ସବୁ ଶାରିରୀକ ସମ୍ପର୍କ ବଳାତ୍କାର ନୁହେଁ; ହାଇକୋର୍ଟଙ୍କ ଆସିଲା ଏପରି ବଡ଼ ରାୟ

sleeping with a girl doesnt amount to rape says High Court

ଓଡ଼ିଆ ଗସିପ୍ ବ୍ୟୁରୋ: ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ପରେ ବିବାହ କରି ନପାରିବା ଦଣ୍ଡନୀୟ ଅପରାଧ ? ଦୁଷ୍କର୍ମ ବା ବଳାତ୍କାରକୁ ନେଇ ଓଡ଼ିଶା ହାଇକୋର୍ଟଙ୍କ ବଡ଼ ରାୟ । ସବୁ ଶାରିରୀକ ସମ୍ପର୍କକୁ ରେପ୍‌ (rape) ବା ଦୁଷ୍କର୍ମ ନୁହଁ । ଆଜି କାଲି ଯୁବ ପିଢ଼ି ମଧ୍ୟରେ ପ୍ରେମରୁ ଶାରୀରିକ ସମ୍ପର୍କ କିଛି ନୂଆ କଥା ନୁହଁ ।

ଅନେକ କ୍ଷେତ୍ରରେ ପ୍ରେମ-ପ୍ରେମିକା ମଧ୍ୟରେ ସମ୍ପର୍କ ନିବିଡ଼ ହେଉଛି । ସହରୀ ପିଲା ଆଗ ପଛ ନ ବିଚାରି ସେକ୍ସ ପାଇଁ ସହମତି ପ୍ରକାଶ କରୁଛନ୍ତି । ଆଉ କେତେକ କ୍ଷେତ୍ରରେ ବିବାହ ଯୋଜନା କରି ମନ ସହ ପରସ୍ପରକୁ ଦେହ ମଧ୍ୟ ସମର୍ପି ଦେଉଛନ୍ତି ପ୍ରେମୀ ଯୁଗଳ । ହେଲେ ପରେ କୌଣସି କାରଣରୁ ବ୍ରେକ୍‌ ଅପ୍‌ ହେଲେ ବା ବିବାହ ହୋଇନପାରିଲେ ଆସୁଛି ଦୁଷ୍କର୍ମ ମାମଲା । ଏଭଳି ଘଟଣାକୁ ନେଇ ଏକ ଐତିହାସିକ ରାୟ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ ।

ଅଧିକ ପଢ଼ନ୍ତୁ : କାହିଁକି ମନ୍ତ୍ରୀ ପଦରୁ ବିଦା ହେଲେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ; କାଳ ହେଲା କି ଅର୍ଚ୍ଚନା, ଶର୍ମିଷ୍ଠା ସଂଯୁକ୍ତା ଲିଙ୍କ୍ ?

ବିବାହ ପ୍ରତିଶ୍ରୁତି ଦେଇ ସମ୍ପର୍କ ରଖିବା ଦଣ୍ଡନୀୟ କି?

ସୂଚନାନୁସାରେ, ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ପରେ ବିବାହ ନକରିବା କାରଣରୁ ଭୁବନେଶ୍ୱରର ଜଣେ ମହିଳା ତାଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ସ୍ଥାନୀୟ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ । ଏଥିରେ ପୋଲିସ ପୁରୁଷ ବନ୍ଧୁ ମନୋରଞ୍ଜନ ଦାସଙ୍କ ବିରୋଧରେ ଧାରା ୩୭୬ରେ ମାମାଲା ରୁଜୁ କରିଥିଲା । ଏହା ପରେ ଅଭିଯୁକ୍ତ ମନୋରଞ୍ଜନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ତେବେ ପୁରୁଷ ବନ୍ଧୁ କୌଣସି ପ୍ରକାର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି ନଥିବା ବିଚାରପତି ସ୍ପଷ୍ଟ କରିଥିଲେ ।ହାଇକୋର୍ଟ ବିଚାରପତି ଜଷ୍ଟିସ୍ ରାଧାକୃଷ୍ଣ ପଟ୍ଟନାୟକ ଏହି ମାମଲାର ଶୁଣାଣି କରି କହିଛନ୍ତି ବିବାହ ପାଇଁ ଭଲ ମନରେ ଜଣଙ୍କୁ ପ୍ରତିଶ୍ରୁତି ଦେଇ ପରେ ଭାଙ୍ଗିଦେବା ଓ ବିବାହ ପାଇଁ ମିଥ୍ୟା ପ୍ରତିଶ୍ରୁତି ଦେବା କେବେ ସମାନ କଥା ନୁହେଁ ।

ଅଧିକ ପଢ଼ନ୍ତୁ : ଅଶୁଭ ମଙ୍ଗଳବାର: ଗୋଡ଼ଭଙ୍ଗା ଘାଟିରେ ଅଘଟଣ, ଟ୍ରକ୍‌ ଧକ୍କାରେ ଓଲଟିଲା ବସ୍‌

କୋର୍ଟଙ୍କ ଅନୁଯାୟୀ, ଯଦି ଯୁବକ ଜଣଙ୍କ କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ଶାରୀରିକ ସମ୍ପର୍କ ରଖିଥାନ୍ତେ ତେବେ ତାଙ୍କ ବିରୋଧରେ ଆଇପିସିର ଧାରା ୩୭୬ ଲାଗିଥାନ୍ତା । ଦୀର୍ଘ ସଦିନ ଧରି ସମ୍ପର୍କରେ ରହିବା ପରେ ଦୁହିଁଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ଭଲ ବନ୍ଧୁତାରୁ ଆରମ୍ଭ ହୋଇଥିବା ସମ୍ପର୍କରେ ଫାଟ ସୃଷ୍ଟି ହେଲେ ସେ କ୍ଷେତ୍ରରେ ପୁରୁଷ ବନ୍ଧୁଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହେବା ଗ୍ରହଣୀୟ ନୁହେଁ ବୋଲି କୋର୍ଟ କହିଛନ୍ତି ।

Share this story