ଖୁବଶୀଘ୍ର ଦ୍ବିତୀୟ ବିବାହ କରିବେ ଅନୁଭବ! ଜାଣନ୍ତୁ ବିଚ୍ଛେଦ ପରେ କଣ କହିଲେ ସାଂସଦ
 

Kendrapara MP Anubhav Mohanty said about the second marriage
ଖୁବଶୀଘ୍ର ଦ୍ବିତୀୟ ବିବାହ କରିବେ ଅନୁଭବ!
 

ଓଡ଼ିଆ ଗସିପ୍ ବ୍ୟୁରୋ: ଅଲଗା ହେବେ ଷ୍ଟାର ଦମ୍ପତି ବର୍ଷା ଓ ଅନୁଭବ। ବର୍ଷାଙ୍କ ଠାରୁ ଛାଡ଼ପତ୍ର ନେବା ପାଇଁ ଅନୁଭବଙ୍କୁ ଅନୁମତି ପ୍ରଦାନ କରିଛନ୍ତି ହାଇକୋର୍ଟ। କଟକ ପରିବାର ଅଦାଲତର ରାୟକୁ ଚାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ସାଂସଦ ଅନୁଭବ ମହାନ୍ତି।

ହାଇକୋର୍ଟଙ୍କ ରାୟ ଆସିବା ପରେ ଖୁସି ପ୍ରକଟ କରିଛନ୍ତି ଅନୁଭବ। ନିଜ ପ୍ରତିକ୍ରିୟାରେ ଅନୁଭବ କହିଛନ୍ତି ସେ ଯାହା ଚାହୁଁଥିଲେ, ସେଇଆ ହେଲା। ‘ବର୍ଷା ଯାହା କହୁଥିଲେ, ସବୁ ମିଥ୍ୟା ପ୍ରମାଣିତ ହେଲା। ଏହାଠାରୁ ଖୁସିର ଦିନ ଆଉ କିଛି ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି କି ଖୁବଶୀଘ୍ର ଦ୍ବିତୀୟ ବିବାହ କରିବେ। ବାପାଙ୍କ ଦେହ ଠିକ୍ ହେବା ପରେ ବିବାହ କରିବେ।

ଅଧିକ ପଢନ୍ତୁ :ଏହି ସବୁ ଲକ୍ଷଣ ଦେଖା ଗଲେ ଜମାରୁ କରନ୍ତୁନି ଅଣଦେଖା, ହୋଇପାରେ ହାର୍ଟ ଆଟାକ୍‌, ନଚେତ୍‌...

ଦ୍ୱିତୀୟ ବିବାହକୁ ନେଇ ସେ କହିଥିଲେ ଯେ ସେ ବର୍ଷାଙ୍କୁ ବିବାହ କରି ମଧ୍ୟ କୌଣସି ପାରିବାରିକ ଜୀବନ କେବେ ବଞ୍ଚି ନାହାନ୍ତି। ତେବେ ଏକ ସୁଖମୟ ଜୀବନ ଅତିବାହିତ କରିବା ପାଇଁ ସେ ନିଶ୍ଚିତ ଭାବେ ବିବାହ କରିବେ। କିନ୍ତୁ ଏହି ବିବାହକୁ ନେଇ ବର୍ତ୍ତମାନ ସମୟରେ କୌଣସି ଚିନ୍ତା କରିନାହାନ୍ତି ବୋଲି ସେ କହିଛନ୍ତି। 

ଅଧିକ ପଢନ୍ତୁ :ବିବାହିତ ପୁରୁଷ ମହିଳା ପ୍ରତି କାହିଁକି ଆକର୍ଷିତ ହୁଅନ୍ତି? ଜାଣନ୍ତୁ କଣ କହୁଛି ଚାଣକ୍ୟ ନୀତି ?

ସୂଚନାଯୋଗ୍ୟ ଗୁରୁବାର ହାଇକୋର୍ଟ ଅନୁଭବଙ୍କ ବିବାହ ବିଚ୍ଛେଦ ନିମନ୍ତେ ଅନୁମତି ଦେଇଛନ୍ତି । ଅନୁଭବ କରିଥିବା ଆବେଦନ ଆଧାରରେ ମାନ୍ୟବର ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ। କେବଳ ସେତିକି ନୁହେଁ ପରିବାର ଅଦାଲତ ଅଗ୍ରାହ୍ୟ କରିଥିବା ନିର୍ଦ୍ଦେଶକୁ ହାଇକୋର୍ଟ ଖାରଜ କରିଥିଲେ।

ଅଧିକ ପଢନ୍ତୁ :କିଡନୀ ରୋଗୀ ସାବଧାନ ! ଭୁଲରେ ବି ଖାଆନ୍ତୁନି ଏହି ଖାଦ୍ୟ, ନଚେତ୍ ପସ୍ତେଇବେ!

ଅନୁଭବ ମହାନ୍ତି ହାଇକୋର୍ଟରେ ନିଜର ପକ୍ଷ ରଖିବା ସହିତ ମାମଲା ବିଷୟରେ ଉଲ୍ଲେଖ କରିଥିଲେ। ବିବାହ ଓ ନିଜ ବୈବାହିକ ଜୀବନରେ ଘଟିଥିବା ଘଟଣାକୁ ହାଇକୋର୍ଟଙ୍କୁ ଜଣାଇଥିଲେ ଅନୁଭବ। ବର୍ଷା ପତ୍ନୀର କର୍ତ୍ତବ୍ୟ କରିନାହାନ୍ତି ଓ ପରିବାରକୁ ଆଗେଇ ନେବାପାଇଁ ତାଙ୍କର କୌଣସି ଭୂମିକା ନାହିଁ ବୋଲି ଅନୁଭବ କୋର୍ଟରେ ଅଭିଯୋଗ କରିଥିଲେ। ତେବେ ପ୍ରଶ୍ନ ଉଠୁଛି କେଉଁ ଆଧାରରେ ହାଇକୋର୍ଟ ଅନୁଭବଙ୍କୁ ବିଚ୍ଛେଦ ପାଇଁ ଅନୁମତି ଦେଲେ ତାହା ଲିଖିତ ରିପୋର୍ଟ ଆସିଲେ ସ୍ପଷ୍ଟ ହେବ।

ଅଧିକ ପଢନ୍ତୁ :୩୦ ବର୍ଷ ପରେ ଡିସେମ୍ବରରେ ୩ଟି ବିରଳ ଯୋଗ, ଏହି ୩ ରାଶିଙ୍କୁ ମିଳିବ ପ୍ରବଳ ଲାଭ !

୨୦୨୩ ସେପ୍ଟେମ୍ୱରରେ ପରିବାର ଅଦାଲତ ବର୍ଷା-ଅନୁଭବଙ୍କ ଆବେଦନକୁ ଖାରଜ କରିଥିଲେ। ଯେଉଁଥିରେ ଅନୁଭବଙ୍କର ବିବାହ ବିଚ୍ଛେଦ ମାମଲା ରହିଥିଲା ଏବଂ ବର୍ଷାଙ୍କର ବର୍ଷାଙ୍କର ସ୍ୱାମୀ-ସ୍ତ୍ରୀ ଆଉଥରେ ଏକାଠି ରହିବା ମାମଲା।  ପରିବାର ଅଦାଲତରେ ମିଳିଥିବା ଏହି ରାୟକୁ ନେଇ ସମସ୍ତ ଗଣମାଧ୍ୟମ ଏବଂ ଷ୍ଟର ଦମ୍ପତ୍ତିଙ୍କ ମନରେ ଅନେକ ପ୍ରକାରର ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଅନ୍ୟପଟେ ପରିବାର ଅଦାଲତ ରାୟ ପରେ ଅନୁଭବ ମହାନ୍ତି ହାଇକୋର୍ଟରେ ପହଞ୍ଚିଥିଲେ ।

ଅଧିକ ପଢନ୍ତୁ :ଯୌନଶକ୍ତି ବଢାଇବ ଏହି ୫ ଖାଦ୍ୟ, ଦରକାର ପଡିବନି ଟାବଲେଟ୍‌ କି କ୍ୟାପସୁଲ୍‌
 

Share this story