ଏବେ ମନଭରି ଯୌନସୁଖ ଦେବ AI ରୋବଟ୍‌, ଆଉ ଦରକାର ହେବେନି ପାର୍ଟନର

One can get physical satisfaction from AI robot

ଓଡ଼ିଆ ଗସିପ ବ୍ୟୁରୋ : ଦିନକୁ ଦିନ ବୈଷୟିକ ଦୃଷ୍ଟିକୋଣରୁ ବିକଶିତ ହେବାରେ ଲାଗିଛି ଆର୍ଟିଫିସିଆଲ ଇଣ୍ଟେଲଜେନ୍ସ (AI) । ଏବେ ଅଫିସ କର୍ମଚାରୀଙ୍କ ବଦଳରେ AI କାମ ତୁଲାଇ ଦେଉଥିବା ବେଳେ ଆଗକୁ ବେଡରୁମ୍‌ରେ ବି ପାର୍ଟନରଙ୍କ ଆବଶ୍ୟକତା ପଡ଼ିବନି । ଅର୍ଥାତ ନାରୀ କିମ୍ବା ପୁରୁଷ ସାଥୀ ବଦଳରେ ବେଡରେ ଦେଖିବାକୁ ମିଳିବ AI ପାୱାରରେ ଭରପୂର ସେକ୍ସ ରୋବଟ୍‌ । ଏନେଇ ପୂର୍ବାନୁମାନ କରିଛନ୍ତି ଗୁଗଲର ପୂର୍ବତନ ଚିଫ୍‌ ବିଜନେସ୍‌ ଅଧିକାରୀ ମହମ୍ମଦ ଗାୱଦାତ ।

ମହମ୍ମଦ ଗାୱଦାତଙ୍କ କହିବାନୁଯାୟୀ, ନିକଟ ଭବିଷ୍ୟତରେ ଏପରି AI ରୋବଟ୍‌ ମାର୍କେଟକୁ ଆସିବ ଯାହାକି ପ୍ରେମ ଓ ରୋମାଞ୍ଚ ପ୍ରୋଗ୍ରାମରେ ଭରପୂର ଥିବ । ଫଳରେ ରିଅଲ ଲାଇଫ୍‌ ସେକ୍ସ ପାର୍ଟନର ଓ ଆର୍ଟିଫିସିଆଲି ନିର୍ମିତ ସେକ୍ସ ପାର୍ଟନରଙ୍କ ମଧ୍ୟରେ ପାର୍ଥକ୍ୟ ଜାଣିବା କଷ୍ଟକର ବ୍ୟାପାର ହେବ ।

ଅଧିକ ପଢ଼ନ୍ତୁ : ଫେସୁବକରୁ ପ୍ରେମ: ସ୍ୱାମୀକୁ ଛାଡି ପ୍ରେମିକ ପାଇଁ ସୀମା ପାର ହୋଇ ପାକିସ୍ତାନରେ ଭାରତର ଅଞ୍ଜୁ , ଶ୍ୱଶୂର ଘର ଲୋକଙ୍କ ମୁଣ୍ଡ ଟିଣ...

ୟୁଟ୍ୟୁବର ଟମ ବିଲିୟୁଙ୍କ ଦ୍ୱାରା ଆୟୋଜିତ “ଇମ୍ପାକ୍ଟ ଥିଓରୀ” ପୋଡକାଷ୍ଟ ନାମକ କାର୍ଯ୍ୟକ୍ରମରେ ଗାୱଦାତ କହିଛନ୍ତି ଯେ ମଣିଷମାନେ ଖୁବ୍ ଶୀଘ୍ର ଭର୍ଚୁଆଲ୍ ରିଅଲିଟି ଏବଂ ଆପଲ୍‌ର ଭିଜନ୍ ପ୍ରୋ କିମ୍ବା କ୍ୱେଷ୍ଟ୍- ୩ ପରି ହେଡ଼ସେଟ୍ ବ୍ୟବହାର କରି ସେକ୍ସର ଅନୁକରଣ କରିବାକୁ ସମର୍ଥ ହେବେ । AI ଶକ୍ତିରେ ଚାଳିତ ବଟ୍ସ ସହିତ ସେକ୍ସ ରୋବଟ୍‌କୁ ବାସ୍ତବ ବୋଲି ଲୋକେ ଅନୁଭବ କରି ପାରିବେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ବୈଷୟିକ ଜ୍ଞାନକୌଶଳର ଅଗ୍ରଗତି ଦ୍ୱାରା କମ୍ପ୍ୟୁଟର ସମର୍ଥିତ ସିଷ୍ଟମକୁ ମାନବ ମସ୍ତିଷ୍କ ସହିତ ସଂଯୋଗ କରିବାରେ ସକ୍ଷମ ହେଲେ ଏହା ଏକ ସାଥୀ ସହିତ ଭାବନାତ୍ମକ ଭାବେ ଜଡ଼ିତ ଥିବା ଭାବନା ଦେବ । ଯଦି ସେକ୍ସ ରୋବଟ୍‌ ଆମକୁ ବାସ୍ତବ ଅନୁଭବ ଦେବ, କିମ୍ବା ବଟ୍ସ ହେଡସେଟ୍‌ ସତ ପରି ଲାଗିବ, ତେବେ ଭବିଷ୍ୟତରେ ଆମକୁ ଆଉ ସତ ସତିକା ସାଥୀର ଆବଶ୍ୟକତା ପଡ଼ିବନି । କିନ୍ତୁ ମଣିଷ ଏକ ସାମାଜିକ ପ୍ରାଣୀ ହୋଇଥିବାରୁ ମାନବ ଜାତି ପାଇଁ ଏହା ଘୋର ବିପଦ ଡାକି ଆଣିବ ବୋଲି ସେ କହିଛନ୍ତି ।

ଅଧିକ ପଢ଼ନ୍ତୁ : ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ୨୪ ଘଣ୍ଟାରେ ନେଇପାରେ ଲଘୁଚାପର ରୂପ; ବୁଡିବ ଏହି ସବୁ ଜିଲ୍ଲା!

AI ସେକ୍ସ ରୋବଟ୍‌ର ବ୍ୟବହାର ଦ୍ୱାରା ମାନସିକ ସ୍ତରରେ କୁତ୍ରିମ ଭାବପ୍ରବଣତାକୁ ସୃଷ୍ଟି କରାଯାଇପାରିବ ବୋଲି ରିପୋର୍ଟରେ ଦର୍ଶାଯାଇଛି । ଗାୱଦତ କହିଛନ୍ତି ଯେ, ଆପଣଙ୍କ ମସ୍ତିଷ୍କରେ ଥିବା ସମସ୍ତ ସଙ୍କେତ ହିଁ କହିବ ଯେ ଆପଣ ନିଜ ପାର୍ଟନରଙ୍କ ସହ ଉପଭୋଗ କରୁଛନ୍ତି କି ନାହିଁ ।

AI ଚାଳିତ ବଟ୍ସକୁ "ସମ୍ବେଦନଶୀଳ" ଭାବେ ବିବେଚନା କରାଯାଉଥିବା ନେଇ ଚାଲିଥିବା ବିତର୍କର ଉତ୍ତରରେ ସେ କହିଛନ୍ତି ଯେ ମାନବ ମସ୍ତିଷ୍କ ସେମାନଙ୍କୁ ପ୍ରକୃତ ବୋଲି ବିଶ୍ୱାସ କରନ୍ତି କି ନାହିଁ ତାହା ଏବେ ଆଉ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନୁହେଁ ।

Share this story