ଏହି ରାଶି ଲୋକଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଚିନ୍ତାରେ ପଡ଼ିବା ସହ ଅଧିକା ଖର୍ଚ୍ଚାନ୍ତ ହେବେ! ପଢନ୍ତୁ ରାଶିଫଳ 
 

Horoscope for Saturday 25 November 2023
ପଢନ୍ତୁ ରାଶିଫଳ 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି କେଉଁ ରାଶିର ଲୋକଙ୍କ ପାଇଁ ଭଲରେ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ ଜାଣନ୍ତୁ...,

ମେଷ ରାଶି:  ମେଷ ରାଶିର ବ୍ୟକ୍ତି ଆଜି ଖୁବ ଭାବପ୍ରବଣ ହେବେ । କୌଣସି ବ୍ୟକ୍ତିଙ୍କ କଠୋର ଆଚରଣ ଆପଣଙ୍କ ଭାବନାକୁ ଆଘାତ ଦେଇପାରେ । ଶରୀର ଅସୁସ୍ଥତା ଏବଂ ମନରେ ଭୟର ବାତାବରଣ ରହିବ । ମା’ଙ୍କ ଅସୁସ୍ଥତା ହେତୁ ଆପଣ ଚିନ୍ତିତ ରହିପାରନ୍ତି । ଦୁର୍ଘଟଣାର ସମ୍ଭାବନା ଅଛି । ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌ରେ ଦସ୍ତଖତ କରନ୍ତୁ ନାହିଁ । ଅଫିସରେ ଅଧିକ କଥାବାର୍ତ୍ତା କରିବା ଦ୍ୱାରା କ୍ଷତି ହୋଇପାରେ । ଛାତ୍ରମାନ ପାଇଁ ଦିନଟି ମିଶ୍ରିତ ଫଳ ଦେବ ।

ବୃଷ ରାଶି: ଶାରୀରିକ ଏବଂ ମାନସିକ ସ୍ତରରେ ଭଲ ଅନୁଭବ କରିବେ । ସାଙ୍ଗମାନଙ୍କ ସହିତ ବୁଲିବାକୁ ଯିବେ । ଆର୍ଥିକ କାରବାର ପ୍ରତି ଧ୍ୟାନ ଦେବାକୁ ପଡିବ। ସମସ୍ତ କାର୍ଯ୍ୟରେ ସଫଳତା ପାଇବାକୁ ସକ୍ଷମ ହେବେ । ସାଙ୍ଗମାନଙ୍କଠାରୁ ସାହାଯ୍ୟ ନେବାକୁ ସକ୍ଷମ ହେବେ । ବ୍ୟବସାୟରେ ବୃଦ୍ଧି ଘଟିବ ।

ମିଥୁନ ରାଶି: ନିର୍ଦ୍ଧାରିତ କାର୍ଯ୍ୟ ସମାପ୍ତ କରିବାରେ ବିଳମ୍ବ ହୋଇପାରେ । ସ୍ବାଦିଷ୍ଟ ଖାଦ୍ୟ ଉପଭୋଗ କରିବେ । ଛାତ୍ରମାନଙ୍କ ଅଧ୍ୟୟନ ପାଇଁ ଦିନଟି ମଧ୍ୟମ ହେବ । ବନ୍ଧୁ ଏବଂ ପ୍ରିୟଜନଙ୍କୁ ଭେଟି ଖୁସି ଅନୁଭବ କରିବେ । ବ୍ୟବସାୟ ପାଇଁ ସମୟ ଅନୁକୂଳ ରହିଛି । ଆୟ ବୃଦ୍ଧି ପାଇବ ।

ଅଧିକ ପଢନ୍ତୁ :ଆସୁଛି ଭଲ ସମୟ, ଆସନ୍ତା ସପ୍ତାହ ଏହି ୫ ରାଶିଙ୍କ ଉପରେ ହେବ ଟଙ୍କା ବର୍ଷା!

କର୍କଟ ରାଶି: ବନ୍ଧୁ, ପରିବାର ସଦସ୍ୟ ଏବଂ ସମ୍ପର୍କୀୟମାନଙ୍କ ସହିତ କୌଣସି ବିଷୟକୁ ନେଇ ଗଭୀର ଆଲୋଚନା କରିପାରନ୍ତି । ସୁସ୍ବାଦୁ ଖାଦ୍ୟ ଖାଇବାକୁ ମିଳିପାରେ । କୌଣସି ଶୁଭ କାର୍ଯ୍ୟରେ ଉପସ୍ଥିତ ରହିପାରନ୍ତି । ପରିବାରରେ ଆନନ୍ଦ ଏବଂ ଉତ୍ସାହ ଦେଖାଦେବ । ଆର୍ଥିକ ଲାଭ ହୋଇପାରେ। ଦାମ୍ପତ୍ୟ ଜୀବନରେ ଅଧିକ ଘନିଷ୍ଠତା ରହିବ ।

ସିଂହ ରାଶି : ମନରେ ଅସ୍ଥିରତା ଏବଂ ଭାବନାରେ ଦୁର୍ବଳତା କାରଣରୁ ଅସୁସ୍ଥତା ଅନୁଭବ କରିବେ । ଭୁଲ ବିତର୍କ କିମ୍ବା ଆଲୋଚନାରେ ଭାଗନିଅନ୍ତୁ ନାହିଁ । ଆଇନଗତ ପ୍ରସଙ୍ଗରେ ସାବଧାନ ରୁହନ୍ତୁ । ଆୟଠାରୁ ବ୍ୟୟ ଅଧିକ ରହିବ । ଭୁଲ ବୁଝାମଣା ହୋଇପାରେ । ତେଣୁ ସତର୍କ ରୁହନ୍ତୁ ।

କନ୍ୟା ରାଶି: ଏହି ରାଶିର ବ୍ୟକ୍ତି ଅନେକ ଗୁଡିଏ ସୁବିଧା ପାଇବେ । ବ୍ୟବସାୟ ଏବଂ ଆୟ ବୃଦ୍ଧି ପାଇବ । ଚାକିରିରେ ମଧ୍ୟ ଲାଭ ପାଇବାକୁ ସକ୍ଷମ ହେବେ । ସାଙ୍ଗମାନଙ୍କ ସହିତ ଏକ ମନୋରମ ସ୍ଥାନକୁ ଯାତ୍ରା କରିବାର ସମ୍ଭାବନା ରହିଛି । ବନ୍ଧୁଙ୍କ ଦ୍ୱାରା ଉପକୃତ ହେବାର ସମ୍ଭାବନା ଅଛି ।

ଅଧିକ ପଢନ୍ତୁ : ଶାରୀରିକ ଅସୁସ୍ଥତା ପାଇଁ ଖର୍ଚ୍ଚାନ୍ତରେ ପଡ଼ିବା ସହ ପରିବାରରେ ଅଶାନ୍ତି ଲାଗି ରହିବ, ପଢନ୍ତୁ ଏ ସପ୍ତାହର ରାଶିଫଳ

ତୁଳା ରାଶି :ପରିବାରରେ ସୁଖ ଏବଂ ଉତ୍ସାହ ଦେଖିବାକୁ ମିଳିବ । ଚାକିରିରେ ପଦୋନ୍ନତି ଏବଂ ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି । ଘର ସଜାଇବା କାମ ଆରମ୍ଭ କରିପାରନ୍ତି । କାର୍ଯ୍ୟାଳୟର ଅଧିକାରୀମାନେ ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରିବେ । ସହକର୍ମୀଙ୍କ ସମର୍ଥନ ପାଇବେ । ସ୍ୱାସ୍ଥ୍ୟ ଭଲ ରହିବ ।

ବିଛା ରାଶି: ନକାରାତ୍ମକ ଚିନ୍ତାଧାରାରେ ରହିବେ । ଭୟ ଓ ଥକ୍କାପଣ ଅନୁଭବ କରିବେ । ଉତ୍ସାହର ଅଭାବ ଅନୁଭବ କରିବେ । ଚାକିରି କିମ୍ବା ବ୍ୟବସାୟରେ ଅସୁବିଧା ହୋଇପାରେ। ଅଧିକାରୀଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ। ବିଦେଶ ଭ୍ରମଣ କରିବାର ସମ୍ଭାବନା ଅଛି । ପିଲାଙ୍କ ପାଇଁ ଚିନ୍ତାରେ ରହିପାରନ୍ତି ।

ଧନୁ ରାଶି: କଥା କହିବା ସମୟରେ ଧ୍ୟାନ ଦିଅନ୍ତୁ । କାହା ସହିତ ଝଗଡା ହୋଇପାରେ । ଆପଣଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । କିଛି ଚିନ୍ତାରେ ପଡ଼ିପାରନ୍ତି । ଖର୍ଚ୍ଚାନ୍ତ ହେବାର ସମ୍ଭାବନା ରହିଛି ।

ଅଧିକ ପଢନ୍ତୁ : ନଭେମ୍ବର ୨୭ ରେ ବୁଧ ଗୋଚର ଫଳରେ ବଦଳିଯିବ ଏହି ୨ଟି ରାଶି ଲୋକଙ୍କ ଭାଗ୍ୟ !

ମକର ରାଶି: କାମକୁ ନେଇ ଚିନ୍ତାରେ ରହିବେ । ସମ୍ପର୍କୀୟମାନଙ୍କ ସହିତ ସମୟ ମଜାଳିଆରେ ଅତିବାହିତ ହେବ । ଆପଣ ସାଙ୍ଗମାନଙ୍କ ବୁଲିବାକୁ ଯାଇପାରନ୍ତି । ସୁଖୀ ଦାମ୍ପତ୍ୟ ଜୀବନ ବିତାଇବାକୁ ସମର୍ଥ ହେବେ । ବ୍ୟବସାୟିକ କ୍ଷେତ୍ରରେ ସଫଳତା ମିଳିବ । ଆର୍ଥିକ ଲାଭ ଏବଂ ସମ୍ମାନ ପାଇବାକୁ ସକ୍ଷମ ହେବେ । ସ୍ୱାସ୍ଥ୍ୟ ଭଲ ରହିବ ।

କୁମ୍ଭ ରାଶି: କାର୍ଯ୍ୟରେ ସଫଳତା ପାଇବେ । ପରିବାରରେ ସମନ୍ୱୟ ରହିବ । ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ଅନୁଭବ କରିବେ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ ହେବାର ସମ୍ଭାବନା ଅଛି ।

ମୀନ ରାଶି: କିଛି କଥାକୁ ନେଇ ଗଭୀର ଭାବେ କଳ୍ପନା କରିପାରନ୍ତି । ଲେଖା ଏବଂ ସାହିତ୍ୟ କ୍ଷେତ୍ରରେ ସୃଜନଶୀଳତା ପ୍ରଦର୍ଶନ କରିବାକୁ ସମର୍ଥ ହେବେ । ଛାତ୍ରଛାତ୍ରୀମାନଙ୍କ ପାଇଁ ସମୟ ଭଲ ରହିଛି । ଜୀବନସାଥୀଙ୍କ ପ୍ରତି ଘନିଷ୍ଠତା ବଢିବ । ସେୟାର ବଜାରରେ ଲାଭ ମିଳିପାରେ ।

ଅଧିକ ପଢନ୍ତୁ :ଡିସେମ୍ବରରେ ଏହି ୪ଟି ବଡ଼ ଗ୍ରହର ଚଳନ, ଫଳରେ ଏହି ରାଶି ଲୋକଙ୍କ ଜୀବନରେ ହେବ ବଡ଼ ପରିବର୍ତ୍ତନ

(Disclaimer: ଏଠାରେ ଦିଆଯାଇଥିବା ସୂଚନା କେବେଳ ସାଧାରଣ ସୂଚନା ଉପରେ ଆଧାରିତ। ଓଡ଼ିଆ ଗସିପ୍ ଏହାକୁ ନିଶ୍ଚତ କରେ ନାହିଁ।)

Share this story