ଜଙ୍ଗଲରେ ଉଲଗ୍ନ ଅବସ୍ଥାରେ ବିଧବା ମହିଳାଙ୍କୁ ପଥରରେ ଛେଚି ବୀଭତ୍ସ ହତ୍ୟା
 

Womens Half-Naked deadbody found from jungle in mayurbhanj
ବିଧବା ମହିଳାଙ୍କୁ ପଥରରେ ଛେଚି ବୀଭତ୍ସ ହତ୍ୟା
 

ଓଡ଼ିଆ ଗସିପ୍ ବ୍ୟୁରୋ: ବିଧବା ମହିଳାଙ୍କୁ ପଥରରେ ଛେଚି ବୀଭତ୍ସଭାବେ ହତ୍ୟାକଲେ ଦୁର୍ବୁତ୍ତ । ଜଙ୍ଗଲରୁ ଉଲଗ୍ନ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଜାମଦା ଥାନା ଅଞ୍ଚଳ ଜଟାପାଣି ଗାଁ ନିକଟ ବୁଢାରଣା ଜଙ୍ଗଲରୁ ମୃତଦେହ ଉଦ୍ଧାର । ମୃତ ମହିଳାଜଣକ ହେଲେ ରୁମାପାହାଡ଼ି ଗାଁର ସ୍ବର୍ଗତ ଗଣେଶ୍ୱର ମହାନ୍ତଙ୍କ ସ୍ତ୍ରୀ ତୋପଇ ମହାନ୍ତ (୪୫ ବର୍ଷ) । ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

ଅଧିକ ପଢନ୍ତୁ :ଆସୁଛି ଭଲ ସମୟ, ଆସନ୍ତା ସପ୍ତାହ ଏହି ୫ ରାଶିଙ୍କ ଉପରେ ହେବ ଟଙ୍କା ବର୍ଷା!

ସୂଚନା ଅନୁସାରେ, ମୟୁରଭଞ୍ଜ ଜିଲ୍ଲା ଜାମଦା ଥାନା ଅଞ୍ଚଳ ଜଟାପାଣି ଗାଁ ନିକଟ ବୁଢାରଣା ଜଙ୍ଗଲକୁ କିଛି ଯୁବକ କୁରକୁଟି ସଂଗ୍ରହ ପାଇଁ ଯାଇଥିଲେ। ସେଠାରେ ମହିଳାଙ୍କ ଉଲଗ୍ନ ମୃତଦେହକୁ ଦେଖି ସେମାନେ ପୁଲିସକୁ ଖବର ଦେଇଥିଲେ। ସୂଚନା ପରେ ରାଇରଙ୍ଗପୁର ଏସ୍ଡିପିଓ ଗୋକୁଳାନନ୍ଦ ସାହୁ, ଜାମଦା ଥାନା ଅଧିକାରୀ ମିନତୀ ନାଏକ, ବାରିପଦା ଠାରୁ ଆସିଥିବା ସାଇଁଟିଫିକ ଟିମ ଘଟଣାସ୍ଥଳକୁ ଯାଇ ପହଁଚି ତଦନ୍ତ ଆରମ୍ଭ କରିଥିଲେ। 

ଅଧିକ ପଢନ୍ତୁ : ବୃଥା ଚିନ୍ତାକରି ମନୋବଳ ହ୍ରାସ ପାଇବା ସହ ଏମାନଙ୍କ ଉପରେ ହେବ ଟଙ୍କା ବର୍ଷା, ପଢନ୍ତୁ ଆଜିର ରାଶିଫଳ 

ଏହାପରେ ମୃତ ମହିଳାଙ୍କ ପରିଚୟ ଜାମଦା ଥାନା ଅଂଚଳ ରୁମାପାହାଡ଼ି ଗାଁର ସ୍ବର୍ଗତ ଗଣେଶ୍ୱର ମହାନ୍ତଙ୍କ ସ୍ତ୍ରୀ ତୋପଇ ମହାନ୍ତ (୪୫ ବର୍ଷ) ରୂପେ ମିଳିଥିଲା। ମୃତଦେହ ନିକଟ ଭିନ୍ନ ଭିନ୍ନ ସ୍ଥାନରୁ ମୃତକଙ୍କ ଶାଢ଼ୀ, ବ୍ଲାଉଜ, ଚପଲ, ଚୁଡ଼ି, ଓଢଣି ଗୁଡିକ ପୁଲିସ ଜବତ କରିଥିଲା। ଏହା ବ୍ୟତୀତ ମୃତଦେହ ନିକଟରେ ଅଜଣା ପୁରୁଷ ବ୍ୟକ୍ତିଙ୍କ ଚପଲ ଗୁଡିକ ମଧ୍ୟ ଜବତ କରିଛି। 

ଅଧିକ ପଢନ୍ତୁ : ନଭେମ୍ବର ୨୭ ରେ ବୁଧ ଗୋଚର ଫଳରେ ବଦଳିଯିବ ଏହି ୨ଟି ରାଶି ଲୋକଙ୍କ ଭାଗ୍ୟ !

ଜଙ୍ଗଲ ଉପରେ ଥିବା ଚଟାଣ ଗୁଡିକରେ ରକ୍ତ ଲାଗିରହିଥିଲା। ପାରିପାର୍ଶ୍ବିକ ସ୍ଥିତିରୁ ମହିଳାଙ୍କୁ ଦୁର୍ବୃତ୍ତମାନେ ଦୁଷ୍କର୍ମ ପରେ ପଥରରେ ମୁଣ୍ଡକୁ ଛେଚି ହତ୍ୟା କରିଥିବା ଅନୁମାନ କରାଯାଉଛି। ମୃତକଙ୍କ ମୁଣ୍ଡ ପଥରେ ଛେଚା ହୋଇଥିବାରୁ ସେ ପ୍ରଥମେ ଚିହ୍ନଟ ହୋଇ ପାରି ନ ଥିଲେ। ପରବର୍ତୀ ସମୟରେ ମୃତକ ମହିଳାଙ୍କ ପରିବାର ଲୋକ ମାନେ ସେଠାକୁ ଯାଇ ତାଙ୍କୁ ଚିହ୍ନଟ କରିଥିଲେ।

ଅଧିକ ପଢନ୍ତୁ :ଡିସେମ୍ବରରେ ଏହି ୪ଟି ବଡ଼ ଗ୍ରହର ଚଳନ, ଫଳରେ ଏହି ରାଶି ଲୋକଙ୍କ ଜୀବନରେ ହେବ ବଡ଼ ପରିବର୍ତ୍ତନ
 

Share this story