ସଂଯୁକ୍ତା ଲିଙ୍କ୍ ?

ଆଜିକାଲି ପରକୀୟା ପ୍ରୀତିକୁ ନେଇ ଅନେକ ଖବର ନଜର ଆସୁଛି। ଏମିତି ରଙ୍ଗେ ହାତ୍‌ରେ ଧରା ପଡ଼ିବାପରେ ସ୍ୱାମୀ-ସ୍ତ୍ରୀ ମାରପିଟ୍‌ ହେଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କିନ୍ତୁ ଏଠି ପ୍ରସଙ୍ଗ ସମ୍ପୂର୍ଣ୍ଣ ଅଲଗା। ଝିଅ ଧରିଲା ବାପାର ପରକୀୟା ପୀତି। ମୋବାଇଲ ଦେଖୁ ଦେଖୁ ବାପାର ପରକୀୟା ପ୍ରୀତିର ସୁରାଗ ପାଇଲା ଝିଅ। ସ୍ୱାମୀଙ୍କ ପରକୀୟା ପ୍ରୀତି ଜଣାଇବା ପରେ ହାଇଡ୍ରାମା ଓ ଏବେ ସ୍ତ୍ରୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି। 

ସମ୍ପୃକ୍ତ ମହିଳା ଅଭିଯୋଗ ଅନୁସାରେ ମହିଳା ଜଣକ ଗତ ୨୦୧୦ ମସିହାରେ ଅହମଦାବାଦର ଜଣେ ଶିକ୍ଷକଙ୍କୁ ବିବାହ କରିଥିଲେ। ହେଲେ ବିବାହ ପରେ ହିଁ ତାଙ୍କ ସ୍ୱାମୀଙ୍କ ସମେତ ଦିଅର ଓ ଦେଢଶୁର ତାଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲେ। ତାଙ୍କର ଅଭିଯୋଗ ଅନୁଯାୟୀ ତାଙ୍କ ସ୍ୱାମୀ ଅନେକ ମହିଳାଙ୍କ ସହ ଖରାପ ସମ୍ପର୍କ ରହିଛି। ଯେତେବେଳେ ସେ ଏହାକୁ ବିରୋଧ କଲେ ତାଙ୍କୁ ମାରପିଟ କରନ୍ତି। କେବଳ ସେତିକି ନୁହେଁ, ପାରିବାରିକ ହିଂସା ନେଇ ଏହା ପୂର୍ବରୁ ସେ ୨୦୧୧ ଓ ୨୦୧୩ରେ ଥାନାରେ ଅଭିଯୋଗ କରିଥିଲେ। ହେଲେ ଉଭୟଙ୍କ ଡକାଯାଇ ସମାଧାନ ହୋଇଥିଲେ ବି ଏହା ବେଶିଦିନ ପର୍ଯ୍ୟନ୍ତ ତିଷ୍ଠି ପାରିନଥିଲା।

ଅଧିକ ପଢ଼ନ୍ତୁମାଗଣାରେ ମିଳୁ କାଳିଆ ଅବଢ଼ା;ଭୋକରେ ନ ଫେରନ୍ତୁ ଭକ୍ତ

ଗତ ଜୁନ୍‌ ୧୬ ତାରିଖରେ ବାପାଙ୍କ ଫୋନ୍‌ରେ ଝିଅ ଖେଳୁଥିଲା। କିନ୍ତୁ ଭୁଲବଶତଃ ଫୋନ୍‌ର ଗ୍ୟାଲେରିକୁ ଓପନ୍‌ କରିଥିଲା ଝିଅ। ଏଥିରେ ସେ ବାପାଙ୍କ ଆପତ୍ତିଜନକ ଫଟୋକୁ ଦେଖିବାକୁ ପାଇଥିଲା। ଏହାକୁ ଦେଖିବା ପରେ ଝିଅଟି ତା ମାଆକୁ କହିଥିଲା। ଏକଥା ବାପା ଜାଣିବା ପରେ ସେ ପ୍ରଥମେ ଝିଅକୁ ମାଡ଼ ମାରିଥିଲେ। ଝିଅକୁ ବର୍ତ୍ତିବାକୁ ଆସି ମାଆ ମଧ୍ୟ ରୋଷର ଶିକାର ହୋଇଥିଲେ। ପୋଲିସ୍‌ ଖବର ଦେଇଥିବା ଜାଣିବା ପରେ ବ୍ୟକ୍ତିଜଣକ ଉଭୟଙ୍କୁ ଘରୁ ତଡ଼ି ଦେଇଥିଲେ।

ଅଧିକ ପଢ଼ନ୍ତୁ:  ପୁଣି ସୀମା ପାର୍ କଲା ନିଶା ମହାରଣା ଗାଳି: ପଛରୁ ଆସି ହତିଆର ମାରିବାକୁ ଦେଲେ ନିମନ୍ତ୍ରଣ, କହିଲେ ଏହି ସବୁ କଥା

ଆନନ୍ଦନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ବି ସ୍ତ୍ରୀ ଆଗରେ ମାଡ଼ ମାରିବାକୁ ବ୍ୟକ୍ତିଜଣକ ପଛାଇନଥିଲେ। ତେବେ ପତ୍ନୀ ସେଦିନ ଆନନ୍ଦନଗର ପୋଲିସ ନିକଟରେ ଲିଖିତ ଅଭିଯୋଗ କରିନଥିଲେ। ଦେବେ ପୋଲିସ ଯିବା ପରେ ବ୍ୟକ୍ତଜଣକ ତାଙ୍କ ପତ୍ନୀଙ୍କୁ ମାଡ଼ ମାରି ଘରୁ ବାହାରି ଯିବା ପାଇଁ ବାଧ୍ୟ କରିଥିଲେ। ଏପରିକି ଘରର ଆସବାବ ପତ୍ରକୁ ଭଙ୍ଗାରୁଜା କରିଥିଲେ। ଷେଷରେ ମହିଳା ଜଣକ ପାରିବାରିକ ହିଂସା ନେଇ ଥାନାରେ ଅଭିଯୋଗ କରିଥିଲେ।

 

Share this story