ଅଡୁଆରେ ୩ ଅଭିନେତା, ଶାହାରୁଖ, ଅକ୍ଷୟ ଓ ଅଜୟଙ୍କୁ କେନ୍ଦ୍ର ସରକାର ନୋଟିସ୍ , ଜାଣନ୍ତୁ ପୁରା ମାମଲା କଣ ?

ଓଡ଼ିଆ ଗସିପ୍ ବ୍ୟୁରୋ: ଗୁଟଖା କମ୍ପାନୀର ବିଜ୍ଞାପନ ପାଇଁ ବଲିଉଡ୍ ଷ୍ଟାର୍ ଅକ୍ଷୟ କୁମାର, ଶାହରୁଖ ଖାନ ଏବଂ ଅଜୟ ଦେବଗନଙ୍କୁ କେନ୍ଦ୍ର ସରକାର ନୋଟିସ୍ ପଠାଇଛନ୍ତି । ଏହି ମାମଲାରେ ଅବମାନନା ଆବେଦନର ଜବାବ ଦାଖଲ ସହ ଏହି ତିନି ଅଭିନେତାଙ୍କୁ ନୋଟିସ୍ ପଠାଇବା ସମ୍ପର୍କରେ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚକୁ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର ।
ଅଧିକ ପଢନ୍ତୁ :କର୍ମକ୍ଷେତ୍ରରେ ସମସ୍ୟା ଦେଖାଦେବା ସହ ଆର୍ଥିକ ଚାପ ପାଇଁ ଚିନ୍ତିତ ରହିବେ ଏହି ରାଶିର ଲୋକ, ପଢନ୍ତୁ ସପ୍ତାହିକ ରାଶିଫଳ
ସ୍ବାସ୍ଥ୍ୟ ପକ୍ଷେ ହାନିକାରକ କେତେକ ସାମଗ୍ରୀର ପ୍ରଚାର କରିବା ଉଦ୍ଦେଶ୍ୟରେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଅଭିନେତାଙ୍କ ପଦକ୍ଷେପକୁ ନେଇ ଏକ ପିଟିସନ ଦାୟର କରିଥିଲେ ଆଡଭୋକେଟ ମୋତିଲା ଯାଦବ । ଅଭିଯୋଗ କ୍ରମେ ଗତ ଅଗଷ୍ଟରେ କ୍ୟାବିନେଟ ସଚିବ, ଚିଫ କମିଶନର ଓ ସିସିପିଏଙ୍କୁ ନୋଟିସ ଜାରି କରିଥିଲେ କୋର୍ଟ ।
ଅଧିକ ପଢନ୍ତୁ :ଶୀତଦିନେ ପୂରା ସମ୍ପୂର୍ଣ୍ଣ ସୁସ୍ଥ ରହିବା ପାଇଁ ଆପଣାନ୍ତୁ ଏହି ୫ଟି ସରଳ ଟିପ୍ସ
ନୋଟିସ ଅନୁସାରେ ଶାହାରୁଖ ଖାନ, ଅକ୍ଷୟ କୁମାର ଓ ଅଜୟ ଦେବଗନଙ୍କ ବିରୋଧରେ ଗତ ଅକ୍ଟୋବର ୨୦ରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ଜଷ୍ଟିସ ରାଜେଶ ସିଂ ଚୌହ୍ବାନଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ନିକଟରେ କହିଛନ୍ତି ଡେପୁଟି ସଲିସିଟର ଜେନେରାଲ ।
ଦେଖନ୍ତୁ EXCLUSIVE ଭିଡ଼ିଓ: ୩୫୦ କୋଟି ଜବତ ଘଟଣାରେ ଆସିଲା ସାଙ୍ଘାତିକ ତଥ୍ୟ, ଧୀରଜଙ୍କୁ ସୁରକ୍ଷା ଦେବା ପାଇଁ ଓଡ଼ିଆ କେନ୍ଦ୍ର ମନ୍ତ୍ରୀ ନେଇଥିଲେ ୭୫ କୋଟି !
ଏହାସହ ଏକ ତମାଖୁ କମ୍ପାନୀ ବିରୋଧରେ ସୁପରଷ୍ଟାର ଅମିତାଭ ବଚ୍ଚନ ଏକ ଆଇନଗତ ନୋଟିସ ପଠାଇଛନ୍ତି ବୋଲି ସେ କହିଛନ୍ତି । କଣ୍ଟ୍ରାକ୍ଟ ସରିଯାଇଥିଲେ ମଧ୍ୟ କମ୍ପାନୀ ଏକ ବିଜ୍ଞାପନ ପ୍ରସାରିତ କରିଥିବା ଅଭିଯୋଗରେ ଅମିତାଭ ଏହି ନୋଟିସ ପଠାଇଛନ୍ତି । ଆସନ୍ତା ବର୍ଷ ମେ’ ୯ରେ ମାମଲାର ଶୁଣାଣି କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି କୋର୍ଟ ।
ଅଧିକ ପଢନ୍ତୁ :ଡିସେମ୍ବର ୩୧ରେ ମାର୍ଗି ଦେବଗୁରୁ ବୃହସ୍ପତି ଚଳନ, ଏହି ୩ଟି ରାଶି ପାଇଁ ପାଲଟିବ ବରଦାନ
କେନ୍ଦ୍ର ସରକାର ହାଇକୋର୍ଟଙ୍କୁ କହିଛନ୍ତି ଯେ ସୁପ୍ରିମକୋର୍ଟରେ ମଧ୍ୟ ଏହି ମାମଲାର ଶୁଣାଣି ଚାଲିଛି ।ତେଣୁ ହାଇକୋର୍ଟରେ ଦାଖଲ ଆବେଦନକୁ ଖାରଜ କରାଯିବା ଉଚିତ। ଏହି ମାମଲାରେ ଆବେଦନକାରୀ ଯୁକ୍ତି କରିଥିଲେ ଯେ ଗୁଟଖା ବିଜ୍ଞାପନ କରୁଥିବା ଅଭିନେତା ଏବଂ ସେଲିବ୍ରିଟିଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବା ଉଚିତ । ସେମାନଙ୍କୁ ସରକାର ପଦ୍ମ ସମ୍ମାନ ଭଳି ପୁରସ୍କାର ଦେଇଛନ୍ତି । କିନ୍ତୁ ସେମାନେ ଗୁଟଖା କମ୍ପାନୀଗୁଡିକ ପାଇଁ ବିଜ୍ଞାପନ କରି ଭୁଲ୍ ଉଦାହରଣ ସୃଷ୍ଟି କରୁଛନ୍ତି ।
ଅଧିକ ପଢନ୍ତୁ :ସାଥୀଙ୍କୁ ଖୁସି କରିବାକୁ ଚାହୁଁ ଥିଲେ ପ୍ରତିଦିନ ରାତିରେ ଖାଆନ୍ତୁ...,ବୃଦ୍ଧି ପାଇବ ଯୌନ ଶକ୍ତି !