ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ୨୪ ଘଣ୍ଟାରେ ନେଇପାରେ ଲଘୁଚାପର ରୂପ; ବୁଡିବ ଏହି ସବୁ ଜିଲ୍ଲା!

again low depression to be formed in bay of bengal

ଓଡ଼ିଆ ଗସିପ୍ ବ୍ୟୁରୋ: ପଶ୍ଚିମ କେନ୍ଦ୍ରୀୟ ତତ-ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗର ଅଞ୍ଚଳର ବାୟୁମଣ୍ଡଳରେ, ସମୁଦ୍ର ପତ୍ତନ ଠାରୁ ୫.୮ ରୁ ୭.୬ କିମି ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାରି ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଅଧିକ ପଢ଼ନ୍ତୁ: ଫାଶରେ ପଡ଼ିଛନ୍ତି ପୋଲସରା ବିଧାୟକ: ଶ୍ରୀକାନ୍ତଙ୍କ ଆଉ ୪ ସପ୍ତାହ ରହିଛି ଶନି ଦଶା, ନାରୀ ଦୋଷ ଯୋଗୁଁ କଟିବ ପତ୍ତା

ଏହାର ପ୍ରଭାବରେ ୨୫ ତାରିଖ ବେଳକୁ ରାଜ୍ୟର ବର୍ଷା ବିସ୍ତୃତି ଆଶଙ୍କା ରହିଛି । ଆଜି ଦକ୍ଷିଣ ଓଡ଼ିଶାର ବର୍ଷାର ପରିମାଣ ଅଧିକ ରହିପାରେ । ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଘୂର୍ଣ୍ଣିବଳୟ ପ୍ରଭାବରେ ଗତ ଦୁଇ ଦିନ ହେଲା ରାଜ୍ୟରେ ଜାରି ରହିଛି ବର୍ଷା ।

ଲଘୁଚାପ ସୃଷ୍ଟି ହେବା ଫଳରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ନୟାଗଡ଼, କଟକ, ଜଗତସିଂହପୁର, ମୟୁରଭଞ୍ଜ, ନୂଆପଡା ବୌଦ୍ଧ, ସମ୍ବଲପୁର, ସୋନପୁର, ବରଗଡ଼, ଝାରସୁଗୁଡା, କେଉଁଝର, ଭଦ୍ରକ, ଢେଙ୍କାନାଳ ଏବଂ ଅନୁଗୁଳ ଆଦି ଜିଲ୍ଲା ଗୁଡିକରେ ଆଗାମୀ ଦିନମାନଙ୍କରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ଅନୁମାନ କରିଛି ।

ତେବେ ହେଉ ନଥିଲା ତ ହେଉ ନଥିଲା...ଏବେ ହେଲା ଯେ ସମସ୍ତଙ୍କର ମନ ଖୁସି କରିଦେଲା ବର୍ଷା । ବର୍ଷା ନହେବାରୁ କ୍ଷେତକୁ ଦେଖିବା ପରେ ଯେଉଁ ଚାଷୀ ଭାଇ ମୁଣ୍ଡରେ ହାତ ଦେଇ ବସୁଥିଲା ଏବେ ବର୍ଷା ହେବା ପରେ ସେହି କ୍ଷେତକୁ ଦେଖି ଏବେ ଖୁସି ହେଉଛି । ବର୍ଷା କାରଣରୁ ଏବେ ରୁଆ-ପୋତା କାମରେ ବ୍ୟସ୍ତ ଅଛି ଚଷା ପୁଅ । କାରଣ ଶ୍ରାବଣ ଅଧା ହେଲାଣି, ହାତରେ ସମୟ କମ୍‌ ରହିଛି । ତେଣୁ ତରତର ହୋଇ କାମରେ ବ୍ୟସ୍ତ ଚାଷୀ ଭାଇ । ବର୍ଷା ହେବାରୁ ଏବେ ବେଶ୍‌ ଆନନ୍ଦିତ ସୁନ୍ଦରଗଡ଼ ଜିଲ୍ଲା ବଣାଇର ଚାଷୀ ।

ଅଧିକ ପଢ଼ନ୍ତୁ: 'ମୋର ଗୋଟିଏ ୱିକ୍ ପଏଣ୍ଟ ରହିଛି ଏବଂ ତାହା ହେଉଛି କୌଣସି ହିରୋ ମତେ ଛୁଇଁଲେ ମୋର....', ଏପରି ବହୁତ ସିକ୍ରେଟ କଥା କହିଛନ୍ତି ଓଡ଼ିଆ ଆକ୍ଟ୍ରେସ କୁକିଜ୍ ସ୍ୱାଇଁ

କଥାରେ ଅଛି ଚାଷ ତରତର ବଣିଜ ମଠ । ସେଇଥିପାଇଁ ତ ସକାଳ ହେବା ମାତ୍ରେ ବିଲରେ କାମ କରିବାକୁ ବାହାରିଯାଉଛନ୍ତି ସେମାନେ । କିଏ ବଳଦରେ ହଳ କରୁଛନ୍ତି ତ ଆଉ କିଏ ଟ୍ରାକ୍ଟରରେ । ହେଲେ ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ, ସଅଳ ବିଲରେ ଚାଷ ଆରମ୍ଭ ହେବ ଆଉ ଅମଳ ଭଲ ହେବ । ବର୍ଷା ହେବାରୁ ସିନା ଚାଷୀମାନେ ଚାଷ ଆରମ୍ଭ କରିଦେଲେ କିନ୍ତୁ ଆଗାମୀ ଦିନରେ ଯଦି ଭଲରେ ବର୍ଷା ନହୁଏ ତେବେ ସ୍ଥିତି ପୂରା ଖରାପ ହେବା ସହିତ ଲୋନ୍‌ ଟଙ୍କା ସୁଝିବା କଷ୍ଟରେ ହେବ ବୋଲି କହିଛନ୍ତି ଲୋକେ ।

ଅଧିକ ପଢ଼ନ୍ତୁ: 'ବନ୍ଧୁତା ଆଳରେ ମତେ ଡାକିଲେ ଆଉ ହୋଟେଲକୁ ନେଇ ମୋ ଇଜ୍ଜତ ଲୁଟିନେଲେ', କାନ୍ଦି କାନ୍ଦି ଏପରି ଅଭିଯୋଗ କଲେ ଅଭିନେତ୍ରୀ

Share this story