ପାରିବାରିକ କଳହରୁ ସ୍ୱାମୀକୁ ଛୁରୀରେ ଭୁସି ହତ୍ୟାକଲେ ସ୍ତ୍ରୀ ଓ ପୁଅ

with the help of minor son wife kills her husband in bhadrak odisha

ଓଡ଼ିଆ ଗସିପ୍ ବ୍ୟୁରୋ: ପାରିବାରିକ କଳହରୁ ସ୍ୱାମୀକୁ ଛୁରୀରେ ଭୁସି ହତ୍ୟାକଲେ ସ୍ତ୍ରୀ ଓ ପୁଅ, ସ୍ୱାମୀ ମୃତ। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ବାଣିତିଆ ପଞ୍ଚାୟତ ମହଲା ସାହିରେ ଘଟିଛି ଅଭାବନୀୟ ଘଟଣା। ସ୍ତ୍ରୀ ଓ ପୁଅକୁ ଗଛରେ ବାନ୍ଧି ମାଡମାରିଲେ ଗ୍ରାମବାସୀ। ଘଟଣାସ୍ଥଳରେ ପୋଲିସ ପଂହଁଚି ସ୍ତ୍ରୀ ଓ ପୁଅକୁ ଅଟକ ରଖିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। 

ଅଧିକ ପଢ଼ନ୍ତୁ : ଦେଖନ୍ତୁ ଭିଡ଼ିଓ : ସ୍ୱାମୀଙ୍କୁ ଛାଡି ଆସିଥିଲି, କେବଳ ମୋ ଦେହ ପାଇଁ ମତେ ଡାକିଥିଲେ ପ୍ରେମିକ ବିଶ୍ୱଜିତ

ସୂଚନା ଅନୁଯାୟୀ, ସୁରେଶ ଲାଲ ବାଣିତିଆ ପଞ୍ଚାୟତ ମହଲା ସାହିର ସଞ୍ଜୁଲତାଙ୍କୁ ବାହା ହୋଇ ଘରଜ୍ବାଇଁ ଭାବେ ସେଠାରେ ରହୁଥିଲା। ହେଲେ ପତିପତ୍ନୀଙ୍କ ଭିତରେ ଅନେକ ସମୟରେ ଝଗଡ଼ା ହୁଏ। ଗତକାଲି ରାତିରେ କଳହ ତୀବ୍ର ରୂପ ନେଇଥିଲା। ସ୍ତ୍ରୀ ସଞ୍ଜୁଲତା ସ୍ୱାମୀ ସୁରେଶକୁ ଛୁରିରେ ଭୁସି ଦେଇଥିଲା। ଏଥିରେ ତାକୁ ନାବାଳକ ପୁଅ ସହଯୋଗ କରିଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ସୁରେଶର ମୃତ୍ୟୁ ଘଟିଥିଲା।

ଅଧିକ ପଢ଼ନ୍ତୁ : କିଏ ଦେଲା ପ୍ରଶାନ୍ତ ଜଗଦ୍ଦେବଙ୍କୁ ପେଟ୍ରୋଲ ପମ୍ପ, ଦେଖନ୍ତୁ ବିଜେପି ସହ ଡିଲ ବେଳର ସାଙ୍ଘାତିକ ଭିଡିଓ...

ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଏଣେ ପୁଲିସ ସୁରେଶର ଶବ ବ୍ୟବଚ୍ଛେଦ ଲାଗି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଘଟଣାସ୍ଥଳରୁ ଏକ ଶାବଳ ଜବତ ହୋଇଥିବା ବେଳେ ଛୁରି ଖୋଜୁଛି ପୁଲିସ। ଶାବଳରେ ଭୁସି ସ୍ବାମୀକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ଅଧିକ ପଢ଼ନ୍ତୁ : ଏବେ ମନଭରି ଯୌନସୁଖ ଦେବ AI ରୋବଟ୍‌, ଆଉ ଦରକାର ହେବେନି ପାର୍ଟନର

Share this story