ମାତ୍ର ୧୫୦୦ ଟଙ୍କା ପାଇଁ ଗାଁ ଦାଣ୍ଡରେ ବିକ୍ରି ହେଲା ଇଜ୍ଜତ, ମହିଳାଙ୍କୁ ଉଲଗ୍ନ କରି ପିଆଇ ଦେଲେ ପରିସ୍ରା
ଓଡ଼ିଆ ଗସିପ୍ ବ୍ୟୁରୋ: ବିହାରର ରାଜଧାନୀ ପାଟଣାର ଖୁସରୁପୁର ପୋଲିସ ଷ୍ଟେସନ ଅଞ୍ଚଳର ମୋସିମପୁର ଗାଁରୁ ଏକ ବଡ ଖବର ଆସୁଛି, ଯେଉଁଠାରେ ୧୫୦୦ ଟଙ୍କା ଉଦ୍ଧାର ଉପରେ ସୁଧ ନ ଦେଇପାରିବାରୁ ଜଣେ ଦଲିତ ମହିଳାଙ୍କୁ ଅତି ନିର୍ମମ ଭାବେ ପିଟିଥିଲେ। ଖାଲି ସେତିକି ନୁହେଁ ଦଲିତ ମହିଳାଙ୍କୁ ଉଠେଇ ନେଇଥିଲେ ଏବଂ ତାଙ୍କୁ ପରିସ୍ରା ମଧ୍ୟ ପିଇବା ପାଇଁ ମଧ୍ୟ ବାଧ୍ୟ କରାଇ ଥିଲେ।
ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା କୁହାଯାଉଛି। ଆହତ ମହିଳା ଖୁସରୁପୁର PHC ରେ ଚିକିତ୍ସିତ ହେଉଛନ୍ତି, ମହିଳାଙ୍କ ସୁରକ୍ଷା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । କିନ୍ତୁ ଦେଶରେ ମହିଳା ବିରୋଧୀ କାର୍ଯ୍ୟକଳାପରେ ଅଙ୍କୁଶ ଲଗାଇବାରେ ବାରମ୍ବାର ବିଫଳ ହୋଇଛି ଆଇନ୍ ।
ଅଧିକ ପଢ଼ନ୍ତୁ: ପ୍ରତିଦିନ ସେକ୍ସ କଲେ ଶରୀରକୁ ମିଳିଥାଏ ଏହି ୧୦ଟି ଜବରଦସ୍ତ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ
ସୂଚନା ମୁତାବକ ଟଙ୍କା ଧାର ନେଇ ସୁଧ ଦେଇ ନ ପାରିବାରୁ ଆଜି ଗାଁ ଦାଣ୍ଡରେ ମହିଳାଙ୍କ ଇଜ୍ଜତକୁ ନିଲାମ କରିଦେଇଛନ୍ତି ମହାଜନ । ୨ ବର୍ଷ ପୂର୍ବରୁ ମହିଳାଙ୍କ ସ୍ୱାମୀ ଗ୍ରାମର ପ୍ରମୋଦ କୁମାର ସିଂହଙ୍କ ପାଖରୁ ମାତ୍ର ୧୫୦୦ ଟଙ୍କା ଉଧାର ନେଇଥିଲେ । ତେବେ ଗତବର୍ଷ ଏହାକୁ ସୁଝି ସାରିଥିବା ବେଳେ ବାରମ୍ବାର ଏହାର ସୁଧ ମାଗି ଆସୁଥିଲେ ପ୍ରମୋଦ । ତେବେ ଏହାକୁ ନେଇ ଗତ ରାତିରେ ପ୍ରମୋଦ ଏବଂ କିଛି ସହଯୋଗୀ ତାଙ୍କ ଘରକୁ ଆସି ଉଠାଇ ନେଇଥିବା ଅଭିଯୋଗ କରିଛନ୍ତି ପୀଡ଼ିତା ମହିଳା ।
ଏହାପରେ ସମ୍ପୃକ୍ତ ଅଭିଯୁକ୍ତ ମହିଳାଙ୍କୁ ଉଲଗ୍ନ କରି ଖୁବ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ମାଡ଼ ମାରିବା ପରେ ମହିଳାଙ୍କୁ ପରିସ୍ରା ପିଆଇ ଦେଇଥିବା ପୋଲିସକୁ ମହିଳା ଜଣକ ବୟାନ ଦେଇଛନ୍ତି । ପ୍ରମୋଦ ଏବଂ ପୁଅ ପୀୟୁଷଙ୍କ ବିରୋଧରେ ଏହି ମାମଲା ନେଇ ଅଭିଯୋଗ କରିଛନ୍ତି ପୀଡ଼ିତା ।
ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ
ତେବେ ଏହି ମାମଲାରେ ମହିଳାଙ୍କୁ ମାଡ଼ ହୋଇଥିବା ଘଟଣା ସତ ବୋଲି ସ୍ୱୀକାର କରିଛନ୍ତି ଫତୁହା ଡିଏସପି ସିୟାରାମ ଯାଦବ । କିନ୍ତୁ ପୀଡ଼ିତାଙ୍କୁ ଉଲଗ୍ନ କରି ପରିସ୍ରା ପିଆଇବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । ସେପଟେ ପୋଲିସ ଏହି ମାମଲାକୁ ଗୁରୁତର ସହ ନେଇ ତଦନ୍ତ ଆଗକୁ ବଢାଇଛି ।
ଅଧିକ ପଢ଼ନ୍ତୁ: ଚାଳନ୍ତା ମେଟ୍ରୋ ଭିତରେ ଲୋକଙ୍କ ସାମ୍ନାରେ ଖୁଲମଖୁଲା ରୋମାନ୍ସ ଓ ଚୁମାଚାଟି, ଦେଖନ୍ତୁ ଭିଡିଓ