ଗୋଟିଏ ପରିବାରର ସ୍ବାମୀ, ସ୍ତ୍ରୀ ଓ ଝିଅ ୩ ଜଣ ସଦସ୍ୟଙ୍କ ମୁଣ୍ଡକୁ ଗୁଳି କରି ନିର୍ମମ ହତ୍ୟା!
 

Triple Murder in Jharsuguda 3 family member was shot dead
ଟ୍ରିପଲ୍ ମର୍ଡର, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଝାରସୁଗୁଡା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ ବାଣିପାହାଡ଼ ନିକଟ ପଡିଆରେ ୩ ଜଣଙ୍କ ମୃତଦେହ ଠାବ ହୋଇଛି। ୩ ଜଣ ଯାକ ଓରିଏଣ୍ଟ ଥାନା ଅଞ୍ଚଳର ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। 

ଅଧିକ ପଢନ୍ତୁ : ନଖରୁ ଜାଣନ୍ତୁ ଆପଣଙ୍କ ଲିଭର୍ ଠିକ୍‌ ଅଛି କି ନାହିଁ ? ନଖର ରଙ୍ଗ ଏସବୁ ଗମ୍ଭୀର ରୋଗର ଦିଏ ସଙ୍କେତ...

ମୃତକ ହେଲେ ଓରିଏଣ୍ଟ ଥାନା ଅଞ୍ଚଳର କାଳୀନଗରର ସୁଜିତ ରାୟ, ସ୍ତ୍ରୀ ଖୁସବୁ ରାୟ ଓ ଝିଅ ଅର୍ପିତା ରାୟ। ସମସ୍ତଙ୍କ ମୁଣ୍ଡରେ ଗୁଳି ବାଜିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ନିଖୋଜ ମାମଲା ଦାୟର କରିଥିଲେ ମୃତକ ସୁରଜଙ୍କର ପରିବାରଲୋକେ। ସୁରଜ ତାଙ୍କ ସ୍ତ୍ରୀ ଖୁସବୁ ଏବଂ ଝିଅ ଅର୍ପିତା ନିଖୋଜ ଥିବା ନେଇ ଓରିଏଣ୍ଟ ଥାନାରେ ମାମଲା ଦେଇଥିଲେ ମୃତ ସୁରଜଙ୍କ ପରିବାର। 

ରାତିରେ ଗୋଟିଏ କାରରେ ସୁରଜ ତାଙ୍କ ସ୍ତ୍ରୀ ଏବଂ ଝିଅଙ୍କର ମୃତ ଦେହ ଠାବ କରିଥିଲା ପୁଲିସ। ଖୁସବୁ ରାୟ ଏବଂ ଝିଅ ଅର୍ପିତା ରାୟଙ୍କ ଆଖିରେ କପଡ଼ା ବନ୍ଧା ଯାଇଥିଲା ଏବଂ ସୁରଜ, ଖୁସବୁ ଏବଂ ତାଙ୍କ ଝିଅ ଅର୍ପିତାଙ୍କ ମୁଣ୍ଡରେ ଗୁଳି ବାଜିଥିବା ଜଣାପଡ଼ିଛି। 

ଅଧିକ ପଢନ୍ତୁ : ବୃଷ ରାଶିରେ ସୂର୍ଯ୍ୟ -ଶୁକ୍ରଙ୍କ ମିଳନ ଯୋଗୁଁ ସୃଷ୍ଟି ହେବ ଶୁକ୍ରାଦିତ୍ୟ ଯୋଗ, ଏହି ୩ ରାଶିଙ୍କ ବଦଳିବ ଭାଗ୍ୟ!

ପୁଲିସ କାର ଡୋର୍ ଲକ ଭାଙ୍ଗି ମୃତଦେହକୁ ‌ଉଦ୍ଧାର କରିଥିଲା। ତେବେ ଏହି ହତ୍ୟା ପଛର କାରଣ ସ୍ପଷ୍ଟ ଜଣାପଡି ନାହିଁ। ପୁଲିସ କାର ଓ ବନ୍ଧୁକ ଜବତ କରିଛି। ଘଟଣା ସ୍ଥଳରେ  ସାଇଣ୍ଟିଫିକ୍‌ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଅଧିକ ପଢନ୍ତୁ : ମନରେ ଦୁଶ୍ଚିନ୍ତା ଓ ଅସ୍ଥିରତା ଦେଖା ଦେବା ସହ ଚିନ୍ତାରେ ବୁଡ଼ି ରହିବେ ଏହି ରାଶି ଲୋକ! ପଢନ୍ତୁ ଏ ସପ୍ତାହର ରାଶିଫଳ
 

Share this story