‘ସ୍ତ୍ରୀ’ର ଅଧିକାର ମାଗିବାରୁ ହାଣି ୩୧ଖଣ୍ଡ କରି ଜଙ୍ଗଲରେ ପୋତିଦେଲେ, ହତ୍ୟା ଅଭିଯୋଗରେ ଦଂପତି ଅଟକ
 

Young lady killed and cut her into 32 pieces in raighar of nabarangpur district
ସ୍ତ୍ରୀର ଅଧିକାର ମାଗିବାରୁ ଭଲ ପାଉଥିବା ଯୁବତୀଙ୍କୁ ୩୧ଖଣ୍ଡ କରି ହତ୍ୟା 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଜଣେ ଯୁବତୀଙ୍କୁ ମାରିଦେବା ପରେ ପ୍ରମାଣ ନଷ୍ଟ କରିବାକୁ ୩୨ ଖଣ୍ଡ କରି କାଟି ପୋତିଦେଇଛି ଅଭିଯୁକ୍ତ। ଏପରି ଏକ ଅଭାବନୀୟ ଘଟଣା ଘଟିଛି । ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଞ୍ଚଳରେ । ଯାହାକୁ ନେଇ ନବରଙ୍ଗପୁର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି। ମାଟି ତଳେ ଯୁବତୀଙ୍କ ମୃତଦେହ ଠାବ ହେବା ପରେ ପୁଲିସ ଜୋରଦାର ତଦନ୍ତ ଚଳାଇଛି ।

ଏହି ଘଟଣା ରେ ସମ୍ପୂର୍କ୍ତି ଥିବା ସନ୍ଦେହରେ ମୁରମଡିହି ଗ୍ରାମର ଚନ୍ଦ୍ର ରାଉତ ଓ ତାଙ୍କ ପତ୍ନୀଙ୍କୁ ଅଟକ ରଖିଛି ରାଇଘର ପୁଲିସ୍। ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ ପହଞ୍ଚି ଛାନଭିନ ଆରମ୍ଭ କରିଛି । ମୃତ ଯୁବତୀ ଜଣଙ୍କ ହେଉଛନ୍ତି ସ୍ଥାନୀୟ ତିଲାବାଇ ଗଣ୍ଡ । ଗତ ତିନି ଦିନ ହେବ ସେ ନିଖୋଜ ଥିଲେ । ଆଜି ଜଙ୍ଗଲରୁ ମାଟିତଳୁ ତାଙ୍କର ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି ।

ଅଧିକ ପଢନ୍ତୁ : ବଙ୍ଗୋପସାଗରରେ ଆସୁଛି ଆଉ ଏକ ବାତ୍ୟା! ଓଡିଶାରେ ପ୍ରଭାବ ନେଇ ଜାଣନ୍ତୁ କଣ କହୁଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର

ମିଳିଥିବା ସୂଚନା ଅନୁସାରେ ରାଇଘର ଥାନା ବାଘବେଡ଼ା ଗ୍ରାମର ଲୁଦୁରାମ ଗଣ୍ଡଙ୍କ ଝିଅ ତିଲାବାଈ ୨ ବର୍ଷ ହେଲା ମୁରୁମଡ଼ିହି ଗ୍ରାମର ଚନ୍ଦ୍ର ରାଉତ ନାମକ ଜଣେ ଯୁବକଙ୍କୁ ଭଲ ପାଉଥିଲେ। ଆଉ ରମେଶ ମଧ୍ୟ ବିବାହିତ ଥିଲେ। ଏହାପରେ ବି ଉଭୟ ଭଲ ପାଇବା ସହ ମମ୍ପର୍କ ରଖିଥିଲେ। 

ଅଧିକ ପଢନ୍ତୁ : ଏହି ରାଶି ଲୋକଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଚିନ୍ତାରେ ପଡ଼ିବା ସହ ଅଧିକା ଖର୍ଚ୍ଚାନ୍ତ ହେବେ! ପଢନ୍ତୁ ରାଶିଫଳ 

ତେବେ ଗତ ବୁଧବାର ତିଲାବାଈ ଗଣ୍ଡ ପ୍ରେମିକ ଚନ୍ଦ୍ର ରାଉତଙ୍କ ଘରକୁ ଯାଇ ସ୍ତ୍ରୀର ଅଧିକାର ଦାବି କରିଥିଲେ। ଆଉ ଏହାପରେ ଚନ୍ଦ୍ର ରାଉତ ଓ ତାର ସ୍ତ୍ରୀ ମିଶି ତିଲାବାଈକୁ ମାରିଦେଇଥିଲେ। ମାରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ତାକୁ ଘର ନିକଟରେ ଥିବା ଜଙ୍ଗଲକୁ ନେଇ ୩୨ ଖଣ୍ଡ କରି କାଟିବା ପରେ ମୂଷା ଗାତରେ ପୋତି ଦେଇଥିଲେ।

ଅଧିକ ପଢନ୍ତୁ : ନଭେମ୍ବର ୨୭ ରେ ବୁଧ ଗୋଚର ଫଳରେ ବଦଳିଯିବ ଏହି ୨ଟି ରାଶି ଲୋକଙ୍କ ଭାଗ୍ୟ !

ତେବେ ଗତ ବୁଧବାରଠୁ  ତିଲାବାଇ ଗଣ୍ଡ ନିଖୋଜ ଥିବା ବେଳେ ପରିବାର ଲୋକ ତାର ଖୋଜ୍‌ ଖବର ପାଉନଥିଲେ। ଆଜି ସକାଳୁ ମୁରୁମଡିହି ଗାଁର ଜଣେ ଯୁବକ ଜଙ୍ଗଲକୁ ଯାଇଥିବା ବେଳେ ତେନ୍ତୁଳି ଗଛ ମୂଳେ ରକ୍ତଛିଡ଼ା ପଡ଼ିଥିବା ଦେଖି ଗାଁର ଲୋକଙ୍କୁ ସୂଚନା ଦେଇଥିଲେ। 

ଅଧିକ ପଢନ୍ତୁ :ଡିସେମ୍ବରରେ ଏହି ୪ଟି ବଡ଼ ଗ୍ରହର ଚଳନ, ଫଳରେ ଏହି ରାଶି ଲୋକଙ୍କ ଜୀବନରେ ହେବ ବଡ଼ ପରିବର୍ତ୍ତନ

ପରେ ଗାଁ ଲୋକେ ଘଟଣାସ୍ଥଳକୁ ଯାଇ ମୃତହେଦର କିଛି ଅଂଶ ଏକ ଗାତରେ ପଡ଼ିଥିବା ଜାଣିପାରିଥିଲେ। ଏହି ଖବର ଚାରିଆଡେ ପ୍ରଚାର ହେବାପରେ ବାଘବେଡ଼ା ଗ୍ରାମର ଲୁଦୁରାମ ଗଣ୍ଡ ଥାନାରେ ଏତଲା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କ ମୃତହେଦ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଲୁଦୁରାମ ଗଣ୍ଡଙ୍କ ଅଭିଯୋଗ ଆଧାରରେ ପୁଲିସ ଚନ୍ଦ୍ର ରାଉତ ଓ ତାର ସ୍ତ୍ରୀକୁ ଅଟକ ରଖି ପଚରାଉଚୁରା କରୁଛି।

ଅଧିକ ପଢନ୍ତୁ :ଜଙ୍ଗଲରେ ଉଲଗ୍ନ ଅବସ୍ଥାରେ ବିଧବା ମହିଳାଙ୍କୁ ପଥରରେ ଛେଚି ବୀଭତ୍ସ ହତ୍ୟା
 

Share this story