ମା'କୁ ଗୁଳି, ପତ୍ନୀର ମୁଣ୍ଡକୁ ହାତୁଡ଼ିରେ ପିଟି, ନିଜ ୩ ଛୁଆଙ୍କୁ ଛାତରୁ ତଳକୁ ଫୋପାଡ଼ି ନିଜକୁ ଗୁଳି କଲା ଯୁବକ

ଓଡ଼ିଆ ଗସିପ୍ ବ୍ୟୁରୋ:ଉତ୍ତରପ୍ରଦେଶ ମଥୁରା ଥାନା ଅଧୀନ ପହ୍ଲାପୁର ଗାଁରେ ଘଟିଛି ଚାଞ୍ଚଲ୍ୟକର ଘଟଣା । ଜଣେ ବ୍ୟକ୍ତି ନିଜ ମା’, ପତ୍ନୀ ଓ ୩ ଛୁଆଙ୍କୁ ହତ୍ୟ ପରେ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କରଥିବା ଜଣାପଡ଼ିଛି। ଗୋଟିଏ ଘରର ୬ ସଦସ୍ୟଙ୍କ ମୃତ୍ୟୁ ପରେ ସମଗ୍ର ଗାଁ ସ୍ତଗ୍ଧ ହୋଇ ଯାଇଛି।
ଅଧିକ ପଢନ୍ତୁ : ନଖରୁ ଜାଣନ୍ତୁ ଆପଣଙ୍କ ଲିଭର୍ ଠିକ୍ ଅଛି କି ନାହିଁ ? ନଖର ରଙ୍ଗ ଏସବୁ ଗମ୍ଭୀର ରୋଗର ଦିଏ ସଙ୍କେତ...
ହତ୍ଯାକାଣ୍ଡ ଘଟାଇ ନିଜେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ନାଁ ଅନୁରାଗ ସିଂହ ବୋଲି ସୂଚନା। ସୂଚନା ଅନୁଯାୟୀ, ଅନୁରାଗ ସିଂହ ଗତ ରାତିରେ ପ୍ରଥମେ ସେ ନିଜ ମା’ ୬୨ ବର୍ଷୀୟା ସାବିତ୍ରୀ ଦେବୀଙ୍କୁ ଗୁଳି ମାରିଥିବା ବେଳେ ପତ୍ନୀ ପ୍ରିୟଙ୍କା ସିଂହଙ୍କ ମୁଣ୍ଡକୁ ହାତୁଡ଼ିରେ ପିଟି ଦେଇଥିଲେ। ଏହାପରେ ନିଜର ୩ ଛୁଆ ୧୨ ବର୍ଷୀୟା ଓ ୮ ବର୍ଷୀୟା ଝିଅ ଓ ୪ ବର୍ଷର ପୁଅକୁ ଛାତକୁ ନେଇ ତଳକୁ ଫୋପାଡ଼ି ଦେଇଥିଲେ।
ଅଧିକ ପଢନ୍ତୁ : ଏହି ୬ ଟି ଖାଦ୍ୟ ବଢ଼ାଉଛି ଡାଇବେଟିସ୍ ହୋଇଯାଆନ୍ତୁ ସାବଧାନ! ନଚେତ୍...
ସ୍ଥାନୀୟ ଲୋକେ ତୁରନ୍ତ ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ଅନୁରାଗ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି।
ନିକଟ ସମ୍ପର୍କୀୟଙ୍କ ସୂତ୍ରରୁ ପ୍ରକାଶ, ଅଭିଯୁକ୍ତ ଅନୁରାଗ ସବୁବେଳେ ନିଶାସକ୍ତ ରହୁଥିବା ବେଳେ ମାନସିକ ଭାବେ ବିଚଳିତ ରହୁଥିଲେ। ତେଣୁ ସେ ଏପରି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି। ପୁଲିସ୍ ଓ ଫରେନସିକ ଟିମ୍ ପହଞ୍ଚି ଘଟଣାର ଯାଞ୍ଚ ଆରମ୍ଭ କରିଛନ୍ତି।
ଅଧିକ ପଢନ୍ତୁ : ରାହୁଙ୍କ ନକ୍ଷେତ୍ର ପରିବର୍ତ୍ତନ ଯୋଗୁଁ ସତର୍କ ରୁହନ୍ତୁ ଏହି ୬ ରାଶି, ନଚେତ୍ ହେବ ବଡ କ୍ଷତି!