ମାଗଣାରେ ମିଳୁ କାଳିଆ ଅବଢ଼ାଭୋକରେ ନ ଫେରନ୍ତୁ ଭକ୍ତ

Government should make Abhada maha prasad free to devotees

ଓଡ଼ିଆ ଗସିପ୍ ବ୍ୟୁରୋ: କେତେ ଭଲ ହୁଅନ୍ତା ଯଦି ଶ୍ରୀମନ୍ଦିରକୁ ଯାଉଥିବା ଆବାଳ ବୃଦ୍ଧ ବନିତାଙ୍କୁ ମାଗଣା ଅବଢ଼ା ଡାଲମା ସେବନ କରିବାର ସୁଯୋଗ ମିଳନ୍ତା ? ହଁ ପୁରୀକୁ ଆସୁଥିବା ଦେଶୀ ବିଦେଶୀ ଭକ୍ତଙ୍କୁ ଯଦି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମାଗଣା ଅବଢ଼ା ପରସା ଯାଆନ୍ତା ତେବେ ଭକ୍ତଙ୍କ ଆଗମନରେ ବଢୋତରି ବା ଭକ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟନ୍ତା । ଏବେ ଏମିତି କିଛି ଚର୍ଚ୍ଚା କରୁଛନ୍ତି ରାଜ୍ୟବାସୀ । ଶ୍ରୀମନ୍ଦିରକୁ ପ୍ରବେଶ ପାଇଁ ଡ୍ରେସ କୋର୍ଡ ଚର୍ଚ୍ଚା ମଧ୍ୟରେ ଏବେ ଏହି ଆଲୋଚନା ଜୋର୍ ଧରିଛି ।

ଅଧିକ ପଢ଼ନ୍ତୁ : ପରିବା ମହଙ୍ଗା ଏଠି ଭାତ-ବାଡ଼ିଆ ଡାଲମା ଶସ୍ତା; କିଏ ଖାଇବ ଆସ

ସୂଚନା ଥାଉ କି, ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସକୋଡ୍‌ ଲାଗୁ ଦାବି ଜୋର ଧରିଛି। ଶ୍ରୀମନ୍ଦିରର ବିଭିନ୍ନ ନିଯୋଗ ଏହା ସପକ୍ଷରେ ମତ ଦେଇଛନ୍ତି। ନଚେତ୍‌ ଶ୍ରୀମନ୍ଦିରରେ ଭକ୍ତଙ୍କ ଧାର୍ମିକ ଭାବନା କ୍ଷୁର୍ଣ୍ଣ ହେବ। ବିଶୃଙ୍ଖଳିତ ପରିବେଶ ସୃଷ୍ଟି ହେବ ବୋଲି ନିଯୋଗମାନେ ମତ ରଖିଛନ୍ତି। ଏ ସମ୍ପର୍କରେ ଖୁଣ୍ଟିଆ ନିଯୋଗ ବି ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖି ତୁରନ୍ତ ଡ୍ରୋସ୍‌କୋଡ୍‌ ଲାଗୁ ପାଇଁ ଦାବି କରିଛି।

ଅଧିକ ପଢ଼ନ୍ତୁ: ଯିଏ ହୋଇନି ବାହା ତାକୁ ମନା ମନ୍ଦିର;ନୋ ଏଣ୍ଟ୍ରି ଉପରେ ଏହା ରହିଛି କାରଣ

ସେପଟେ ଭକ୍ତଙ୍କ ପାଇଁ ଡ୍ରେସକୋଡ୍‌ ଲାଗୁ ଉପରେ ବିଭିନ୍ନ ସମୟରେ ବୈଠକରେ ଆଲୋଚନା ହୋଇଛି, ଏ ଦିଗରେ ବିଚାରବିମର୍ଶ ଚାଲିଛି, ଖୁବଶୀଘ୍ର ଏହା ଲାଗୁ ହୋଇପାରେ ବୋଲି ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଭି ଏସ୍‌ ଚନ୍ଦ୍ରଶେଖର ରାଓ କହିଛନ୍ତି।ଅନ୍ୟପଟେ କିଛି ମାସ ହେଲାଣି ସେବାୟତଙ୍କ କ୍ଷେତ୍ରରେ ଡ୍ରେସ୍‌କୋଡ୍‌ ବ୍ୟବସ୍ଥା ଲାଗୁ ହୋଇଛି। ଶ୍ରୀମନ୍ଦିର ଗର୍ଭଗୃହ ଭିତରକୁ ନୀତିକାନ୍ତି ପାଇଁ ଯାଉଥିବା ସେବକ ପାରମ୍ପରିକ ପୋଷାକ ପରିଧାନ କରି ପ୍ରବେଶ କରିବାକୁ ନିୟମ ଲାଗୁ ହୋଇଛି।

ଅଧିକ ପଢ଼ନ୍ତୁ: ସବୁ ଶାରିରୀକ ସମ୍ପର୍କ ବଳାତ୍କାର ନୁହେଁ; ହାଇକୋର୍ଟଙ୍କ ଆସିଲା ଏପରି ବଡ଼ ରାୟ

ଏବେ ଆସିବା ଅବଢ଼ା ପ୍ରସଙ୍ଗକୁ, ମେ ମାସ ୮ ତାରିଖ ୨୦୨୩ର ମିଡିଆ ରିପୋର୍ଟ ଅନୁସାରେ ଆନନ୍ଦ ବଜାରରେ ଦର ଶୁଣି ଭକ୍ତଙ୍କ ମୁଣ୍ଡକାନ ଝାଇଁ ମାରି ଯାଉଛି । ୧୫୦ରୁ ୧୭୦ ଟଙ୍କାରେ ମିଳୁଥିବା ଅନ୍ନ, ଡାଲି ଓ ତରକାରୀରେ ପେଟ ପୁରୁନି । ବଡ଼ବଡ଼ିଆଙ୍କ କଥା ଅଲଗା,ସାଧାରଣ ପରିବାରରୁ ୮ରୁ ୧୦ ସଦସ୍ୟ ଯଦି ଅବଢ଼ା ଖାଇବାକୁ ଇଚ୍ଛା କରନ୍ତି, ଏଥାପାଇଁ ପ୍ରାୟ ଦେଢ଼ ହଜାର ଟଙ୍କା ପଡ଼ିଯାଉଛି ।

ବର୍ତ୍ତମାନ ସମୟରେ ଶ୍ରୀମନ୍ଦିରରେ ଦୈନିକ ପ୍ରାୟ ୨୦ ହଜାର ଲୋକ ଆନନ୍ଦ ବଜାରରୁ ମହାପ୍ରସାଦ କିଣି ସେବନ କରୁଥିବାବେଳେ ୨୦ରୁ ୩୦ ହଜାର ଲୋକଙ୍କ ପାଇଁ ବରାଦି ଅବଢ଼ା ରନ୍ଧା ହେଉଛି । ଅର୍ଥାତ୍ ନିଇତି ପ୍ରାୟ ୫୦ ହଜାର ଲୋକଙ୍କ ପାଇଁ ରୋଷ ଘରେ ଅବଢ଼ା ପ୍ରସ୍ତୁତ ହେଉଛି ।

ତେବେ ମହାପ୍ରସାଦର କୌଣସି ନିର୍ଦ୍ଦିଷ୍ଟ ଦର ଆଜି ଯାଏଁ ସ୍ଥିର ହୋଇପାରି ନାହିଁ । ଯିଏ ଯାହା ରେଟ୍ କହିଲା, ତାକୁ ଦେଇ କିଣୁଛନ୍ତି ଭକ୍ତ । ଏମିତିକି ୨୦୧୮ ମସିହାରେ ମାନ୍ୟବର ସୁପ୍ରିମକୋର୍ଟ, ଶ୍ରୀମନ୍ଦିର ସଂସ୍କାର ସମ୍ପର୍କରେ ଦେଇଥିବା ଗୁରୁତ୍ୱପୂର୍ଣ୍ଣ ରାୟ ମଧ୍ୟରେ ଆନନ୍ଦ ବଜାର ଶୃଙ୍ଖଳା ବି ପ୍ରମୁଖ ପ୍ରସଙ୍ଗ ଥିଲା । ଯେଉଁଥିରେ ମହାପ୍ରସାଦର ଦର ନିର୍ଦ୍ଧାରଣ ସହ ଆନନ୍ଦବଜାର ଓ ଅନ୍ୟ ସ୍ଥାନରେ ଅବଢ଼ା ଦର ତାଲିକା ଲଗାଇବାକୁ ସ୍ଥିର ହୋଇଥିଲା । ହେଲେ ଇତିମଧ୍ୟରେ ୪ବର୍ଷ ବିତିବାକୁ ବସିଥିବାବେଳେ ସେନେଇ ଜିଲ୍ଲା ପ୍ରଶାସନ କି ଶ୍ରୀମନ୍ଦିର ପ୍ରଶାସନ କାହାରି କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିନି । ଏମିତିକି ପରିଚାଳନା କମିଟିରେ ବି ପଦୁଟିଏ ଏନେଇ ଆଲୋଚନା ହେଉନି ।

Share this story