ଅଶୁଭ ମଙ୍ଗଳବାର: ଗୋଡ଼ଭଙ୍ଗା ଘାଟିରେ ଅଘଟଣ, ଟ୍ରକ୍‌ ଧକ୍କାରେ ଓଲଟିଲା ବସ୍‌

GODABHANGA GHATIRE GHATILA BUS DURGHATANA

ଓଡ଼ିଆ ଗସିପ୍ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଳକ ଗୋଡଭଙ୍ଗା ଘାଟିରେ ଗତକାଲି ବିଳମ୍ବିତ ରାତିରେ ଘାଟି ରାସ୍ତାରୁ ତଳକୁ ଖସି ଓଲଟି ପଡ଼ିଛି ଏକ ଯାତ୍ରୀବାହୀ ବସ୍‌ । ଏହି ଦୁର୍ଘଟଣାରେ ୧୫ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। 

ଅଧିକ ପଢ଼ନ୍ତୁ; ଘରେ ଏହି ସବୁ ବାସ୍ତୁ ଦୋଷ ଥିଲେ ଗୃହବାସୀ ଋଣଗ୍ରସ୍ତ ହୋଇଥାନ୍ତି

ସୂଚନା ଅନୁଯାୟୀ, ଗତ ରାତିରେ ମୟୂରଭଞ୍ଜ ଜିଲ୍ଲା ଜାମଦାରୁ ଏକ ବସ୍‌ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଉକ୍ତ ସମୟରେ ବସ୍‌ରେ ପ୍ରାୟ ୫୦ ଯାତ୍ରୀ ଥିଲେ ।

ରାତି ପ୍ରାୟ ଦେଢଟା ସମୟରେ ବସ୍‌ଟି ଗୋଦଭଙ୍ଗା ଘାଟି ଅତିକ୍ରମ କରୁଥିଲା । ଏହି ସମୟରେ ପଛରୁ ଆସୁଥିବା ଏକ ଚାଉଳ ବୋଝେଇ ଟ୍ରକ୍‌ ପଛରୁ ବସ୍‌କୁ ଧକ୍କା ଦେଇଥିଲା । ଫଳରେ ଭାରସାମ୍ୟ ହରାଇ ବସ୍‌ଟି ଘାଟି ତଳକୁ ଓଲଟି ପଡ଼ିଥିଲା।

ଅଧିକ ପଢ଼ନ୍ତୁ; କାହିଁକି ମନ୍ତ୍ରୀ ପଦରୁ ବିଦା ହେଲେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ; କାଳ ହେଲା କି ଅର୍ଚ୍ଚନା, ଶର୍ମିଷ୍ଠା ସଂଯୁକ୍ତା ଲିଙ୍କ୍ ?

Share this story